ବାର୍‌ବାଡୋସ୍‌ରୁ ସରିବ ବ୍ରିଟିଶ ଯୁଗ

ବ୍ରିଜ୍‌ଟାଉନ, ୨୯ା୧୧: ବିଶ୍ୱର ଅନେକ ଦେଶକୁ ଶାସନ କରିଥିବା ବ୍ରିଟେନ୍‌ ହାତରୁ ମୁକୁଳି ଏବେ ନୂଆକରି ଗଣତନ୍ତ୍ର ଦେଶ ହେବାକୁ ଯାଉଛି ବାର୍‌ବାଡୋସ୍‌। ସ୍ବାଧୀନ ହେବା ସତ୍ତ୍ୱେ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଔପଚାରିକ ଭାବେ ଦେଶର ରାଷ୍ଟ୍ରମୁଖ୍ୟ ରହିଥିଲେ। ମହାରାଣୀଙ୍କୁ ମୁଖିଆ ପଦରୁ ହଟାଇ ସମ୍ପୂର୍ଣ୍ଣ ରିପବ୍ଲିକ ରାଷ୍ଟ୍ର ହେବାକୁ ଘୋଷଣା କରି ବାର୍‌ବାଡୋସ୍‌ ନିଜର ରାଷ୍ଟ୍ରପତି ଚୟନ କରିସାରିଛି। ନୂଆ ରାଷ୍ଟ୍ରମୁଖ୍ୟ ଭାବେ ଗଭର୍ନର ଜେନେରାଲ ସାଣ୍ଡ୍ରା ମାସୋନ୍‌ ଦାୟିତ୍ୱ ନେବା ପାଇଁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଛି। ଏ ବାବଦରେ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟ୍ଟେଲୀ ସୂଚନା ଦେଇଛନ୍ତି। ଏଥିରେ ମିଲିଟାରୀ ପରେଡ୍‌ ସମେତ ଅନ୍ୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ସମାରୋହରେ ବ୍ରିଟେନ ପ୍ରିନ୍ସ ଚାଲର୍‌ସଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।
୩ ଲକ୍ଷ ଜନସଂଖ୍ୟାର ଦେଶ ବାର୍‌ବାଡୋସ ଶହ ଶହ ବର୍ଷ ଧରି ବ୍ରିଟିଶଙ୍କ କବଳରେ ଥିବାବେଳେ ୧୯୬୬ରେ ସ୍ବାଧୀନତା ପାଇଥିଲା। ଏହା ପରେ ମଧ୍ୟ ବ୍ରିଟେନ ମହାରାଣୀ ଔପଚାରିକ ଭାବେ ବାର୍‌ବାଡୋସ୍‌ର ରାଷ୍ଟ୍ରମୁଖ୍ୟ ରହିଥିଲେ। ଉପନିବେଶର ଇତିହାସକୁ ପଛରେ ଛାଡ଼ି ଦେଶବାସୀ ନିଜର ରାଷ୍ଟ୍ରମୁଖ୍ୟ ଚାହୁଁଥିଲେ ବୋଲି ମାସୋନ୍‌ କହିଛନ୍ତି। ଆସନ୍ତା ୩୦ରେ ବାର୍‌ବାଡୋସ୍‌ ୫୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଅବସରରେ ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବାକୁ ସ୍ଥିର କରାଯାଇଛି। ଗତ ଅକ୍ଟୋବରରେ ମାସୋନ୍‌ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଥିଲା। ତେବେ ଆୟୋଜନ ହେବାକୁ ଥିବା ସମାରୋହରେ ପ୍ରିନ୍ସ ଚାଲର୍‌ସଙ୍କୁ ନିମନ୍ତ୍ରଣ କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଟ୍ଟେଲୀଙ୍କ ନିଷ୍ପତ୍ତିକୁ ଅନେକେ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ମହାରାଣୀ ଏଲିଜାବେଥ୍‌ ଏବେ ବି କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ଦେଶର ରାଷ୍ଟ୍ରମୁଖ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri