ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍‌ ସେନା

ଲଣ୍ଡନ, ୩୦ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ ସେନା ନିୟୋଜିତ ହେବେ। ଅଧିକାଂଶ ସହରରେ ପେଟ୍ରୋଲ ଟାଙ୍କିଗୁଡ଼ିକ ଖାଲି ହୋଇଯାଇଥିବାରୁ ସେଠାକୁ ବ୍ରିଟିଶ ସୈନ୍ୟ ଟ୍ୟାଙ୍କର ଚଳାଇ ପେଟ୍ରୋଲ ଡିଜେଲ ଯୋଗାଣ କରିବେ ବୋଲି ଜଣାଯାଇଛି। ପେଟ୍ରୋଲ ଟାଙ୍କିରେ ତେଲ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଯେଉଁ କେତେକ ଟାଙ୍କିରେ ତେଲ ରହିଛି, ସେଠାରେ ଅସମ୍ଭବ ଭିଡ଼ ଲାଗି ରହୁଛି। ତେଲ ଦର ଆକାଶଛୁଆଁ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ବୋତଲ ଧରି ଟାଙ୍କି ବାହାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଚାଳକ ନ ଥିବାରୁ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଟ୍ରାନ୍ସପୋର୍ଟ ସମ୍ଭବ ନୁହେଁ ବୋଲି କହୁଛନ୍ତି। ୧୫୦ ସୈନ୍ୟ କିଛି ଦିନ ମଧ୍ୟରେ ଟ୍ୟାଙ୍କର ଚଳାଇ ତେଲ ପରିବହନ କରିବେ ବୋଲି ବାଣିଜ୍ୟ ମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନ୍‌ରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ରକ୍‌, ଟ୍ୟାଙ୍କର ଚାଳକଙ୍କ ଅଭାବ ଯୋଗୁ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌ ହଠାତ୍‌ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଛି। ଇନ୍ଧନ ତୈଳ ପହଞ୍ଚିପାରୁ ନ ଥିବାରୁ ବହୁ କମ୍ପାନୀରେ ପ୍ରଡକ୍ସନ ବନ୍ଦ ରହିଛି। ତେଣୁ ପରିବହନ କାର୍ଯ୍ୟରେ ସେନା ମୁତୟନ କରିବାକୁ ଏବଂ ପଡୋଶୀ ଦେଶର ୫ ହଜାର ଚାଳକଙ୍କୁ ଅସ୍ଥାୟୀ ଶ୍ରମ ଭିଜା ପ୍ରଦାନ ନିମନ୍ତେ ବ୍ରିିଟେନ ସରକାର ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିସିଗାନ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୧୪।୨ : ଆମେରିକାର ମିସିଗାନରେ ଅବସ୍ଥିତ ଷ୍ଟେଟ ୟୁନିଭରସିଟି କ୍ୟାମ୍ପସରେ ଗୁଳକାଣ୍ଡ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ...

ଟୁଇଟରରେ ଏଡିଟ୍‌ ବଟନ୍‌ ଚାହଁ କି

ଓ୍ବାଶିଂଟନ୍‌,୬ା୪: କୌଣସି ଖବର, ସୋସିଆଲ ମିଡିଆ ପୋଷ୍ଟ କିମ୍ବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା, ଟ୍ରୋଲ, ଗସିପ୍‌ ଆଦି ନିମନ୍ତେ ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟରର ବ୍ୟବହାର...

ବିପଦରେ ପାକିସ୍ତାନ ଗଣତନ୍ତ୍ର

ଇସ୍‌ଲାମାବାଦ,୧୩ା୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)କୁ ସିଭିଲ୍‌ ସର୍ଭିସ୍‌ ପାଇଁ ନିଯୁକ୍ତି କ୍ଷମତା ପ୍ରଦାନ...

ଆତ୍ମଘାତୀ ବିସ୍ଫୋରଣକାରୀଙ୍କ କଟାମୁଣ୍ଡ ମିଳିଲା

ଇସଲାମାବାଦ,୩୧।୧: ପାକିସ୍ତାନର ପେଶାଓ୍ବରର ଏକ ମସଜିଦ୍‌ ଉପରେ ଆତ୍ମଘାତୀ ଆକ୍ରମଣର ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିଲିଫ ଏବଂ ଉଦ୍ଧାରକାରୀ ଦଳ ବୋମା...

ରୁଷିଆ ଓ ପାଶ୍ଚାତ୍ୟ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ: ନାଟୋ

କିଭ୍‌/ମସ୍କୋ,୧୧ା୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଶନିବାର ୨୯୦ ଦିନ ପୂରିଛି। ଏହି ଅବସରରେ ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ସହର ବାଖମୁଟ୍‌ ଉପରେ ତୁହାକୁ ତୁହା...

ମୋଦିଙ୍କ ପାଇଁ ହ୍ୟୁଷ୍ଟନରେ ସ୍ବତନ୍ତ୍ର ‘ନମୋ ଥାଳି’

ଓ୍ବାଶିଂଟନ,୨୨।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ରହଣୀ ସମୟରେ ମୂଳ ଭାରତୀୟ...

ୟୁରୋପ, ଆମେରିକାରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ ରୋମ୍‌,୧ା୪: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅଦ୍ୟାବଧି ମୋଟ ୩୯,୫୭୫ ଜଣ ଏହି ରୋଗରେ ପଡ଼ି ପ୍ରାଣ...

ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼,୮ ମୃତ…

ମସ୍କୋ,୨୦।୯: ରୁଷିଆର ପର୍ମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୨ରୁ...

Advertisement
Archives

Model This Week