Posted inଫୁରସତ

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି ୨ଟି ଜେଲରେ ସର୍ବାଧିକ ସଂଖ୍ୟାରେ କଏଦୀ ରହୁଛନ୍ତି। ତିହାର ଜେଲରେ ୧୪ ହଜାରରୁ ଅଧିକ କଏଦୀ ରହୁଥିବା ବେଳେ ୟେରୱାଡ଼ା ଜେଲରେ ୭ ହଜାରରୁ ଅଧିକ କଏଦୀ ରହୁଛନ୍ତି। ତେବେ ଏଥିମଧ୍ୟରେ ବିଶ୍ୱର ସବୁଠାରୁ ଛୋଟ ଜେଲ ବ୍ରିଟେନ୍‌ର ସାର୍କ ଦ୍ୱୀପରେ ରହିଥିବା ଜଣାପଡିଛି। ଏହି ଜେଲରେ ମାତ୍ର ୨ ଜଣ କଏଦୀଙ୍କ ରହିବା ପାଇଁ ସ୍ଥାନ ଥିବାବେଳେ ଏହା ୧୬୮ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା।
ବ୍ରିଟିଶ୍‌ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଂଲିଶ ଚ୍ୟାନେଲର ସାର୍କ ଦ୍ୱୀପରେ ଥିବା ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ କାରାଗାର। ୧୮୫୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲରେ କେବଳ ୨ ଜଣ କଏଦୀ ରହିପାରିବେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜେଲରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଜେଲ ଭିତରର ଦୃଶ୍ୟ କିଛିମାତ୍ରାରେ ବଦଳିଛି। ଟ୍ୟାପ ଯୋଗେ ଜଳ ଯୋଗାଣ, ଶୌଚାଳୟ ଆଦି ସୁବିଧା ଏହି ଜେଲରେ କରାଯିବା ସହ ଏଠାରେ ବିଦ୍ୟୁତସେବା ମଧ୍ୟ ଯୋଗାଇ ଦିଆଯାଇଛି। ସେହିପରି ଜେଲ ଭିତରର ଅଂଶକୁ ୨ ଭାଗରେ ବିଭକ୍ତ କରାଯାଇ ୨ଟି କୋଠରି କରାଯାଇଛି। ଉଭୟ କୋଠରିରେ କଏଦୀଙ୍କ ଲାଗି ପତଳା କାଠ ଶଯ୍ୟା ରହିଛି।
ସମୁଦାୟ ୫.୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଦ୍ୱୀପରେ, ୨୦୨୩ ଜନଗଣନା ଅନୁଯାୟୀ ୫୬୨ ଜଣ ଲୋକ ବସବାସ କରନ୍ତି।
ମସିହାରେ ଏହି ଜେଲ ନିର୍ମାଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହାରି ପାଖରେ ଅର୍ଥ ନ ଥିବାରୁ ଏହାକୁ ନିର୍ମାଣ କରିବାକୁ ୨୪ ବର୍ଷ ସମୟ ଲାଗିଯାଇଥିଲା l ତେବେ ଏହି ଦ୍ୱୀପରେ ଏବେ କୌଣସି ବଡ଼ ଧରଣର ଅପରାଧ ହେଉନାହଁି, ତେଣୁ ସମ୍ପ୍ରତି ଏଠାରେ କେବଳ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri