Posted inଫୁରସତ

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି ୨ଟି ଜେଲରେ ସର୍ବାଧିକ ସଂଖ୍ୟାରେ କଏଦୀ ରହୁଛନ୍ତି। ତିହାର ଜେଲରେ ୧୪ ହଜାରରୁ ଅଧିକ କଏଦୀ ରହୁଥିବା ବେଳେ ୟେରୱାଡ଼ା ଜେଲରେ ୭ ହଜାରରୁ ଅଧିକ କଏଦୀ ରହୁଛନ୍ତି। ତେବେ ଏଥିମଧ୍ୟରେ ବିଶ୍ୱର ସବୁଠାରୁ ଛୋଟ ଜେଲ ବ୍ରିଟେନ୍‌ର ସାର୍କ ଦ୍ୱୀପରେ ରହିଥିବା ଜଣାପଡିଛି। ଏହି ଜେଲରେ ମାତ୍ର ୨ ଜଣ କଏଦୀଙ୍କ ରହିବା ପାଇଁ ସ୍ଥାନ ଥିବାବେଳେ ଏହା ୧୬୮ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା।
ବ୍ରିଟିଶ୍‌ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଂଲିଶ ଚ୍ୟାନେଲର ସାର୍କ ଦ୍ୱୀପରେ ଥିବା ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ କାରାଗାର। ୧୮୫୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲରେ କେବଳ ୨ ଜଣ କଏଦୀ ରହିପାରିବେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜେଲରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ତେବେ ଏହି ଜେଲ ଭିତରର ଦୃଶ୍ୟ କିଛିମାତ୍ରାରେ ବଦଳିଛି। ଟ୍ୟାପ ଯୋଗେ ଜଳ ଯୋଗାଣ, ଶୌଚାଳୟ ଆଦି ସୁବିଧା ଏହି ଜେଲରେ କରାଯିବା ସହ ଏଠାରେ ବିଦ୍ୟୁତସେବା ମଧ୍ୟ ଯୋଗାଇ ଦିଆଯାଇଛି। ସେହିପରି ଜେଲ ଭିତରର ଅଂଶକୁ ୨ ଭାଗରେ ବିଭକ୍ତ କରାଯାଇ ୨ଟି କୋଠରି କରାଯାଇଛି। ଉଭୟ କୋଠରିରେ କଏଦୀଙ୍କ ଲାଗି ପତଳା କାଠ ଶଯ୍ୟା ରହିଛି।
ସମୁଦାୟ ୫.୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଦ୍ୱୀପରେ, ୨୦୨୩ ଜନଗଣନା ଅନୁଯାୟୀ ୫୬୨ ଜଣ ଲୋକ ବସବାସ କରନ୍ତି।
ମସିହାରେ ଏହି ଜେଲ ନିର୍ମାଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହାରି ପାଖରେ ଅର୍ଥ ନ ଥିବାରୁ ଏହାକୁ ନିର୍ମାଣ କରିବାକୁ ୨୪ ବର୍ଷ ସମୟ ଲାଗିଯାଇଥିଲା l ତେବେ ଏହି ଦ୍ୱୀପରେ ଏବେ କୌଣସି ବଡ଼ ଧରଣର ଅପରାଧ ହେଉନାହଁି, ତେଣୁ ସମ୍ପ୍ରତି ଏଠାରେ କେବଳ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri