Posted inଜାତୀୟ

ପୋର୍ଶ ଦୁର୍ଘଟଣା : ନାବାଳକଙ୍କ ରକ୍ତ ନମୁନା ଅଦଳବଦଳ କରି ୨ ଡାକ୍ତର ଗିରଫ

ପୁଣେ, ୨୮।୫: ପୁଣେ ପୋର୍ଶ କାର ଦୁର୍ଘଟଣା ମାମଲାର ନୂଆ ମୋଡ଼ ସାମ୍‌ନାକୁ ଆସିଛି। ଅଭିଯୁକ୍ତ ନାବାଳକଙ୍କୁ ପୁଣେର ସାସୁନ ସରକାରୀ ହସ୍ପିଟାଲକୁ ମେଡିକାଲ ଚେକ୍‌ଅପ୍‌ ପାଇଁ ନିଆଯାଇଥିବାବେଳେ ସେଠାରେ ତାଙ୍କର ରକ୍ତ ନମୁନାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସହ ଅଦଳବଦଳ କରାଯାଇଛି। ସେହିପରି ନାବାଳକଙ୍କ ରକ୍ତ ନମୁନାକୁ ଏକ ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଯାଇଥିବା ପୁଣେ ପୋଲିସ କମିଶନର ଅମିତେଶ କୁମାର ଏକ ଖବରଦାତା ସମ୍ମିଳନୀ କରି ସୋମବାର ସୂଚନା ଦେଇଛନ୍ତି। ନାବାଳକଙ୍କ ବାପା ତଥା ସହରର ବିଶିଷ୍ଟ ବିଲ୍ଡର ସାସୁନ ହସ୍ପିଟାଲର ଡାକ୍ତରଙ୍କୁ ରକ୍ତ ନମୁନା ବଦଳାଇବାକୁ ପ୍ରଲୋଭିତ କରିଥିବା ଅମିତେଶ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାବାଳକଙ୍କ ରକ୍ତ ନମୁନାକୁ ଅଦଳବଦଳ କରି ପ୍ରମାଣ ନଷ୍ଟ କରିଥିବାରୁ ୨ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି। ସସୁନ ସରକାରୀ ହସ୍ପିଟାଲର ଫୋରେନ୍ସିକ ମେଡିସିନ ବିଭାଗ ମୁଖ୍ୟ ଡ. ଅଜୟ ତାଓ୍ବରେ ଏବଂ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ରୀହରି ହର୍‌ନୋଲଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ଅନୁମତି ପାଇ ପୁଣେ ପୋଲିସ କ୍ରାଇମବ୍ରାଞ୍ଚ ସୋମବାର ନାବାଳକଙ୍କ ବାପା ବିଶାଳ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି। ବିଶାଳଙ୍କ ବିରୋଧରେ ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ ଆଦି ଦଫା ସହ ନୂତନ ଅଭିଯୋଗ ଯୋଡ଼ାଯାଇଛି। ସୂଚନାଯୋଗ୍ୟ, ଏହି ମାମଲାରେ ଦୋଷ ନିଜ ଉପରକୁ ନେବାକୁ ଡ୍ରାଇଭରଙ୍କୁ ଚାପ ପକାଇବା ଅଭିଯୋଗରେ ନାବାଳକଙ୍କ ଜେଜେବାପା ସୁରେନ୍ଦ୍ର ଅଗ୍ରଓ୍ବାଲଙ୍କୁ ଶନିବାର ପୁଣେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?