ବିଧାୟକଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବି: ଅମରେଶ

ଭୁବନେଶ୍ୱର, ୨୨।୬ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୦୨୨ ଓ ୨୦୨୩ରେ ଦୁଇଥର ପବ୍ଲିକ ଓ୍ବାର୍କସ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା କର୍ପୋରେଟର ଅମରେଶ ଜେନା ଏଥର ଏହି ପଦ ପାଇଁ ନାମାଙ୍କନପତ୍ର ଭରି ନ ଥିଲେ। ଫଳରେ ଅନ୍ୟ ଜଣେ ବିଜେଡି କର୍ପୋରେଟର ସମ୍ପୃକ୍ତ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଏପରିସ୍ଥିତିରେ ଅମରେଶ ଖୁବ୍‌ଶୀଘ୍ର ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଅମରେଶ କହିଛନ୍ତି, ସେ ଏବେ ବି ଦଳରେ ଅଛନ୍ତି। ଆଗକୁ ବିଜେଡି ପାଇଁ କାମ କରିବେ। ଏଥିସହ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ବର୍ତ୍ତମାନର ବିଧାୟକଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବେ। ଏନେଇ ତଦନ୍ତ ପାଇଁ ଉଦ୍ୟମ କରିବେ ବୋଲି ଅମରେଶ କହିଛନ୍ତି। ଅନ୍ୟପକ୍ଷରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର ମଧ୍ୟ ଭାଜପାରେ ମିଶିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।
ବିଧାନସଭା ନିର୍ବାଚନରେ ଏହି ଦୁଇ ବିଜେଡି ନେତା ବିରଞ୍ଚତ୍ ଓ ଅମରେଶ ବିଧାୟକ ଟିକେଟ୍‌ ଆଶାୟୀ ଥିଲେ। ତେବେ ଦଳ ସେମାନଙ୍କୁ ଟିକେଟ୍‌ ନ ଦେଇ ପୁରୁଣା ପ୍ରାର୍ଥୀଙ୍କୁ ଭରସା କରିଥିବାରୁ ଏମାନେ ଦଳର ନିଷ୍ପତ୍ତିକୁ ବିରୋଧ କରିଥିଲେ। ତେବେ ବୁଝାଶୁଝା ପରେ ସେମାନେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ମଧ୍ୟ ଭିତିରିଆ ଭାଜପାକୁ ସମର୍ଥନ କରିଥିବା ଅଭିଯୋଗ ହୋଇଥିଲା। ଏକାମ୍ରରେ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ନିର୍ବାଚନ ହାରିଥିବାବେଳେ ମଧ୍ୟ ନିର୍ବାଚନମଣ୍ଡଳୀରେ ଅନନ୍ତ ନାରାୟଣ ଜେନା ମାତ୍ର ୩୭ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଦଳର ଏଭଳି ସ୍ଥିତି ପାଇଁ ଅନ୍ୟ ବିଜେଡି କର୍ପୋରେଟରମାନେ ବିରଞ୍ଚତ୍ ଓ ଅମରେଶଙ୍କୁ ଦାୟୀ କରୁଥିବାବେଳେ ଖୁବ୍‌ଶୀଘ୍ର ଏମାନେ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।
ଶୁକ୍ରବାର ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ବିରଞ୍ଚତ୍ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ଅଶୋକଙ୍କ ହାରିବା ପଛରେ ବିରଞ୍ଚତ୍ଙ୍କ ହାତ ଥିବା ଅଭିଯୋଗ କରି ଅନ୍ୟଜଣେ ବିଜେଡି କର୍ପୋରେଟର ତାଙ୍କ ବିରୋଧରେ ନାମାଙ୍କନପତ୍ର ଭରି ଥିଲେ। ଗୋଟିଏ ପଦ ପାଇଁ ଦୁଇ ବିଜେଡି କର୍ପୋରେଟର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଏବେ ଜୋର୍‌ ଆଲୋଚନା ଚାଲିଛି। ଏହାସହ ଖୁବ୍‌ଶୀଘ୍ର ବିରଞ୍ଚତ୍ ଭାଜପାରେ ସାମିଲ୍‌ ହେବା ନେଇ ମଧ୍ୟ ଶୁଣାଯାଉଛି। ଏହି ଚର୍ଚ୍ଚା ଅଧିକ ରୋଚକ ହେବାରେ ଲାଗିଛି। କାରଣ କମିଟି ଅଧ୍ୟକ୍ଷ ଭାବେ ବିରଞ୍ଚତ୍ଙ୍କ ବିଜୟ ପରେ ଭାଜପା କର୍ପୋରେଟରମାନେ ଉତ୍ସାହିତ ହୋଇ ତାଳି ମାରିବା ଓ ହୁଳହୁଳି ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ, ଗୁରୁବାର ଏକାମ୍ର ବିଧାୟକ ବାବୁ ସିଂଙ୍କ ପକ୍ଷରୁ ଗୁଆଝରଠାରେ ଆୟୋଜିତ ଚନ୍ଦନ ଉତ୍ସବରେ ମଧ୍ୟ ବିରଞ୍ଚତ୍ଙ୍କୁ ଦେଖିବାକୁ ମିଳିଥିଲା। ତେବେ ଭାଜପାରେ ମିଶିବା ଚର୍ଚ୍ଚା ସମ୍ପର୍କରେ ବିରଞ୍ଚତ୍ କହିଛନ୍ତି, ଏସବୁ ମିଛି ପ୍ରଚାର। ସେ ଏବେ ବି ଦଳରେ ଅଛନ୍ତି। ଆଗକୁ କିପରି ଭଲ କାମ କରିବେ ସେ ନେଇ ଧ୍ୟାନ ଦେବେ ବୋଲି ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri