Posted inଖେଳ

ଜୁଲାଇ ୩୦ ବୈଠକରେ ଅଧ୍ୟକ୍ଷତା କରିବେ ବ୍ରିଜଭୂଷଣ

ନୂଆଦିଲ୍ଲୀ, ୨୯ା୭ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପୂର୍ବରୁ ଜୁଲାଇ ୩୦ରେ ବସିବାକୁ ଥିବା ଏକ ବୈଠକରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣ ସିଂ ଅଧ୍ୟକ୍ଷତା କରିବେ। ନୂଆ କର୍ମକର୍ତ୍ତାଙ୍କ ଲାଗି ହେବାକୁଥିବା ନିର୍ବାଚନ ପାଇଁ ସେ ତାଙ୍କ ପ୍ରାର୍ଥୀ ମନୋନୟନ କରିବେ। ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ କଲେଜରେ ଯଦିଓ ବ୍ରିଜ ଭୂଷଣ ଓ ତାଙ୍କ ପୁତ୍ର କରନଙ୍କ ନାମ ନାହିଁ। କିନ୍ତୁ ନିର୍ବାଚନ ପାଇଁ ବିହାରରୁ ପ୍ରତିନିଧିତ୍ୱ କରୁଥିବା ଭାଜପା ନେତାଙ୍କ ଜାମାତା ବିଶାଲ ସିଂ ମୁଖ୍ୟ ପଦବୀ ପାଇଁ ଲଢିବା ଯଥେଷ୍ଟ ସମ୍ଭାବନା ରହିଛି। ବ୍ରିଜ ଭୂଷଣଙ୍କ ଦ୍ୱାରା ଏକ ବୈଠକ ଡକାଯାଇଥିବା ବିଷୟ ବିଦାୟୀ ଡବ୍ଲ୍ୟୁଏଫ୍‌ଆଇ ସହକାରୀ ସମ୍ପାଦକ ବିନୋଦ ତୋମାର ସ୍ପଷ୍ଟ କରିଛନ୍ତି। ତେବେ ଏହି ବୈଠକ କେଉଁଠାରେ ହେବ ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଯଥାସମ୍ଭବ ବୈଠକରେ ବିଭିନ୍ନ ରାଜ୍ୟ ସଂଗଠନରେ ସଭାପତି ଓ ସମ୍ପାଦକ ପଦବୀରେ ରହିଥିବା ବ୍ରିଜଭୂଷଣଙ୍କ ସମର୍ଥକମାନେ ଯୋଗ ଦେବେ। ଅଗଷ୍ଟ ୧୨ ପାଇଁ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ଜୁଲାଇ ୩୧ ରଖାଯାଇଛି। ଅଗଷ୍ଟ ୨ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଅଗଷ୍ଟ ୭ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଜାତୀୟ କ୍ରୀଡ଼ା ଆଚରଣବିଧି ଅନୁସାରେ ସେ ସର୍ବାଧିକ ୧୨ ବର୍ଷ ଧରି ଜଣେ କର୍ମକର୍ତ୍ତା ରହି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri