କମୁଛି ପୃଥିବୀର ଉଜ୍ଜ୍ୱଳତା

ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତା’ଠାରୁ ଅଧା ଓ୍ବାଟ୍‌ କମ୍‌ କରୁଛି। ପୃଥିବୀ ପ୍ରତିଫଳନ କରୁଥିବା ସୂର୍ଯ୍ୟାଲୋକରେ ଚନ୍ଦ୍ର ଆଲୋକିତ ହୋଇଥାଏ। ଦୀର୍ଘ ଦଶନ୍ଧି ହେଲା ଗବେଷକମାନେ ପୃଥିବୀର ଉଜ୍ଜ୍ୱଳତାକୁ ମାପି ଆସୁଛନ୍ତି। ଉକ୍ତ ଅଧ୍ୟୟନ ଜିଓଫିଜିକାଲ ରିସର୍ଚ୍ଚ ଲେଟରସ୍‌ ନାମକ ପତ୍ରିକାରେ ପ୍ରକାଶ ପାଇଛି। ଚନ୍ଦ୍ର ପୃଷ୍ଠରେ ପଡ଼ୁଥିବା ପୃଥିବୀର ଆଲୋକକୁ ମଧ୍ୟ ଗବେଷକମାନେ ମାପିଛନ୍ତି। ଦୁଇ ଦଶନ୍ଧି ହେଲା ଆମ ଗ୍ରହର ପ୍ରତିଫଳନ କ୍ଷମତା ହ୍ରାସ ପାଉଥିବା ସେଥିରୁ ଜଣାପଡ଼ିଛି। ଗବେଷକଙ୍କ ମତରେ ପୃଥିବୀର ପ୍ରତିଫଳନ କ୍ଷମତା ୦.୫ ପ୍ରତିଶତ ହ୍ରାସ ପାଇଛି। ପୃଥିବୀ ପୃଷ୍ଠରେ ପଡ଼ୁଥିବା ସୂର୍ଯ୍ୟାଲୋକର ପ୍ରାୟ ୩୦ ପ୍ରତିଶତ ପ୍ରତିଫଳିତ ହୋଇଥାଏ।
ଗତ ୩ ବର୍ଷର ପ୍ରତିଫଳନ ହାର ହ୍ରାସ ଆମକୁ ଆଶ୍ଚର୍ଯ୍ୟ କରିଛି ବୋଲି ଅଧ୍ୟୟନର ନେତୃତ୍ୱ ନେଇଥିବା ନ୍ୟୁଜର୍ସି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ଗବେଷକ ଫିଲିପ୍‌ ଗୁଡେ କହିଛନ୍ତି। ଦକ୍ଷିଣ କାଲିଫର୍ନିଆର ବିଗ୍‌ ବିଅର ସୋଲାର ଅବ୍‌ଜରଭେଟୋରି ସଂଗ୍ରହ କରିଥିବା ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ପୃଥିବୀର ଉଜ୍ଜ୍ୱଳତାର ଅନୁଧ୍ୟାନ କରାଯାଇଥିଲା। ପୂର୍ବବର୍ଷର ତଥ୍ୟ ସହ ସଦ୍ୟତମ ତଥ୍ୟକୁ ଯୋଡ଼ାଯିବା ପରେ ଉଜ୍ଜ୍ୱଳତା ହ୍ରାସ ପାଇଥିବା ସ୍ପଷ୍ଟ ଜଣାପଡ଼ିଥିଲା। ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚତ୍ବା ଓ ଆମ ଗ୍ରହର ପ୍ରତିଫଳନ ଉଭୟ ହ୍ରାସ ପାଇଛି। ନାସାର କ୍ଲାଉଡ୍ସ ଆଣ୍ଡ ଦି ଆର୍ଥସ୍‌ ରେଡିଆଣ୍ଟ ଏନର୍ଜି ସିଷ୍ଟମ୍‌ (କେୟାର୍ସ) ପ୍ରୋଜେକ୍ଟ ଦ୍ୱାରା କରାଯାଇଥିବା ସାଟେଲାଇଟ୍‌ ଅନୁଧ୍ୟାନ ଅନୁଯାୟୀ ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଉଜ୍ଜ୍ୱଳତା ଓ ନିମ୍ନସ୍ତରରେ ରହୁଥିବା ପ୍ରତିଫଳନକାରୀ ବାଦଲ ହ୍ରାସ ପାଇଛି। ଏହାର କାରଣ ହେଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ବରୂପ ଉକ୍ତ ଅଞ୍ଚଳରେ ସମୁଦ୍ର ଜଳସ୍ତରର ତାପମାତ୍ରା ବୃଦ୍ଧି ପାଇଛି। ପୃଥିବୀର ଜଳବାୟୁ ବ୍ୟବସ୍ଥା ଅଧିକ ସୌରଶକ୍ତି ଆହରଣ କରୁଥିବାରୁ ଉଜ୍ଜ୍ୱଳତା ହ୍ରାସ ପାଉବା ସହ ବିଶ୍ୱ ତାପନ ବୃଦ୍ଧି ପାଉଥିବା ଗବେଷକମାନେ କହିଛନ୍ତି। ଗବେଷଣାରେ ଭାଗ ନେଇ ନ ଥିବା କାଲିଫର୍ନିଆ ୟୁନିଭର୍ସିଟିର ଗ୍ରହ ବିଜ୍ଞାନୀ ଏଡ୍‌ଓ୍ବାର୍ଡ ସ୍ବିଏଟରମାନ୍‌ଙ୍କ ମତରେ ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଅଧିକାଂଶ ବୈଜ୍ଞାନିକଙ୍କ ବିଶ୍ୱାସ ଯେ, ପୃଥିବୀ ଅଧିକ ଉତ୍ତପ୍ତ ହେଲେ ଅଧିକ ବାଦଲ ସୃଷ୍ଟି ହେବ ଓ ପ୍ରତିଫଳନ ଅଧିକ ହେବ। ଏହା ଉତ୍ତାପ କମାଇବାରେ ଓ ଜଳବାୟୁ ବ୍ୟବସ୍ଥାରେ ସନ୍ତୁଳନ ଆଣିବାରେ ସହାୟକ ହେବ। କିନ୍ତୁ ଉପରୋକ୍ତ ଗବେଷଣା ଏହାର ବିପରୀତ ସାବ୍ୟସ୍ତ ହୋଇଥିବା ସ୍ବିଏଟରମାନ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?