ସେନାରେ କେବଳ ମଣିଷ ନୁହନ୍ତି ପ୍ରାଣୀମାନେ ବି ସାମିଲ ହୋଇପାରିବେ। ଏକଥାକୁ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କିଛି ବର୍ଷ ତଳେ ୨୦୧୬ରେ ଏକ ପ୍ରାଣୀକୁ କେବଳ ଯେ ସେନାର ଅଂଶ କରାଯାଇଥିଲା ତାହା ନୁହେଁ ବରଂ ଏକ ସର୍ବୋଚ୍ଚ ପଦବୀ ଦିଆଯାଇଥିଲା। ତାସହ ତାକୁ ଗାର୍ଡ ଅଫ ଅନର୍ ବି ଦିଆଯାଇଥିଲା। ଏହା ହେଉଛି ସ୍କଟଲାଣ୍ଡର ରାଜଧାନୀ ଏଡିନ୍ବର୍ଗ ଚିଡିଆଖାନାର ଏକ ପେଙ୍ଗୁଇନ୍ର କଥା। ‘ସର୍ ନିଲ୍ସ ଓଲାଭ’ ନାମକ ଏହି ପେଙ୍ଗୁଇନ୍କୁ ବ୍ରିଗେଡିୟର୍ ପଦବୀ ମିଳିଥିଲା। ଆଉ ୫୦ରୁ ଉର୍ଦ୍ଧ୍ୱ ସୈନିକ ତାକୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ। ଜଣେ ସେନାଧିକାରୀ ସାଲ୍ୟୁଟ୍ ମଧ୍ୟ କରିଥିଲେ। ଆଉ ନିଲ୍ସକୁ କିଙ୍ଗସ୍ ଅଫ୍ ନରଓ୍ବେ ଗାର୍ଡ ବିଭାଗର ମୁଖ୍ୟ ସଦସ୍ୟ କରାଯାଇଥିଲା। ତେଣୁ ସେ ‘ବ୍ରିଗେଡିୟର୍ ସର୍ ନିଲ୍ସ ଓଲାଭ’ ନାମରେ ପରିଚିତ ହେଲା। ଏହି ସମାରୋହରେ ନିଲ୍ସ ଏକ ପେଙ୍ଗୁଇନ୍ ନୁହେଁ ବରଂ ସେନାର ଜଣେ ଯୋଦ୍ଧା ପରି ଲାଗୁଥିଲା। ଆଉ ସେ ବୀର ଠାଣିରେ ଚାଲୁଥିଲା। କେବଳ ସେତିିକି ନୁହେଁ ସେଠାରେ ଜଣେ ଅଫିସର୍ଙ୍କୁ ନିରୀକ୍ଷଣ ବି କରିଥିଲା। ସମାରୋହର ଆୟୋଜକଙ୍କ କହିବାନୁସାରେ ସ୍କଟଲାଣ୍ଡ ଓ ନର୍ଓ୍ବେ ଦୁଇ ଦେଶ ମଧ୍ୟସ୍ଥ ସମ୍ପର୍କର ଏହା ଏକ ସୁନ୍ଦର ଦୃଶ୍ୟ ଥିଲା।
କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…
ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...
ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା
ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...
ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ
ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...
କ’ଣ ଭାରତରେ ଲିଭ୍ ଇନ୍ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ
ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...
କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…
ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...
୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...
୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ
ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...
ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍ ହେବେ ଏହି ୫ ରାଶି
ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...
Archives


