ଅଧାରେ ଅଟକିଛି ବ୍ରିଜ୍‌ମ୍ୟାନ୍‌ଙ୍କ ସ୍ୱପ୍ନ

କେନ୍ଦୁଝର,୧୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ-କାନପୁର ଗ୍ରାମର ଗଙ୍ଗାଧର ରାଉତ (୬୫) ନିଜର ପେନ୍‌ସନ୍‌ ଅର୍ଥରେ ସାଳନ୍ଦୀ ନଦୀରେ ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ ନିର୍ମାଣ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କାମ ପାଇଁ ସମସ୍ତେ ତାଙ୍କୁ ପୋଲ ମଣିଷ (ବ୍ରିଜ ମ୍ୟାନ) ଭାବରେ ଜାଣନ୍ତି। ଏଥିରେ ସେ ପାଖାପାଖି ୧୮ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ପ୍ରଶାସନର ଅସହଯୋଗ ତାଙ୍କୁ ବ୍ୟଥିତ କରିଛି। ପୋଲ କାମ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ୍‌ ନିର୍ମାଣ ହେଉ ନ ଥିବାରୁ ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି।

ପୋଲ ନିର୍ମାଣ କାର୍ଯ୍ୟ ବହୁ ଆଗରୁ ଆରମ୍ଭ ହୋଇ ଅଧାପନ୍ତରିଆ ହୋଇ ପଡ଼ଥିଲା। ପରବର୍ତ୍ତୀ ସମୟରେ ୨୦୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୧୯ ଅଗଷ୍ଟ ମାସରେ ସରିଥିଲେ ହେଁ ଏହାର ଆପ୍ରୋଚ ରୋଡ୍‌ ଅଦ୍ୟାବଧି ସରି ନାହିଁ। ଅର୍ଥ ସରିଲା ଚିନ୍ତା ନାହିଁ , କିନ୍ତୁ ଲୋକଙ୍କ ସହଯୋଗ ଓ ସହାୟତା ମିଳୁ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଗଙ୍ଗାଧର। ଏଥିପାଇଁ ସେ ସମ୍ମାନ, ପୁରସ୍କାର ପାଇଥିଲା ବେଳେ ବହୁ ପ୍ରତିଶ୍ରୁତି ମଧ୍ୟ ପାଇଛନ୍ତି। କିନ୍ତୁ ଏବେ ସୁଦ୍ଧା ତାଙ୍କର ସ୍ବପ୍ନର ପୋଲ ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହୋଇ ପାରୁ ନ ଥିବା କିମ୍ବା ସରକାରୀସ୍ତରରେ ସହଯୋଗ ମିଳୁ ନ ଥିବାରୁ ସେ ଚିନ୍ତା ବ୍ୟକ୍ତ କରୁଛନ୍ତି।
ପୋଲ ନିର୍ମାଣ ଆରମ୍ଭରୁ ଅଦ୍ୟାବଧି ସେ ବହୁ ବାଧାବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବା କୁହନ୍ତି। ନିଜର ଅବସରକାଳୀନ ମିଳିଥିବା ମାସିକ ପେନସନ ଅର୍ଥ, ପୁଅ ଓ ସ୍ତ୍ରୀ ଏପରିକି ନାତୁଣୀଙ୍କ ୧୦ ହଜାର ଟଙ୍କା ସହାୟତା ଅର୍ଥରେ ସେ ଏହି ପୋଲ ନିର୍ମାଣ କରିପାରଥିବା କୁହନ୍ତି। ପୋଲ ନିର୍ମାଣରେ ବିଧାୟକ ଭାଗିରଥୀ ସେଠୀ, ସ୍ଥାନୀୟ କଲେଜର ଅଧ୍ୟକ୍ଷ ନବ କିଶୋର ବେହେରା, ଟ୍ରକ ମାଲିକ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗକୁ ସେ ଭୁଲି ନାହାନ୍ତି। କିନ୍ତୁ ବର୍ଷ ହେଲା ପୋଲ ନିର୍ମାଣ ଶେଷ ହୋଇଥିଲେ ହେଁ ଆପ୍ରୋଚ ରୋଡ୍‌ ନିର୍ମାଣ ସରିନାହିଁ। ନୂଆଦିଲ୍ଲୀଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପାଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ପୋଲର ଗୋଟିଏ ପାର୍ଶ୍ୱ ଆପ୍ରୋଚ ରୋଡ୍‌ ନିର୍ମାଣରେ ସେ ଖର୍ଚ୍ଚ କରିଦେଇଛନ୍ତି। ତେବେ ଅନ୍ୟ ପଟର ଆପ୍ରୋଚ ରୋଡ୍‌ ସରି ନ ଥିବାରୁ ସଂଗ୍ରାମ ଜାରି ରଖିଥିବା କହିଛନ୍ତି।

ଆଗରୁ ବହୁ କଷ୍ଟରେ ନଦୀ ପାର ହୋଇଯାଉ। ନଈରେ ପାଣି ଆସିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସରକାରଙ୍କ ବିଜୁ ସେତୁ ଯୋଜନା ରହିଥିଲେ ହେଁ ଗ୍ରାମବାସୀ ପୋଲ ପାଇଁ ବହୁ ଅସୁବିଧା ଭୋଗିଆସୁଥିଲେ। ଏଥିପାଇଁ ଏକ ପୋଲର ଆବଶ୍ୟକତା ଥିବାରୁ ଲୋକେ ବାରମ୍ବାର ଦାବି କରିବା ସତ୍ତ୍ୱେ ସରକାରୀ ସ୍ତରରେ ନିର୍ମାଣ ହୋଇ ପାରିଲା ନାହିଁ ା ସେ ଚାକିରି ସମୟରେ ଏହି ପୋଲ ନିର୍ମାଣ କରିବାକୁ ପଣ କରିଥିଲେ। ଧୀରେ ଧୀରେ ସ୍ଥାନୀୟ ଜଣେ ଠିକାଦାରଙ୍କ ସହିତ କଥାବାର୍ତ୍ତା ହୋଇ ଆଖପାଖ ନିର୍ମାଣ ହୋଇଥିବା ପୋଲ ବୁଲି ଦେଖିବା ପରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆର୍ଥିକ ସଙ୍କଟ ଦେଖାଦେଇଥିଲେ ହେଁ ଧୀରେ ଧୀରେ କାମ ଆରମ୍ଭ ହୋଇଥିଲା। ୨୦୧୬ ଅକ୍ଟୋବରରେ ଚାକିରିରୁ ଅବସର ନେବା ପରେ ପୁଣି ପୋଲ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଆଠଟି ପିଲାର ନିର୍ମାଣ କରି ପୋଲ ନିର୍ମାଣ ପରିକଳ୍ପନା କରି ଆରମ୍ଭ କରାଯାଇଥିଲା ବୋଲି ସେ କୁହନ୍ତି ।

ପ୍ରଶାସନ ଠାରୁ ବହୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଅଦ୍ୟାବଧି ଆପ୍ରୋଚ ରୋଡ୍‌ ନିର୍ମାଣ ହୋଇ ନ ଥିବାରୁ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଛି ବୋଲି ସେ କୁହନ୍ତି। ଏହି ପୋଲ ଦ୍ୱାରା କାନପୁର ଠାରୁ ଦନେଇପୁରକୁ ଯାତାୟତ ସୁବିଧା ସହ ଅନେକ ଗ୍ରାମର ଲୋକଙ୍କ ପାଇଁ ସବୁଦିନିଆ ବାଟ ଫିଟିବ ବୋଲି କହିଛନ୍ତି। ଏସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ସରୋଜ କୁମାର ଦତ୍ତଙ୍କୁ ପଚାରିବାରୁ ସେ ବିଷୟରେ କିଛି ଜାଣିନାହାନ୍ତି ଓ ବିଡିଓ ଏସମ୍ପର୍କରେ କହିପାରିବେ ବୋଲି କହିଛନ୍ତି। ହାଟଡିହୀ ବିଡିଓ ବିନୀତା ବିଜୟିନୀ କହିଛନ୍ତି, ସେ ଏ ବିଷୟରେ ଅବଗତ ନାହାନ୍ତି । କନିଷ୍ଠ ଯନ୍ତ୍ରୀ ବୁଝିକି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri