ପୋଲ ଖସିଲା

କିଛିଦିନ ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିଥିଲେ ଯେ, କୌଣସି ଜରୁରିକାଳୀନ ସ୍ଥିତି ଉପୁଜିଲେ ଭାରତର ସବୁ ଜାତୀୟ ରାଜପଥ (ଏନ୍‌.ଏଚ୍‌.) ହେଲିପ୍ୟାଡ୍‌ରେ ପରିଣତ ହେବା ଭଳି ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ। ସେଥିନେଇ ତାଙ୍କ ମନ୍ତ୍ରଣାଳୟ ସଡ଼କ ପରିବହନ ମନ୍ତ୍ରଣାଳୟ ସହ କଥାବାର୍ତ୍ତା କରିସାରିଛି ବୋଲି ସେ କହିଥିଲେ। ହେଲେ ୨୦୨୨ ଜୁଲାଇରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ନିଜେ ପାର୍ଲାମେଣ୍ଟରେ କହିଥିଲେ ୨୦୨୦ରେ ବିଶ୍ୱ ସଡ଼କ ଦୁର୍ଘଟଣାର ୨୬.୩୭ ପ୍ରତିଶତରେ ରହି ଭାରତ ସବୁଠୁ ଆଗରେ ଥିଲା। ଏଥିରୁ ବୁଝିହେଉଛି ଯେ ଆହୁରି ଅନେକ ଧନୀ ରାଷ୍ଟ୍ର, ଯେଉଁଠାରେ ଅତ୍ୟଧିକ ସଂଖ୍ୟାରେ ଯାନବାହନ ଚଳାଚଳ ହୁଏ, ସେଠାରେ ଭାରତ ତୁଳନାରେ ଯଥେଷ୍ଟ କମ୍‌ ଦୁର୍ଘଟଣା ଘଟିଥାଏ। ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଭିତ୍ତିଭୂମି ବିକାଶ ଚିନ୍ତା କରାଯିବା ଭଲ କଥା। କିନ୍ତୁ ତା’ ପୂର୍ବରୁ ଜାତୀୟ ରାଜପଥଗୁଡ଼ିକର ଅବସ୍ଥାକୁ ମଧ୍ୟ ପରଖାଯିବା ଦରକାର। ଓଡ଼ିଶା କଥା ଦେଖିଲେ କଟକର ମଙ୍ଗୁଳି ଭାୟା ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁର ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଦୃଷ୍ଟାନ୍ତ ଭାବେ ନିଆଯାଇପାରିବ। ଏହି ଏନ୍‌.ଏଚ୍‌.ରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ବିଷୟ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ରାଜପଥର ଦୁରବସ୍ଥା ସମ୍ପର୍କରେ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବେଳେ ତାଙ୍କ ଉତ୍ତରରେ ସେ କେବଳ କ୍ଷମା ମାଗିଥିଲେ। ଯେତେବେଳେ ସଡ଼କର ଅବସ୍ଥା ଏଭଳି ରହିଛି, ସେଥିରେ ହେଲିପ୍ୟାଡ୍‌ ଭିତ୍ତିଭୂମି ସୃଷ୍ଟି ନେଇ ପରିକଳ୍ପନା କରାଯିବା ହାସ୍ୟାସ୍ପଦ ମନେହେଉଛି।
୩୦ ଅକ୍ଟୋବର ସନ୍ଧ୍ୟାରେ ଗୁଜରାଟର ମୋର୍ବିସ୍ଥିତ ମାଛୁ ନଦୀରେ ୧୦୦ ବର୍ଷ ପୁରୁଣା ସସ୍ପେନ୍‌ସନ ବ୍ରିଜ୍‌ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ୬୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ଆହତ ହୋଇ ପାଣିରେ ଫସିରହିଥିବା ପ୍ରାଥମିକ ସୂଚନା ମିଳିଛି। ଉକ୍ତ ଝୁଲା ପୋଲ ବ୍ରିଟିଶ ସରକାର ଅମଳରେ ନିର୍ମାଣ କରାଯାଇଥିଲା। ଏହା ଦୁର୍ବଳ ହୋଇଯାଇଥିବାରୁ ନିକଟରେ ତାହାର ମରାମତି କରାଯାଇଥିଲା। ପୁନଃ ନିର୍ମାଣ ପରେ ଗତ ୨୬ ତାରିଖରେ ଏହାକୁ ଖୋଲାଯାଇଥିଲା। ଏପଟେ ସମାନ ଦିନରେ କଳାହାଣ୍ଡି ଜିଲା ସଦରମହକୁମା ଭବାନୀପାଟଣାରୁ ଥୁଆମୂଳ-ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଉପରେ ଥିବା ଏକ ପୋଲ ଅଧାରୁ ଭୁଶୁଡ଼ି ପଡ଼ିବା ଫଳରେ ଦୁଇଟି କାର୍‌ ଗଳିପଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ସେଥିରେ ପ୍ରାୟ ୫ ଜଣ ଲୋକ ଗୁରୁତର ହୋଇଛନ୍ତି। ସୂଚନା ମିଳିଛି ଯେ, ଉକ୍ତ ପୋଲଟି ପାଖାପାଖି ଶହେ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ସେହି ନିର୍ମାଣରେ ସମ୍ପୃକ୍ତ ଠିକାଦାର ବଞ୍ଚତ୍ ରହିଥିବେ ବୋଲି ବିଶ୍ୱାସ ହେଉନାହିଁ। କିନ୍ତୁ ସରକାର ଯେଉଁ ରକ୍ଷଣାବେକ୍ଷଣ କରିବା କଥା, ତାହା ଏବକାର ଯନ୍ତ୍ରୀମାନଙ୍କ ଦାୟିତ୍ୱରେ ନିଶ୍ଚିତ ଭାବେ ଥିବ; ଯାହାକି ସେଥିରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। ଭିଜିଲାନ୍ସ ଚଢ଼ାଉ କରି ଯନ୍ତ୍ରୀଙ୍କ କ୍ରିପ୍‌ଟୋ କରେନ୍ସି ଲିଙ୍କ୍‌ ଧରିବା ପରିବର୍ତ୍ତେ ଦୁର୍ଘଟଣା ପାଇଁ ଦାୟୀ ଥିବା ଯନ୍ତ୍ରୀଙ୍କୁ ତତ୍‌କ୍ଷଣାତ୍‌ ଚାକିରିରୁ ବିଦା କରାଯାଇ ଯଦି ଗିରଫ କରାଯାଇପାରନ୍ତା, ତାହା ହେଲେ ସରକାରଙ୍କ ସଚ୍ଚୋଟପଣିଆ ଲୋକଙ୍କ ତୁଣ୍ଡରୁ ଶୁଣିବାକୁ ମିଳନ୍ତା। ଅବଶ୍ୟ ସମସ୍ତେ ଜାଣନ୍ତି ଯେ, ସେଭଳି ପଦକ୍ଷେପ ଓଡ଼ିଶା ଭଳି ରାଜ୍ୟରେ ନିଆଯିବ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି, ଦୀର୍ଘ ବର୍ଷ ତଳର ବ୍ରିଜ୍‌ରେ ଯାନବାହନ ଚଳାଚଳ ଲାଗି କାହିଁକି ଅନୁମତି ଦିଆଯାଉଥିଲା। ଅବଶ୍ୟ ଏଭଳି ପୋଲ ଓଡ଼ିଶା ସମେତ ଦେଶର ବହୁ ଅଞ୍ଚଳରେ ଏବେ ମଧ୍ୟ ବ୍ୟବହୃତ ହେଉଛି, ଯାହାର କୌଣସି ବିକଳ୍ପ ସୃଷ୍ଟି କିମ୍ବା ଠିକ୍‌ ଭାବେ ମରାମତି କରାଯାଉନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି କିଛି ବର୍ଷ ମଧ୍ୟରେ ସରକାର ଅନେକ ଉପାୟରେ ଲୋକଙ୍କ ଉପରେ ପରିବହନ ଟିକସ ଲଦି ଚାଲିଛନ୍ତି। ନୂତନ ରାସ୍ତା ସୃଷ୍ଟି କରିବା ସକାଶେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି, ତାହାଠାରୁ କାହିଁ କେତେ ଅଧିକ ରାଜସ୍ବ ଫାସ୍‌ଟାଗ ଭଳି ବ୍ୟବସ୍ଥାରେ ସଂଗ୍ରହ କରାଯାଉଛି। ସେହିଭଳି ଶୁଖିଲାରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ (ଏଚ୍‌ଏସ୍‌ଅର୍‌ପି) କରିବା ପାଇଁ ବାଧ୍ୟ କରାଯାଇ ଅର୍ଥ ଶୋଷଣ କରାଯାଉଛି। ଏଠାରେ ପ୍ରଶ୍ନ ଉଠିପାରେ ହାଇ ସିକ୍ୟୁରିଟିର ଅର୍ଥ କ’ଣ। ମାଲିକଙ୍କ ଗାଡ଼ି ଚୋରି ହୋଇଗଲେ ତାଙ୍କୁ ଗାଡ଼ି ଖୋଜିଆଣି ଦେବା ବା କ୍ଷତିପୂରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଏହି ନୂତନ ନମ୍ବର ପ୍ଲେଟ ଏକ ପ୍ରହସନ ମାତ୍ର। ସେହିଭଳି ଭାବରେ ସଡ଼କ ଟିକସର ପରିମାଣ ବାରମ୍ବାର ବୃଦ୍ଧି କରାଯାଉଛି ଏବଂ କୁହାଯାଉଛି ଯେ, ଅଧିକ ମୂଲ୍ୟର ଗାଡ଼ି ଉପରେ ଅଧିକ ଟିକସ ପଡ଼ୁଛି। ଗାଡ଼ିର ମୂଲ୍ୟ ଅଧିକ ହେବାର ଅନ୍ୟତମ କାରଣ ହେଉଛି ପ୍ରଦୂଷଣ ରୋକିବା ପାଇଁ ସରକାର ସୃଷ୍ଟି କରୁଥିବା ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା, ଯାହାକୁ ଭାରତ ଷ୍ଟେଜ୍‌ କୁହାଯାଉଛି। ତଥାପି ଅଧିକ ଅର୍ଥ ଦେଉଥିବା ସତ୍ତ୍ୱେ ଗାଡ଼ିର ଜୀବନକାଳକୁ ୧୫ ବର୍ଷରେ ସୀମିତ ରଖାଯାଉଛି। ସବୁଆଡ଼ୁ ଲାଭ କରୁଥିବା ସରକାର ସଡ଼କ ବ୍ୟବହାରକାରୀଙ୍କୁ ସର୍ବନିମ୍ନ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଛନ୍ତି ବୋଲି ସ୍ପଷ୍ଟ ବୁଝାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri