ବିବାହ ପୂର୍ବରୁ ଜିଲାପାଳଙ୍କ ନିକଟରେ ଏମିତି ଗୁହାରି କଲେ ଯୁବତୀ, ଛୁଟୁଛି ପ୍ରଶଂସାର ସୁଅ

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ଅଲୀଗଡ଼ରୁ ହୃଦୟକୁ ଛୁଇଁଗଲା ପରି ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବତୀ ନିଜ ବାହାଘରରେ ବରଯାତ୍ରୀ ଆସିବା ପାଇଁ ଗାଁକୁ ରାସ୍ତା ନ ଥିବାରୁ ସିଧା ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଯୁବତୀ ଜଣକ ଜିଲାପାଳଙ୍କୁ କହିଛନ୍ତି, ବିବାହ ପୂର୍ବରୁ ଶୀଘ୍ର ରାସ୍ତା ତିଆରିର ବନ୍ଦୋବସ୍ତ କରନ୍ତୁ। ଗାଁର ରାସ୍ତା ବହୁତ ଖରାପ। ବରଯାତ୍ରୀ ଆସିବାରେ ଅସୁବିଧା ହେବ। ଯୁବତୀଙ୍କ ଅଭିଯୋଗ ଶୁଣି ଜିଲାପାଳ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ରାସ୍ତା ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଅଧିକାରୀଙ୍କୁ କହିଛନ୍ତି, ତୁରନ୍ତ ରାସ୍ତା କାମ ପୂରା କରି ଏ ସମ୍ପର୍କରେ ମୋତେ ସୂଚନା ଦିଅ। ଜିଲାପାଳଙ୍କ ଏହି କଥା ଶୁଣି ଯୁବତୀ ଖୁସିବ୍ୟକ୍ତ କରିଛନ୍ତି।


ବିଏଡ୍‌ ପାସ କରିଥିବା କରିସ୍ମା ୨୭ ଫେବୃୟାରୀରେ ବିବାହ କରିବେ। ସେ ଗାଁରେ ରୁହନ୍ତି। ତେଣୁ ତାଙ୍କ ଗାଁ ରାସ୍ତା ବହୁତ ଖରାପ। ସ୍ଥାନେ ସ୍ଥାନେ ଆଣ୍ଠୁଏ ଖାଲ ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତିରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏମିତି ଅବସ୍ଥାରେ କରିସ୍ମାଙ୍କ ବରଯାତ୍ରୀ କିପରି ଗାଁରେ ପହଞ୍ଚିବେ ସେ ନେଇ ଚିନ୍ତାରେ ଥିଲେ।

କରିସ୍ମାଙ୍କ ପରିବାର ଲୋକେ କୁହନ୍ତି, ଏମିତି ରାସ୍ତାରେ ଯଦି ବରଯାତ୍ରୀ ଆସିବେ ତେବେ କନ୍ୟାଘର ବଦନାମ ହେବେ। ତେଣୁ ସେ ଚାହାନ୍ତି ତାଙ୍କ ଝିଅ ଅପନିନ୍ଦା ନ ନିଅନ୍ତୁ। ଏଥିପାଇଁ କରିସ୍ମା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ। କରିସ୍ମାଙ୍କ ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯିବା ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଅନ୍ୟପକ୍ଷରେ ଜିଲାପାଳ ଚନ୍ଦ୍ରଭୂଷଣ ସିଂ କହିଛନ୍ତି, କରିସ୍ମା ନାମକ ଜଣେ ଯୁବତୀ ଗାଁରେ ରାସ୍ତା ନାହିଁ ବୋଲି ମୋ’ ନିକଟକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ତାଙ୍କ କଥା ରଖି ମୁଁ ରାସ୍ତା ତିଆରି ପାଇଁ ନିର୍ଦ୍ଦେଶ ଦେଇଛି। ଏହା ଯେକୌଣସି ଯୋଜନାରେ ବି ହେଉ ତୁରନ୍ତ ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri