ବେଧଡ଼କ ଚାଲିଛି ଇଟାଭାଟି ଓ ବାଲି ଚାଲାଣ, ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ମାଫିଆ ସକ୍ରିୟ

ଜଗନ୍ନାଥପ୍ରସାଦ,୧୪।୪(ଡି.ଏନ.ଏ.) ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ବେଧଡକ ଭାବେ ଚାଲିଛି ବେଆଇନ ଇଟାଭାଟି ଓ ବାଲି ଚୋରାଚାଲାଣ। ଜଙ୍ଗଲ ନଦୀ କୂଳରେ ଲୁଚା ଛପାରେ ଚାଲିଥିଲା। ବର୍ତ୍ତମାନ ରାଜ୍ୟ ରାଜପଥ, ଗ୍ରାମ ନିକଟ ଓ ସ୍କୁଲ ପରିବେଶ ନିକଟରେ ହୁତୁ ହୁତୁ ହୋଇ ଜଳୁଛି ଇଟା ଭାଟି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭାଟିର ଗରମ ପବନ ଗାଁ ଲୋକେ ଯାହା ଅସୁବିଧାର ସାମ୍ନା କରୁଥିଲେ ଏଥିରୁ ସ୍କୁଲର ପିଲା ମଧ୍ୟ ବାଦ ପଡି ନାହାନ୍ତି। ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳ ଦେଇ ବୋଡା ନଦୀ ପ୍ରବାହିତ। ପୂର୍ବରୁ ବନ୍ୟାଜଳ ଆସିଲେ ଏହି ନଦୀ କୂଳିଆ ଗ୍ରାମଗୁଡ଼ିକ ପାଣିରେ ଉବୁଟୁବୁ ହୋଇ ଜନଜୀବନ ନଷ୍ଟ ହେଉଥିଲା। ୨୦୧୭ରେ ତିଆରି ହୋଇଥିଲା କୁଳ ଆଡି। ତେବେ ନଦୀ ଜଳରେ ଆସୁଥିବା ପଟୁମାଟି ନଦୀପଠାରେ ଜମା ହେବା ଦ୍ୱାରା ପନିପରିବା ଚାଷ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକରେ ବହୁଳ ପରିମାଣରେ ହୋଇପାରୁଥିଲା। କିନ୍ତୁ ବର୍ତ୍ତମାନ କୁଳହିଡ଼ରେ ବେଆଇନ ଭାବେ ଗଢି ଉଠିଛି ଶହଶହ ଇଟାଭାଟି ଓ ବାଲି ଢ଼ିପ। ସରକାରୀ ଜାଗାରୁ ଚୋରାରେ ବାଲିମାଟି ଉଠାଇ ବ୍ୟକ୍ତିଗତ ଜାଗାରେ ରଖି ତିଆରି ହେଉଛି ଇଟା। ଇଟା ଧୂଆଁରେ ଅତିଷ୍ଠ ନଦୀ କୂଳିଆବାସୀ। ଅନ୍ୟପକ୍ଷରେ ବାଲି ମାଫିଆ ସକ୍ରିୟ ହୋଇ ଅଞ୍ଚଳରୁ ନଦୀ ପଠାକୁ ତାଡ଼ିନେଉଛନ୍ତି। ଯଦ୍ୱାରା ବିରାଟ ଗର୍ତ୍ତ ସୃଷ୍ଟି ହୋଇ ସ୍ଥାନୀୟ କଇଥପଲ୍ଲୀ ମଶିଷ ଓ ପଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ନଦୀ ପାର୍ଶ୍ୱସ୍ଥ ଗଛ ଯାହାକି କୂଳକୁ ସୁରକ୍ଷା ଦେଉଥିଲା ମୂଳରୁ ମାଟିତଡ଼ା ହୋଇଯିବାରୁ ସେମାନେ ଧରାଶାୟୀ। ଏ ସମସ୍ତ ପରେ ବି ପ୍ରଶାସନ ନିରବ। ପ୍ରଶାସନ କିଛି ମାତ୍ରାରେ ଅର୍ଥ ଦଣ୍ଡ ଆକାରରେ ରସିଦ ଦେଇ ଦଲାଲମାନଙ୍କୁ ଏକ ପ୍ରକାର ଭିତିରିଆ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନଦୀରେ ଆଉନାହିଁ ପଟୁମାଟି ତଥା ବାଲି। ଯାହିବି କିଛି ବାଲି ଆସୁଛି ତାକୁ ଅର୍ଥଲୋଭରେ ମାଫିଆମାନେ ଚୋରାରେ ଚାଲାଣ କରି ହେଉଛନ୍ତି ମାଲେମାଲ।
ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡୁଛନ୍ତି ନଦୀକୂଳିଆ ଗ୍ରାମବାସୀ। ଜଗନ୍ନାଥପ୍ରସାଦ, ଆଜ୍ଞା ପ୍ରସାଦ, ଜିରାବାଡି, ଲେପା, ଛାମୁଣ୍ଡା, ଶିଶୁଣ୍ଡା, ଚଢିଆପଲ୍ଲୀ, ବନ୍ତା, ସମରବନ୍ଧ, ଗେରେଡା, ମାଣପୁର, ଗୟାଗଣ୍ଡା, ଆଠପଲ୍ଲୀ ଭଳି ଅନେକ ଜାଗାରେ ବେଧଡ଼କ ଚାଲିଛି ମାଟି ଇଟା ଭାଟି। ତେବେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମାକୁ କାହିଁକି କାର୍ଯ୍ୟକାରୀ କରାଯାଉନି ତାହା ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଆସୁଛି। ମାଟି ଇଟା ବେଆଇନ ଘୋଷଣା ହୋଇଥିଲେ ମଧ୍ୟ ପ୍ରଶାସନର ବଳ ଆଗରେ ଅର୍ଥ ବଳ ଭାରି ପଡ଼ିଥିବା କାରଣରୁ କାଯର୍‌ୟାନୁଷ୍ଠାନ ନିଆଯାଉନଥିବା ଆଲୋଚନା ହେଉଛି। ଏ ସେମ୍ପର୍କରେ ତହସିଲଦାର ମନୋଜ ତ୍ରିପାଠୀଙ୍କୁ ପଚାରିବାରୁ ବେଆଇନ ଇଟା ଭାଟି ସୂଚନା ମିଳିଲେ ନିଶ୍ଚିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ହାତୀ ପାଇଁ ବିକଳ୍ପ ଚାଷ କରାଯାଉ: ଘୋଡା ନାଚ ମାଧ୍ୟମରେ ହାତୀ ସୁରକ୍ଷା ସଚେତନତା

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ, ଟାଟା ପାୱାର ଏବଂ ସ୍ନେହା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଲିଥିବା ହାତୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା, ଉଦ୍ଧାର ପାଇଁ ଗଲେ ଦିଗପହଣ୍ଡି ପୋଲିସ 

ଦିଗପହଣ୍ଡି,୯।୨(ଅଶେଷ ନାଥ ମିଶ୍ର): ଓଡ଼ିଶାର ୩ଶ୍ରମିକଙ୍କୁ ତାମିଲନାଡୁରେ ନିର୍ଯାତନା ଅଭିଯୋଗ । ୩ ଶ୍ରମିକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ…

ମହାଶିବରାତ୍ରି ପାଇଁ ଶୈବ ପୀଠ ଚଳଚଞ୍ଚଳ: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ): ଆସନ୍ତା ୧୫ରେ ମହାଶିବରାତ୍ରି। ଏଥିପାଇଁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି l ବିଭିନ୍ନ ଶୈବ…

ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri