ବେଧଡ଼କ ଚାଲିଛି ଇଟାଭାଟି ଓ ବାଲି ଚାଲାଣ, ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ମାଫିଆ ସକ୍ରିୟ

ଜଗନ୍ନାଥପ୍ରସାଦ,୧୪।୪(ଡି.ଏନ.ଏ.) ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ବେଧଡକ ଭାବେ ଚାଲିଛି ବେଆଇନ ଇଟାଭାଟି ଓ ବାଲି ଚୋରାଚାଲାଣ। ଜଙ୍ଗଲ ନଦୀ କୂଳରେ ଲୁଚା ଛପାରେ ଚାଲିଥିଲା। ବର୍ତ୍ତମାନ ରାଜ୍ୟ ରାଜପଥ, ଗ୍ରାମ ନିକଟ ଓ ସ୍କୁଲ ପରିବେଶ ନିକଟରେ ହୁତୁ ହୁତୁ ହୋଇ ଜଳୁଛି ଇଟା ଭାଟି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭାଟିର ଗରମ ପବନ ଗାଁ ଲୋକେ ଯାହା ଅସୁବିଧାର ସାମ୍ନା କରୁଥିଲେ ଏଥିରୁ ସ୍କୁଲର ପିଲା ମଧ୍ୟ ବାଦ ପଡି ନାହାନ୍ତି। ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳ ଦେଇ ବୋଡା ନଦୀ ପ୍ରବାହିତ। ପୂର୍ବରୁ ବନ୍ୟାଜଳ ଆସିଲେ ଏହି ନଦୀ କୂଳିଆ ଗ୍ରାମଗୁଡ଼ିକ ପାଣିରେ ଉବୁଟୁବୁ ହୋଇ ଜନଜୀବନ ନଷ୍ଟ ହେଉଥିଲା। ୨୦୧୭ରେ ତିଆରି ହୋଇଥିଲା କୁଳ ଆଡି। ତେବେ ନଦୀ ଜଳରେ ଆସୁଥିବା ପଟୁମାଟି ନଦୀପଠାରେ ଜମା ହେବା ଦ୍ୱାରା ପନିପରିବା ଚାଷ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକରେ ବହୁଳ ପରିମାଣରେ ହୋଇପାରୁଥିଲା। କିନ୍ତୁ ବର୍ତ୍ତମାନ କୁଳହିଡ଼ରେ ବେଆଇନ ଭାବେ ଗଢି ଉଠିଛି ଶହଶହ ଇଟାଭାଟି ଓ ବାଲି ଢ଼ିପ। ସରକାରୀ ଜାଗାରୁ ଚୋରାରେ ବାଲିମାଟି ଉଠାଇ ବ୍ୟକ୍ତିଗତ ଜାଗାରେ ରଖି ତିଆରି ହେଉଛି ଇଟା। ଇଟା ଧୂଆଁରେ ଅତିଷ୍ଠ ନଦୀ କୂଳିଆବାସୀ। ଅନ୍ୟପକ୍ଷରେ ବାଲି ମାଫିଆ ସକ୍ରିୟ ହୋଇ ଅଞ୍ଚଳରୁ ନଦୀ ପଠାକୁ ତାଡ଼ିନେଉଛନ୍ତି। ଯଦ୍ୱାରା ବିରାଟ ଗର୍ତ୍ତ ସୃଷ୍ଟି ହୋଇ ସ୍ଥାନୀୟ କଇଥପଲ୍ଲୀ ମଶିଷ ଓ ପଶୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ନଦୀ ପାର୍ଶ୍ୱସ୍ଥ ଗଛ ଯାହାକି କୂଳକୁ ସୁରକ୍ଷା ଦେଉଥିଲା ମୂଳରୁ ମାଟିତଡ଼ା ହୋଇଯିବାରୁ ସେମାନେ ଧରାଶାୟୀ। ଏ ସମସ୍ତ ପରେ ବି ପ୍ରଶାସନ ନିରବ। ପ୍ରଶାସନ କିଛି ମାତ୍ରାରେ ଅର୍ଥ ଦଣ୍ଡ ଆକାରରେ ରସିଦ ଦେଇ ଦଲାଲମାନଙ୍କୁ ଏକ ପ୍ରକାର ଭିତିରିଆ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନଦୀରେ ଆଉନାହିଁ ପଟୁମାଟି ତଥା ବାଲି। ଯାହିବି କିଛି ବାଲି ଆସୁଛି ତାକୁ ଅର୍ଥଲୋଭରେ ମାଫିଆମାନେ ଚୋରାରେ ଚାଲାଣ କରି ହେଉଛନ୍ତି ମାଲେମାଲ।
ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡୁଛନ୍ତି ନଦୀକୂଳିଆ ଗ୍ରାମବାସୀ। ଜଗନ୍ନାଥପ୍ରସାଦ, ଆଜ୍ଞା ପ୍ରସାଦ, ଜିରାବାଡି, ଲେପା, ଛାମୁଣ୍ଡା, ଶିଶୁଣ୍ଡା, ଚଢିଆପଲ୍ଲୀ, ବନ୍ତା, ସମରବନ୍ଧ, ଗେରେଡା, ମାଣପୁର, ଗୟାଗଣ୍ଡା, ଆଠପଲ୍ଲୀ ଭଳି ଅନେକ ଜାଗାରେ ବେଧଡ଼କ ଚାଲିଛି ମାଟି ଇଟା ଭାଟି। ତେବେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମାକୁ କାହିଁକି କାର୍ଯ୍ୟକାରୀ କରାଯାଉନି ତାହା ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଆସୁଛି। ମାଟି ଇଟା ବେଆଇନ ଘୋଷଣା ହୋଇଥିଲେ ମଧ୍ୟ ପ୍ରଶାସନର ବଳ ଆଗରେ ଅର୍ଥ ବଳ ଭାରି ପଡ଼ିଥିବା କାରଣରୁ କାଯର୍‌ୟାନୁଷ୍ଠାନ ନିଆଯାଉନଥିବା ଆଲୋଚନା ହେଉଛି। ଏ ସେମ୍ପର୍କରେ ତହସିଲଦାର ମନୋଜ ତ୍ରିପାଠୀଙ୍କୁ ପଚାରିବାରୁ ବେଆଇନ ଇଟା ଭାଟି ସୂଚନା ମିଳିଲେ ନିଶ୍ଚିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri