କାର୍‌ ସିକ୍ରେଟ ଚାମ୍ବରରେ ରୁପା ଇଟା

କଟକ ଅଫିସ,୨୩ା୯: ଗଞ୍ଜେଇ ଧରିବାକୁ ଯାଇ ଧରିଲେ ୧ କୁଇଣ୍ଟାଲ ରୁପା ଇଟା। ତା’ ସାଙ୍ଗକୁ ୧୧.୯୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏକ କାର୍‌ର ସିକ୍ରେଟ୍‌ ଚାମ୍ବରରୁ ବିପୁଳ ପରିମାଣର ରୁପା ଇଟା ଧରିବା ପରେ ଅବକାରୀ ବିଭାଗ ମାମଲାକୁ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି। ଗୁରୁବାର ସକାଳ ପ୍ରାୟ ୯ଟାରେ କଟକ-ଟାଙ୍ଗୀ ଟୋଲ୍‌ ଗେଟ୍‌ ନିକଟରୁ ଏତେ ପରିମାଣର ରୁପା ଇଟା ଜବତ ହୋଇଥିବାରୁ ଟିକସ ଫାଙ୍କି ସନ୍ଦେହ କରାଯାଇ ତଦନ୍ତ ଚାଲୁରହିଥିବା ଜଣାଯାଇଛି।
ପ୍ରକାଶ ଯେ, କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ କଟକ ଜିଲା ଟାଙ୍ଗୀ ଟୋଲ୍‌ ଗେଟ୍‌ ନିକଟରେ ଚଢ଼ାଉ କରିଥିଲେ। ଡିଏସ୍‌ପି ପ୍ରତାପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ କାର (ଡବ୍ଲ୍ୟୁବି୫୦-ଆର-୫୮୭୬)କୁ ତନଖି କରିବା ପରେ ସେଥିରେ ବହୁ ରୁପା ଇଟା, ଅଳଙ୍କାର ଓ ଟଙ୍କା ଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଏତେ ପରିମାଣର ରୁପା, ଅଳଙ୍କାର ଏବଂ ଟଙ୍କା ବିଷୟରେ ଯେମିତି କେହି ଜାଣି ନ ପାରିବେ, ସେଥିପାଇଁ ସେଗୁଡ଼ିକୁ ପଛ ସିଟ୍‌ ତଳେ ସିକ୍ରେଟ ଚାମ୍ବର କରାଯାଇ ନିଆଯାଉଥିଲା। ଅବକାରୀ ବିଭାଗ ଉକ୍ତ କାର୍‌ ସହ ସମସ୍ତ ସାମଗ୍ରୀ ଓ ଟଙ୍କାକୁ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆଣିଥିଲା। ଅବକାରୀ ବିଭାଗ ସମ୍ପର୍କିତ କୌଣସି ଚୋରା ସାମଗ୍ରୀ କାର୍‌ରୁ ମିଳି ନ ଥିବାରୁ ଏନେଇ ଜିଏସ୍‌ଟି ବିଭାଗକୁ ଜଣାଇବାକୁ ନିଷ୍ପତ୍ତି ହୋଇଥିଲା। ଜିଏସ୍‌ଟି ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚତ୍ବା ପରେ ତାଙ୍କୁ ଜବତ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା। ଜିଏସ୍‌ଟି ବିଭାଗ ପକ୍ଷରୁ ଇଟାଗୁଡ଼ିକୁ ଓଜନ କରାଯିବା ସହ ମୋଟ ୪୭ ଖଣ୍ଡ ଛୋଟ, ବଡ଼ ଇଟା ଓ ୧୯ଟି ରୁପା ଅଳଙ୍କାର ପ୍ୟାକେଟ ରହିଥିବା ଜଣାପଡ଼ିଥିଲା।
କାର୍‌ ଚାଳକଙ୍କ ସୂଚନା ଅନୁସାରେ ରୁପା ଇଟାଗୁଡ଼ିକ ଆସ୍କାରୁ ଖଡ଼ଗପୁର ଅଭିମୁଖେ ନିଆଯାଉଥିଲା। ଏଗୁଡ଼ିକର ମାଲିକ ହେଉଛନ୍ତି ଖଡ଼ଗପୁର ଦାମୋଦରପୁର ଅମିତ ମାଝି। ସେ ଆସ୍କାର ବାବୁ ଭାଇଙ୍କଠାରୁ ଏଗୁଡ଼ିକୁ କିଣି ବିକ୍ରି ଉଦ୍ଦେଶ୍ୟରେ ନେଉଥିଲେ। କେବଳ ଚାଳକ ହିସାବରେ ଦିନକୁ ୧ହଜାର ଟଙ୍କା ପାରିଶ୍ରମିକ ମିଳେ ବୋଲି ଚାଳକ ଜଣକ ପଚରାଉଚୁରାବେଳେ ଉତ୍ତର ରଖିଥିବା ଜଣାଯାଇଛି। ତେବେ ଯାଞ୍ଚ ବେଳେ ଚାଳକ ଜଣକ କୌଣସି କାଗଜପତ୍ର ଦେଖାଇ ପାରିନଥିବା ବେଳେ ଜିଏସ୍‌ଟି ଠକେଇ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଯଦି ସବୁକିଛି ଠିକ୍‌ ଓ ନିୟମରେ କରାଯାଉଛି ତାହେଲେ ମାଲ୍‌ଗୁଡ଼ିକ ପରିବହନ ବେଳେ ସାଙ୍ଗରେ କାହିଁକି କାଗଜପତ୍ର ନାହିଁ ଓ ସେଗୁଡ଼ିକୁ କାହିଁକି ସିକ୍ରେଟ ଚାମ୍ବରରେ ରଖି ନିଆଯାଉଥିଲା ବୋଲି ଜିଏସ୍‌ଟି ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି। ଏନେଇ ଜିଏସ୍‌ଟି ଅଧିକାରୀମାନେ ଉକ୍ତ ଡ୍ରାଇଭରଙ୍କ ସମେତ ଗାଡ଼ିରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri