ଲାଞ୍ଚ ଓ କର୍ତ୍ତବ୍ୟରେ ଅବହେଳା: ପୋଲିସ ଏସ୍‌ଆଇ ନିଲମ୍ବିତ, ଏଏସ୍‌ଆଇ ଗିରଫ

ପୁରୀ ଅଫିସ,୧୮।୧: ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ପୁରୀ ଜିଲା ପୋଲିସର ୨ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏ ସଂକ୍ରାନ୍ତରେ ରବିବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଜଣେ ଫୁଡ୍‌ ଭେଣ୍ଡରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱର ଚନ୍ଦ୍ର ଗୁମାନସିଂଙ୍କୁ ଗିରଫ କରାଯାଇଛି। ସେହିପରି ପୁରୀ ସଦର ଥାନାର ଏସ୍‌ଆଇ ଅତସୀ ଜେନାଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ପୁରୀ ସଦର ଥାନାର ମହିଳା ଏସ୍‌ଆଇ ଜେନା ଆଇଆଇସିଙ୍କ ବିନା ଜ୍ଞାତସାରରେ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୪ ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ ହୋଇଥିଲା। ତେବେ ଜବତ ଟଙ୍କା ଓ ମୋବାଇଲ ସମ୍ପର୍କରେ ଏସ୍‌ଆଇ ଜେନା ଆଇଆଇସି କିମ୍ବା ଥାନାର କୌଣସି କର୍ମଚାରୀଙ୍କୁ ଜଣାଇ ନ ଥିଲେ। ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ସାମ୍ନାକୁ ଆସିବା ପରେ ସଦର ଏସ୍‌ଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ରିପୋର୍ଟ ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତ ଗିରଫ

ରତ୍ନଗିରି, ୨୮।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ରୋକିବା କ୍ଷେତ୍ରରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ। ତେଣୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା...

ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ମଙ୍ଗଳବାରଠାରୁ କୋଭିଡ୍‌ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ...

ଆବାସ କାର୍ଯ୍ୟାଦେଶ ପାଇଁ ଲାଞ୍ଚ ମାମଲା: ତଦନ୍ତ କଲେ ଏପିଡି

ପରଜଙ୍ଗ, ୧।୧୧(ଡି.ଏନ.ଏ.)-ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଁ ଲାଞ୍ଚ କାରବାର ହେଉଥିବା ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଗୁରୁବାର ଏପିଡି ସରିତା...

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୮।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ପ୍ରଥମ ଦିନ ଅର୍ଥାତ ରବିବାର ବେଦମାତା ବେଶ ଓ ଦ୍ୱିତୀୟ ଦିନ ସୋମବାର...

ଲୋକସମ୍ବଳ ବିନିଯୋଗରେ ଦାଦନ ସମସ୍ୟା ହଟିବ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ରାଜ୍ୟ ସରକାର ଓଡ଼ିଶାକୁ ୧୩ରୁ ୩୦ ଜିଲା କଲେ। ଅବିଭକ୍ତ କଟକ ଜିଲାରୁ କେନ୍ଦ୍ରାପଡ଼ା ୧୯୯୩ ମସିହା ଏପ୍ରିଲରେ ସ୍ବତନ୍ତ୍ର ମାନ୍ୟତା...

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ରାଇକିଆ,୨୯।୩(ଡି ଏନ ଏ)- କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ଶନିବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର...

ଆଧୁନିକତା ଭିତରେ ହଜି ଯାଉଛେ ଶଗଡ଼ ଗାଡ଼ି

ଭବାନୀପାଟଣା,୧୫ା୭ (ଡି.ଏନ୍‌.ଏ.): ଆଧୁନିକତାର ଛାପ୍‌ରେ ଆମର ସଂସ୍କୃତି, ପରମ୍ପରାରେ ଅନେକ ପରିବରତନ ଦେଖ୍‌ବାକେ ମିଲୁଛେ। ଆଘ ଲୋକ୍‌ କୃଷି କାଯ୍‌ରେ ନଂଗଲ, ଶଗଡ଼ ଗାଡ଼ିର ବଡ଼ଭାରି...

Advertisement
Archives

Model This Week