Posted inଖେଳ

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ହରାରେ,୧୩।୯: ଜିମ୍ବାୱେର ତାରକା କ୍ରିକେଟର ବ୍ରେଣ୍ଡନ ଟେଲର କ୍ରିକେଟକୁ ଅଲବିଦା କହିଛନ୍ତି। ଫଳରେ ତାଙ୍କର ୧୭ ବର୍ଷର କ୍ରିକେଟ୍‌ କ୍ୟାରିଅରର ଅନ୍ତ ଘଟିଛି। ୩୪ ବର୍ଷୀୟ ପୂର୍ବତନ ଅଧିନାୟକ ତଥା ଜିମ୍ବାୱେର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ଟେଲର ସୋମବାର ଆୟର୍ଲାଣ୍ଡ ବିପକ୍ଷରେ ଖେଳିବେ। ୨୦୦୪ ରେ ସେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଏବଂ ଖୁବ ଶୀଘ୍ର ସେ ଜିମ୍ବାୱେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇଥିଲେ। ୦ ସହିତ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଟେଲର, ୨୦୪ଟି ଦିନିକିଆ ମ୍ୟାଚରେ ୬ ହଜାର ୬୭୭ ରନ କରିଛନ୍ତି। ତାଙ୍କ ନାମରେ ୧୧ଟି ଶତକ ଏବଂ ୩୯ ଅର୍ଦ୍ଧଶତକ ଅଛି। ସେ ୩୪ଟି ଟେଷ୍ଟ ମ୍ୟାଚ ରେ ୨ ହଜାର ୩୨୦ ରନ କରିଛନ୍ତି। ଏଥିରେ ୬ ଶତକ ଏବଂ ୧୨ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସେ ସୋସିଆଲ ମିଡିଆରେ ଅବସର ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଛନ୍ତି ଯେ ମୁଁ ଭାରି ହୃଦୟରେ ଘୋଷଣା କରୁଛି ଯେ, ଆସନ୍ତାକାଲି (ସୋମବାର) ମୋ ଦେଶ ପାଇଁ ମୋର ଶେଷ ମ୍ୟାଚ। ମୋର ଲକ୍ଷ୍ୟ ସର୍ବଦା ଦଳକୁ ଏକ ଉନ୍ନତ ସ୍ଥିତିରେ ଛାଡିବା। ୨୦୧୫ ବିଶ୍ୱକପରେ ଜିମ୍ବାୱେ ପାଇଁ ଟେଲର ସର୍ବାଧିକ ରନ ସଂଗ୍ରହ କରିଥିଲେ।
ତାଙ୍କ ବ୍ୟାଟ ପ୍ରାୟତଃ ଭାରତ ବିପକ୍ଷରେ ଚାଲେ ସେ ଭାରତୀୟ ବୋଲରମାନଙ୍କୁ ଜବରଦସ୍ତ ପ୍ରହାର କରିବାକୁ କୌଣସି ସୁଯୋଗ ଛାଡି ନାହାଁନ୍ତି। ମେ ୨୦୧୦ରେ ଭାରତ ବିପକ୍ଷରେ ୮୧ ସ୍କୋର କରିଥିଲେ। ତା’ପରେ ଜୁନ ୨୦୧୦ ରେ ଭାରତ ବିପକ୍ଷରେ ୭୪ ରନ ଇନିଂସ ଖେଳିଥିଲା। ସେ ୨୦୧୫ ରେ ଅକଲ୍ୟାଣ୍ଡରେ ଭାରତ ବିପକ୍ଷରେ ୧୩୮ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?