ସ୍ତନ କର୍କଟ: ନିରାକରଣର ଉପାୟ

ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସଭାବେ ପାଳନ କରାଯାଏ। ସାରା ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଭୟଙ୍କର ରୂପ ଧାରଣ କରୁଛି। ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଏ। ତେବେ ସ୍ତନ କର୍କଟର ଲକ୍ଷଣଗୁଡ଼ିକ ସମ୍ପର୍କରେ ସଚେତନ ଓ ସତର୍କ ରହିବା ସହ ଠିକ୍‌ ସମୟରେ ଏହି ରୋଗର ଚିକିତ୍ସା କରିବା ଫଳରେ ସ୍ତନ କର୍କଟରେ ପୀଡ଼ିତ ହେବାର ସମ୍ଭାବନାକୁ ହ୍ରାସ କରିପାରିବା।
ଆଶଙ୍କାଗତ କାରକ:
– ବୟସ ବୃଦ୍ଧି ସହିତ ସ୍ତନ କର୍କଟର ଆଶଙ୍କା ବୃଦ୍ଧି ପାଇଥାଏ।
– ପ୍ରଜନନଗତ ଇତିହାସ- ସଅଳ ଋତୁସ୍ରାବ କିମ୍ବା ବିଳମ୍ବିତ ରଜୋନିବୃତ୍ତି, ଗର୍ଭପାତ, କିମ୍ବା ଆଦୌ ସ୍ତନ୍ୟପାନ ନ କରାଇବା ଫଳରେ ଏହି ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।
– ପାରିବାରିକ ଇତିହାସ- ମା’ କିମ୍ବା ଭଉଣୀ ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ ବିପଦର ସମ୍ଭାବନା ଅଧିକ।
– ଆହାର ଓ ଜୀବନଶୈଳୀ- ଚର୍ବିଜାତୀୟ ଖାଦ୍ୟ ଅଧିକ ଖାଇବା, ଆଲକୋହଲ କିମ୍ବା ଧୂମପାନ କରିବା ମଧ୍ୟ ଏହି ରୋଗର ଆଶଙ୍କା ବଢାଇଥାଏ।
– ମେଦବହୁଳତା ମଧ୍ୟ ଏହି ରୋଗ ବୃଦ୍ଧିର କାରଣ ହୋଇପାରେ।
ଲକ୍ଷଣ:
– ସ୍ତନରେ କିମ୍ବା କାଖରେ ଗେଟାଳିଆ କିମ୍ବା ମେଞ୍ଚାଭଳି ଲାଗିବା ଓ ଚର୍ମ ମୋଟା ହୋଇଯିବା।
– ସ୍ତନର ଆକାର କିମ୍ବା ଆକୃତିରେ ପରିବର୍ତ୍ତନ।
– ସ୍ତନାଗ୍ରରେ କିମ୍ବା ଏହାର ଆଖପାଖରେ ଲାଲିମା କିମ୍ବା ଘା’ ହେବା।
– ସ୍ତନରୁ ପାଣି ଭଳି ତରଳ ପଦାର୍ଥ ନିର୍ଗତ ହେବା।
– ସ୍ତନାଗ୍ର ଓଲଟିଯିବା।
– ଚର୍ମର ଢାଞ୍ଚାରେ ପରିବର୍ତ୍ତନ।
– ସ୍ତନରେ ଫୁଲା କିମ୍ବା ଯନ୍ତ୍ରଣା
ନିରାକରଣ ପାଇଁ ପଦକ୍ଷେପ:
– ନିଜ ନିଜର ସ୍ତନର ପରୀକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ସ୍ତନର କୌଣସି ପ୍ରକାରର ପରିବର୍ତ୍ତନ ପ୍ରତି ସତର୍କ ରୁହନ୍ତୁ।
– ୪୦ ବର୍ଷ ପାଖାପାଖି ମହିଳାମାନେ ବର୍ଷକୁ ଥରେ ଲେଖାଏ ଡାକ୍ତରଙ୍କ ପାଖରେ ସ୍ତନ ପରୀକ୍ଷା ଓ ମାମୋଗ୍ରାଫି କରାଇନେବା ଉଚିତ।
– ପ୍ରଚୁର ପନିପରିବା ଓ ଫଳ ଖାଆନ୍ତୁ, ଫଳରେ ଓଜନ ନିୟନ୍ତ୍ରଣରେ ରହିବ।
– ନବମାତୃତ୍ୱ ଲାଭ କରିଥିବା ମହିଳାମାନେ ଅତି କମ୍‌ରେ ବର୍ଷେ ପର୍ଯନ୍ତ ଶିଶୁକୁ ସ୍ତନ୍ୟପାନ କରାନ୍ତୁ।
– ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ।
ସ୍ତନରେ ଗେଟାଳି ଦେଖାଗଲେ କ’ଣ କରିବେ: ସ୍ତନ କର୍କଟର କୌଣସି ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କର୍କଟ ରୋଗ ବିଶେଷଜ୍ଞ ହୋଇଥିଲେ ଭଲ। କ୍ଲିନିକାଲ୍‌ ପରୀକ୍ଷା ଓ ତା’ପରେ ମାମୋଗ୍ରାଫି କରାନ୍ତୁ। ବାୟୋପ୍‌ସି ଟେଷ୍ଟ କରିବା ପରେ ସ୍ତନ କର୍କଟ ହୋଇଛି କି ନାହିଁ ସ୍ପଷ୍ଟ ହୋଇଯିବ। ଏହା ହେଉଛି ଏକ ଓପିଡି ପଦ୍ଧତି ଯେଉଁଠି ଗୋଟାଳିରୁ କ୍ଷୁଦ୍ର ତନ୍ତୁ କାଢି ନିଆଯାଏ ଓ ନିଶ୍ଚିତ ହେବା ପାଇଁ ପାଥୋଲୋଜିଷ୍ଟମାନଙ୍କ ଦ୍ୱାରା ପରୀକ୍ଷା କରାଯାଏ।
ଚିକିତ୍ସା:ପ୍ରାରମ୍ଭିକ ପର୍ଯ୍ୟାୟରେ ସନ୍ତକର୍କଟ ସମ୍ପୂର୍ଣ୍ଣ ଭଲ ହେବାର ସମ୍ଭାବନା ୯୫ ପ୍ରତିଶତ ରହିଛି। ସ୍ତନ କର୍କଟ ସମ୍ବନ୍ଧୀୟ ସମସ୍ତ ଆଡ୍‌ଭାନ୍‌ସ ଚିକିତ୍ସା କୌଶଳ ଆମ ନିକଟରେ ସୁଲଭ ମୂଲ୍ୟରେ ଉପଲବ୍ଧ ଯାହା ମଧ୍ୟରେ ଅସ୍ତ୍ରୋପଚାର, କେମୋଥେରାପି, ରେଡିଓଗ୍ରାଫି, ହରମୋନ୍‌ ଥେରାପି ଏବଂ ଟାର୍ଗେଟେଡ୍‌ ଥେରାପି ଅନ୍ତର୍ଭୁକ୍ତ।
ସମୟର ଆହ୍ବାନ: ମହିଳାମାନେ ୨୦ ବର୍ଷ ବୟସରୁ ଏହି ରୋଗ ନେଇ ସଚେତନ ରହିବା ଉଚିତ। ଜଣେ ଯୋଗ୍ୟତାପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ନିୟମିତ ସ୍କ୍ରିନିଂ ଯାହାଦ୍ୱାରା ସ୍ତନକର୍କଟକୁ ଶୀଘ୍ର ଚିହ୍ନଟ ଓ ଚିକିତ୍ସା କରାଯାଇପାରିବ। ସଅଳ ଚିହ୍ନଟ ପ୍ରକ୍ରିୟା ହେଉଛି ସ୍ତନ କର୍କଟ ଆରୋଗ୍ୟଲାଭର ଚାକିକାଠି।
-କନ୍‌ସଲଟାଣ୍ଟ, କ୍ଲିନିକାଲ ଆଣ୍ଡ ରାଡିଏଶନ
ଅନ୍‌କୋଲୋଜି, ଆପୋଲୋ କ୍ୟାନ୍‌ସର ସେଣ୍ଟର , ଭୁବନେଶ୍ୱର
ମୋ-୭୦୦୮୬୬୩୧୦୬


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବିଚ୍ଛେଦ ପରେ ରୁହନ୍ତୁ ନାହିଁ ଦୁଃଖୀ, ଦିଅନ୍ତୁ ଏହି ସବୁ ଦିଗ ପ୍ରତି ଧ୍ୟାନ

ଯେକୌଣସି ସମ୍ପର୍କ ହୋଇ ଥାଉନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷକରି ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ସୂକ୍ଷ୍ମ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା...

ଘର ଭଡ଼ା ନେଉଥିଲେ…

ମନଲାଖି ଘରଭଡା ଟିଏ ମିଳିବା ବହୁତ କଷ୍ଟାସାଧ୍ୟ ହୋଇଗଲାଣି। ଘର ମାଲିକ କିପରି ତାହା ମଧ୍ୟ ଭଲ ଭାବେ ବୁଝିସୁଝି ନେଲେ ଭଲ । କୌଣସି...

ସ୍ବାସ୍ଥ୍ୟ ପାଇଁ ଉପକାରୀ କେଶର

କେଶର ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ ଖାଇଲେ ବହୁ ରୋଗରୁ ମୁକ୍ତି ମିଳିପାରିବ। କେଶର ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ। ଏହା କିଡ୍‌ନୀ,...

ଏସବୁ ସମସ୍ୟା ଦୂର କରେ କଳାଜିରା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।...

ହାତରେ ଏଭଳି ରେଖା ଅଛି କି? ବିବାହରେ ବିଳମ୍ବ ନଚେତ ଥାଇପାରେ ଦୁଇଟି ବିବାହ ଯୋଗ; ଜାଣନ୍ତୁ…

ହସ୍ତରେଖା ଶାସ୍ତ୍ର ଅନୁରେ ହାତର ରେଖା ଆମର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ପ୍ରାକ୍‌ ସୂଚନା ଦେଇଥାଏ। ହାତରେ ଭାଗ୍ୟ ରେଖା, ଜୀବନ ରେଖା,...

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ପୁରୁଷ ହୋଇଥାନ୍ତି ଭାଗ୍ୟବାନ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ସାଧାରଣ ମଶାଠାରୁ ଭିନ୍ନ ଡେଙ୍ଗୁ ମଶା, କାମୁଡ଼ିବାର ୫ ଦିନ ପରେ ପଡ଼ିଥାଏ ଜଣା

ବର୍ଷାଋତୁରେ ଡେଙ୍ଗୁରୋଗର ଭୟ ବଢ଼ି ଯାଇଥାଏ। ଡେଙ୍ଗୁଜ୍ୱର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହି ସମୟରେ ମଶାବଂଶ ବୃଦ୍ଧି ଘଟିଥାଏ।...

ଜାଣନ୍ତୁ ଜୁସ ପିଇବାର ଉପଯୁକ୍ତ ସମୟ

ବିଭିନ୍ନ ପ୍ରକାର ଫଳର ଜୁସ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାକୃତିକ ଭାବେ ଏହି ଜୁସ ସାହାଯ୍ୟ...

Advertisement
Archives

Model This Week