Posted inଜାତୀୟ

ଭାରତରେ ସ୍ତନ କର୍କଟ ନେଉଛି ସର୍ବାଧିକ ଜୀବନ

ନୂଆଦିଲ୍ଲୀ, ୧୫।୧୦: ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍‌ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା ସର୍ବାଧିକ ସାମ୍‌ନାକୁ ଆସୁଥିବାବେଳେ ମହିଳାଙ୍କଠାରେ ସ୍ତନ କର୍କଟ ମାମଲା ସର୍ବାଧିକ ରହିଛି। ଆଇସିଏମ୍‌ଆର୍‌-ନ୍ୟାଶ୍‌ନାଲ ସେଣ୍ଟର ଫର୍‌ ଡିଜିଜ୍‌ ଇନ୍‌ଫର୍‌ମେଟିକ୍ସ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ଇ-କ୍ୟାନ୍‌ସର ଜର୍ନାଲରେ ସୋମବାର ପ୍ରକାଶିତ ଏହି ଅଧ୍ୟୟନରେ ବ୍ରିକ୍ସ (ବ୍ରାଜିଲ, ରୁଷିଆ. ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକରେ କର୍କଟ ରୋଗଜନିତ ମୃତ୍ୟୁ, ଜୀବନ ଉପରେ ଏହାର ପ୍ରଭାବ ଆଦି ବିଭିନ୍ନ କ୍ଷେତ୍ରକୁ ବିଶ୍ଲେଷଣ କରାଯାଇଛି। ଅଧ୍ୟୟନ ଅନୁଯାୟୀ, ବ୍ରିକ୍ସ ଦେଶ ଗୁଡ଼ିକରେ କର୍କଟ ରୋଗର ପ୍ରଭାବ ଚିନ୍ତାଜନକ ରହିଛି। ବିଶ୍ୱରେ କର୍କଟଜନିତ ମୃତ୍ୟୁର କେବଳ ୪୨% କେବଳ ବ୍ରିକ୍ସ ଦେଶଗୁଡ଼ିକରୁ ରେକର୍ଡ ହେଉଛି। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରୁ ରୁଷିଆରେ ସର୍ବାଧିକ ସଂଖ୍ୟାରେ କର୍କଟ ରୋଗୀ ରହିଛନ୍ତି। ତେବେ ମହିଳାଙ୍କ କ୍ଷେତ୍ରରେ ଚାଇନାକୁ ଛାଡ଼ି ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକରେ ସର୍ବାଧିକ ସଂଖ୍ୟାରେ ସ୍ତନ କର୍କଟ ରୋଗୀ ରହିଛନ୍ତି। ଚାଇନାରେ ଫୁସ୍‌ଫୁସ୍‌ କର୍କଟ ରୋଗରେ ସର୍ବାଧିକ ମହିଳା ପୀଡ଼ିତ ରହିଛନ୍ତି। ବ୍ରିକ୍ସ ଅନ୍ତର୍ଗତ କର୍କଟ ରୋଗରେ ପୀଡ଼ିତ ହୋଇ ରୁଷିଆରେ ସର୍ବାଧିକ ସଂଖ୍ୟାରେ ପୁରୁଷଙ୍କ ମୃତ୍ୟୁ ଘଟିଥିବାବେଳେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ମହିଳାଙ୍କର ମୃତ୍ୟୁ ଘଟୁଛି। ଭାରତକୁ ଛାଡ଼ି ଅନ୍ୟ ସମସ୍ତ ବ୍ରିକ୍ସ ଦେଶରେ ଫୁସ୍‌ଫୁସ୍‌ କର୍କଟ ରୋଗ ସର୍ବାଧିକ ଜୀବନ ନେଉଛି। ତେବେ ଭାରତରେ ସ୍ତନ କର୍କଟ ସର୍ବାଧିକ ଜୀବନ ନେଉଥିବା ଏହି ଅଧ୍ୟୟନ ପ୍ରକାଶ କରିଛି। ଆଗାମୀ ବର୍ଷଗୁଡ଼ିକରେ ଦକ୍ଷିଣ ଆଫ୍ରିକା ଏବଂ ଭାରତରେ ଉଭୟ ନୂତନ କର୍କଟ ମାମଲା ଓ କର୍କଟଜନିତ ମୃତ୍ୟୁ ସର୍ବାଧିକ ବୃଦ୍ଧି ଘଟିବ ବୋଲି ଏହି ଅଧ୍ୟୟନରେ ଗବେଷକମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri