୨୦ ବର୍ଷର ରେକର୍ଡ ଭାଙ୍ଗିଲା

ଯାଜପୁର ଅଫିସ/ଯାଜପୁର ଟାଉନ (ଡି.ଏନ.ଏ.),୧ା୩:ଯାଜପୁର ଜିଲାରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଅଭୂତପୂର୍ବ ସଫଳତା ପାଇଛି। ଏକତରଫା ଫଳାଫଳ ସମସ୍ତଙ୍କୁ ଚକିତ କରିଛି। ପଞ୍ଚାୟତ ନିର୍ବାଚନରେ ସମସ୍ତ ରେକର୍ଡଙ୍କୁ ଭାଙ୍ଗି ବିଜେଡି ୨୦ ବର୍ଷରେ ଇତିହାସ ରଚିଛି। ଭୋଟ ଗଣତିର ତୃତୀୟ ଦିନ ସୋମବାର ରାତି ସାଢେ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ବିଜେଡି ସମସ୍ତ ୩୯ଟି ଜିଲା ପରିଷଦ ଜୋନକୁ ଦଖଲ କରି ସାରିିଛି। କେବଳ ବିଞ୍ଝାରପୁର ବ୍ଲକ ୨୮ ନମ୍ବର ଜୋନ୍‌ରେ କଡା ଟକ୍କର ଚାଲିଛି। ଏଠାରେ ବିଜେଡିର ଖଗେଶ୍ୱର ମହାନ୍ତି ୧୧୯୬୭ ଓ ଭାଜପାର ଭୂବନାନନ୍ଦ ସାମଲ ୧୧୦୮୪ ଭୋଟ ପାଇ ହାରଜିତରେ ମାତ୍ର ୮୮୩ ଭୋଟ ବ୍ୟବଧାନ ରହିଛି। ଅନ୍ୟପକ୍ଷେ ବଡ଼ଚଣା ବ୍ଲକର ୧୭, ୧୮, ୧୯ ଓ ୨୦, ବରୀ ବ୍ଲକର ୨୩, ଦଶରଥପୁର ବ୍ଲକର ୬, କୋରେଇ ବ୍ଲକର ୨, ୩, ବିଞ୍ଝାରପୁର ବ୍ଲକର ୨୬, ରସୁଲପୁର ବ୍ଲକର ୩୬ ନମ୍ବର ଜୋନ୍‌ରେ କଂଗ୍ରେସ ୨ ହଜାରରୁ ୬ ହଜାର ପର୍ଯ୍ୟନ୍ତ ଭୋଟ ପାଇ ଆଶାତୀତ ସଫଳତା ହାସଲ କରିଛି।
ଶେଷ ଦିନରେ ୧୭ଟି ଜୋନ୍‌ର ଭୋଟ ଗଣତି ହୋଇଥିଲା। ଏହି ୧୭ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ା ଏହାପୂର୍ବରୁ ୨୨ଟି ଜୋନ୍‌ରେ ବିଜେଡି ବିଜୟ ଧ୍ୱଜା ଉଡାଇ ସାରିଛି। କୋରେଇ ବ୍ଲକ୍‌ ୩ ନମ୍ବର ଜୋନ୍‌ ବିଜେଡି ପ୍ରାର୍ଥିନୀ ନଳିନୀପ୍ରଭା ଜେନା, ବଡ଼ଚଣା ବ୍ଲକ ୧୯ ନମ୍ବର ଜୋନ୍‌ରେ ବିଜେଡିର ଅରବିନ୍ଦ ସାମଲ ଓ ୨୦ ନମ୍ବର ଜୋନ୍‌ରେ ଜୟଶ୍ରୀ ସାମଲ, ବରୀ ବ୍ଲକ ୨୩ ନମ୍ବର ଜୋନ୍‌ରେ ସୁମିତ୍ରା ୟାଦବ ଓ ୨୪ ନମ୍ବର ଜୋନ୍‌ରେ ସନ୍ତୋଷ କୁମାର ସାମଲ, ବିଞ୍ଝାରପୁର ବ୍ଲକ ୨୭ ନମ୍ବର ଜୋନ୍‌ରେ ସୁନିତା ନାୟକ ଓ ୨୮ ନମ୍ବର ଜୋନ୍‌ରେ ଖଗେଶ୍ୱର ମହାନ୍ତି, ଦାନଗଦି ବ୍ଲକ ୧୦ ନମ୍ବର ଜୋନ୍‌ରେ ସୁଚିତ୍ରା ବିଶ୍ୱାଳ, ଦଶରଥପୁର ବ୍ଲକ ୬ ନମ୍ବର ଜୋନ୍‌ରେ ମାମିନା ମଲ୍ଲିକ ଓ ୭ ନମ୍ବର ଜୋନ୍‌ରେ ନିନାରାଣୀ ସାମଲ, ଧର୍ମଶାଳା ବ୍ଲକ ୧୪ ନମ୍ବର ଜୋନ୍‌ରେ ଜଳଧର ମହାନ୍ତି ଓ ୧୫ ନମ୍ବର ଜୋନ୍‌ରେ ଭାଗ୍ୟଧର ସେଠୀ, ଯାଜପୁର ବ୍ଲକ ୩୧ ନମ୍ବର ଜୋନ୍‌ରେ ବିନୋଦ କୁମାର ମାଝି ଓ ୩୨ ନମ୍ବର ଜୋନ୍‌ରେ ପ୍ରଭାତି ଆଚାର୍ଯ୍ୟ, ରସୁଲପୁର ବ୍ଲକ ୩୫ ନମ୍ବର ଜୋନ୍‌ରେ ଶଶିରେଖା ପୃଷ୍ଟି ଓ ୩୬ ନମ୍ବର ଜୋନ୍‌ରେ ଭାରତୀ ବିଶ୍ୱାଳ ଏବଂ ସୁକିନ୍ଦା ବ୍ଲକ ୩୯ ନମ୍ବର ଜୋନ୍‌ରେ ପ୍ରତାପ ପଟ୍ଟନାୟକ ଆଗରେ ରହିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଶରଥପୁର ବ୍ଲକର ୬ ଓ ୭ ନମ୍ବର, ବରୀ ବ୍ଲକ ୨୩ ଓ ୨୪, ବିଞ୍ଝାରପୁର ବ୍ଲକ ୨୭ ଏବଂ ରସୁଲପୁର ବ୍ଲକର ୩୬ ନମ୍ବର ଜୋନ୍‌କୁ ଭାଜପା ହାତରୁ ବିଜେଡି ଛଡେଇ ନେଇଛି। ସୂଚନାଯୋଗ୍ୟ, ୨୦୦୨ରୁ ବିଜେଡି ପଞ୍ଚାୟତ ନିର୍ବାଚନ ଲଢି ଜିଲା ପରିଷଦ ସଭାପତି/ସଭାନେତ୍ରୀ ପଦବୀ ଅକ୍ତିଆର କରି ଆସିଛି ା ବିଜେଡିର ଏହି ୨୦ ବର୍ଷର ଗତିପଥରେ ସଫଳତା ବେଶୀ ମିଳିଛି। ସମସ୍ତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଓ ଭାଜପା କିଛିଟା ଆସନ ପାଇଥିଲେ ା ପ୍ରଥମ ଥର ପାଇଁ ବିଜେଡି ୨୦୧୭ ଜିଲା ପରିଷଦ ନିର୍ବାଚନରେ ଟିକେ ତଳକୁ ଖସିଥିଲା ଓ ଏହି ନିର୍ବାଚନରେ ଭାଜପା ୬ ଆସନରେ ବିଜୟୀ ହୋଇଥିଲା ା ହେଲେ ଚଳିତ ବର୍ଷ ବିଜେଡି ସମସ୍ତ ଜିଲା ପରିଷଦ ଆସନରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri