Posted inଖେଳ

ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ

ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍‌ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର କ୍ରୀଡ଼ା ପ୍ରଶଂସକଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ୍‌ରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ସ୍କେଟ୍‌ବୋର୍ଡିଂ, ସ୍ପୋଟର୍‌ସ କ୍ଲାଇମ୍ବିଂ ଓ ସର୍ଫିଙ୍ଗ୍‌କୁ ମଧ୍ୟ ଅଲିମ୍ପିକ୍‌ ମାନ୍ୟତା ପ୍ରଦାନ କରାଯାଇଛି। ଆଇଓସିର କାର୍ଯ୍ୟକାରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଏହି ୩ଟି କ୍ରୀଡ଼ା ଟୋକିଓ ଅଲିମ୍ପିକ୍ସରେ ଡେବ୍ୟୁ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧ ଜୁଲାଇ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଏହି କ୍ରୀଡ଼ାଗୁଡିକୁ ଅଲିମ୍ପିକ୍ସରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଟୋକିଓ ଅପେକ୍ଷା ପ୍ୟାରିସ ଅଲିମ୍ପିକ୍ସରେ ୧୦ଟି ଇଭେଣ୍ଟ କମ୍‌ ଖେଳାଯିବ। ପ୍ୟାରିସ୍‌ରେ ମୋଟ ୩୨୯ଟି ଇଭେଣ୍ଟ ଖେଳାଯିବ। ଭାରୋତ୍ତୋଳନରୁ ୪ଟି ଇଭେଣ୍ଟକୁ ବାଦ୍‌ ଦିଆଯିବ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ କୋଟା ୨୦୨୪ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସଠାରୁ ଏହା ୬୦୦ କମ୍‌। ଦୁଇଟି କ୍ରୀଡ଼ା ବକ୍ସିଂ ଓ ଭାରୋତ୍ତୋଳନରେ ଭାଗନେବାକୁ ଥିବା ଆଥଲେଟ୍‌ଙ୍କ ସଂଖ୍ୟାରେ ଅବନତି ହେବ।
ପ୍ୟାରିସ୍‌ରେ ଭାରୋତ୍ତୋଳନରେ ୧୨୦ଜଣ ଆଥଲେଟ୍‌ ଅଂଶଗ୍ରହଣ କରିବେ। ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଥଲେଟ୍‌ ସଂଖ୍ୟାଠାରୁ ଏହା ଅଧାରୁ ଆହୁରି କମ୍‌। ଡୋପିଂ ସମସ୍ୟା କାରଣରୁ ଏହି କ୍ରୀଡ଼ାକୁ ସମ୍ପୂର୍ଣ୍ଣ ରୂପେ ବାଦ୍‌ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌)ରେ ହୋଇଥିବା ସଂସ୍କାର ନେଇ ଆଇଓସି ଚିନ୍ତିତ ରହିଛି।
ପ୍ୟାରିସ ସମେତ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆଇଓସି ଭବିଷ୍ୟତ ପାଇଁ ଦୀର୍ଘକାଳୀନ ପ୍ରାଥମିକତା ଧାର୍ଯ୍ୟ କରିଛି। ଅଲିମ୍ପିକ୍ସରେ ସମାନ ସଂଖ୍ୟାରେ ମହିଳା ଓ ପୁରୁଷ ଖେଳାଳିମାନେ ଅଂଶଗ୍ରହଣ କରିବା ଉପରେ ଅଧିକ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ସହରୀକୃତ ଇଭେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ଅଲିମ୍ପିକ୍ସରେ ବ୍ରେକ୍‌ଡ୍ୟାନ୍ସିଂକୁ ବ୍ରେକିଂ ବୋଲି କୁହାଯିବ। ୨୦୧୮ ବୁଏନ୍ସ ଆୟାର୍ସ ଯୁବ ଅଲିମ୍ପିକ୍ସରେ ଏହାର ପରୀକ୍ଷାମୂଳକ ପ୍ରୟୋଗ କରାଯାଇଥିଲା ଓ ଏହା ସଫଳ ମଧ୍ୟ ହୋଇଥିଲା। ଏହାପରେ ପ୍ୟାରିସ ଆୟୋଜକମାନେ ବ୍ରେକ୍‌ଡ୍ୟାନ୍ସଂକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ପ୍ୟାରିସ୍‌ର ପ୍ଲେସ୍‌ ଡି ଲି କନ୍‌କୋର୍ଡରେ ଏହି କ୍ରୀଡ଼ା ସମେତ ସ୍ପୋଟର୍‌ସ କ୍ଲାଇମ୍ବିଂ ଓ ୩- ଅନ୍‌-୩ ବାସ୍କେଟବଲକୁ ଭେନ୍ୟୁ ପ୍ରଦାନ କରାଯାଇଛି। ସେହିପରି ସର୍ଫିଙ୍ଗ୍‌କୁ ଫ୍ରାନ୍ସର ତାହିତି ସମୁଦ୍ର ଉପକୂଳଠାରୁ ୧୫,୦୦୦ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗରରେ ଆୟୋଜନ କରାଯିବ। ଏ ନେଇ ଗତ ମାର୍ଚ୍ଚରେ ଆଇଓସି ସମ୍ମତି ପ୍ରକାଶ କରିଥିଲା। ସୋମବାର ଅନୁଷ୍ଠିତ ହୋଇଥିବା ବୈଠକରେ ୨୮ଟି ଜଣାଶୁଣା ସମର ଗେମ୍ସ ସ୍ପୋଟର୍‌ସ ସହ ମୋଟ ୪୧ଟି ଇଭେଣ୍ଟ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।
ଅନ୍ୟପଟେ ବିଭିନ୍ନ କ୍ରୀଡ଼ାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ଓସିଏନ ରୋଇଂ ଓ ପାରକୋର ଭଳି ଇଭେଣ୍ଟକୁ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ପୁରୁଷ ୫୦ କି.ମି. ଚାଲି ବଦଳରେ ଏକ ମିକ୍ସଡ ଜେଣ୍ଡର ଟିମ୍‌ ଇଭେଣ୍ଟ ସାମିଲ କରାଯିବ। ଆହୁରି କେତୋଟି କ୍ରୀଡ଼ାର ମଧ୍ୟ ପ୍ରଦିବଦଳ କରାଯିବା ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri