ସ୍କୁଲରେ ପଶି ଗାଳିଗୁଲଜ: ଥାନାରେ ପହଞ୍ଚିଲା ମାମଲା 

ତିହିଡ଼ି,୨।୭(ସଞ୍ଜିତ ବଳ)-ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତର ଲଞ୍ଜାତର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସୋମବାର ଜଣେ ବ୍ୟକ୍ତି ଗାଲିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସିଂଙ୍କ ଅଭିଯୋଗକ୍ରମେ ପୋଲିସ ଗାଳିଗୁଲଜ କରିଥିବା ଲଞ୍ଜାତର ଗ୍ରାମର ସତ୍ୟାନନ୍ଦ ଦାସଙ୍କ ନଁାରେ ଏକ ମାମଲା(ନଂ.୩୧୪/୨୪) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପ୍ରଧାନଶିକ୍ଷକ ସିଂ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସ୍କୁଲରେ ଥିବାବେଳେ ସତ୍ୟାନନ୍ଦ ନିଶାସକ୍ତ ଅବସ୍ଥାରେ ସ୍କୁଲ ଭିତରକୁ ପଶିଥିଲେ। ସେଠାରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଦେଇଥିଲେ। ତେବେ ନୂତନ ଆପରାଧିକ ଆଇନ ଲାଗୁ ହେବା ପରେ ଏହା ଥାନାରେ ପ୍ରଥମ ମକଦ୍ଦମା ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୬।୭(ପରିକ୍ଷିତ ସାହୁ) ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା ପ୍ରଚଳନ କଲେ ମଧ୍ୟ ଶିକ୍ଷାର ଠିକ୍‌ ବିକାଶ ହୋଇ ପାରୁନାହିଁ। ଅନେକ ବିଦ୍ୟାଳୟରେ ସମସ୍ୟା...

ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା

କଟକ,୧୫ା୭ (କାର୍ତ୍ତିକ ସାହୁ):ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନଁାରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା...

ବିଦ୍ୟାଳୟରେ ବିବାହ ଉତ୍ସବ ପାଇଁ ଅନୁମତି ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ

ଭଣ୍ଡାରିପୋଖରୀ,୧୬ା୭(ରାଜେନ୍ଦ୍ର ଶତପଥୀ):ବିଦ୍ୟାଳୟ ପରିସରରେ ଏକ ବିବାହ ଉତ୍ସବକୁ ଅନୁମତି ଦେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର...

ଏଏସ୍‌ଓ: ମାଡ଼ଖାଇ ବଦଳି

ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିବା ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସଂସଦୀୟ...

ବାହୁଡ଼ିଲେ ମହାପ୍ରଭୁ

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ...

ସିଂହଦ୍ୱାରରେ ଲାଗିଲା ତିନି ରଥ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ,୧୫।୭: ସିଂହଦ୍ୱାରରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସିଂହଦ୍ୱାରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼...

ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ...

ବର୍ଷାରେ ଭିଜିଲେ ଜଗନ୍ନାଥ

ଦାରିଙ୍ଗବାଡି,୧୫।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବହୁ ଆଡମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳରେ ତୁହାକୁ ତୁହା ବର୍ଷା କାରଣରୁ କିଛି ସ୍ଥାନରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri