ଆରମ୍ଭରୁ ପଶିଲା କେଁ

ଢେଙ୍କାନାଳ ଅଫିସ,୯।୯: ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ସୁନିଆରେ ଉଠିଛି ଶୁଭମାଟି। ପରମ୍ପରା ଅନୁଯାୟୀ ମାଟି ଅନୁକୂଳ ପରଦିନ ମିଳିତ ବଜାର ଲକ୍ଷ୍ମୀପୂଜା କିମିଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆରମ୍ଭରୁ ପଶିଛି କେଁ। ନୂତନ ସଭାପତି ଚୟନରେ ରାଜନୀତିକରଣକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦ ପାଇଁ ଅଧାରୁ ବାତିଲ ହୋଇଛି ବୈଠକ। କେବଳ ଏତିକି ନୁହେଁ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତ୍ୟାକ୍ଷେପକୁ ଓହ୍ଲାଇବା ସହ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯିବା ଆଲୋଚନାର ବିଷୟ ହୋଇଛି। ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମ ଥର ଏଭଳି ବ୍ୟତିକ୍ରମ ହୋଇଥିବାବେଳେ ଏହାକୁ ନେଇ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।
ମିନାବଜାର ପୂଜା ପ୍ରତିଷ୍ଠାନର ଆହ୍ବାନ କ୍ରମେ ଗୁରୁବାର ସନ୍ଧ୍ୟା ୭ଟାରେ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପରେ ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ୩୮ଟି ପୂଜା ପ୍ରତିଷ୍ଠାନର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ। ୨ବର୍ଷ ପରେ ଆଡମ୍ବର ସହକାରେ ଲକ୍ଷ୍ମୀପୂଜା ପାଳନ ହେବାକୁ ଥିବାବେଳେ ଏଥିରେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ବିଷୟରେ ଆଲୋଚନା ହେବାର ଥିଲା।
ମିନାବଜାର ପୂଜା ପ୍ରତିଷ୍ଠାନର ସଭାପତି ରବି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ପୀତବାସ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମିଳିତ ବଜାର ପୂଜା କମିଟି ସଭାପତି ଥିବା ବିଶ୍ୱନାଥ ବେହେରାଙ୍କ ଉପସ୍ଥିତିରେ ନୂତନ ସଭାପତି ଚୟନ ପାଇଁ ବାଜିଚୌକ ପୂଜା କମିଟି ସଭାପତି ତଥା ଭାଜପା ନେତା ରାମଚନ୍ଦ୍ର ପାତ୍ର ଏବଂ କାଞ୍ଚନ ବଜାର ପୂଜା କମିଟି ସଭାପତି ତଥା ବିଜେଡି ନେତା ଗୋପାଳ ପାତ୍ରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ସଭାପତି ପଦବୀରେ ଜଣଙ୍କୁ ନିଯୁକ୍ତି କରିବା ପାଇଁ ଆଲୋଚନା ଚାଲିଥିବାବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ମିନାବଜାର ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କ ଅନୁରୋଧ ସତ୍ତ୍ୱେ ବିବାଦ ଥମି ନ ଥିଲା। ବୈଠକରେ ଉଭୟ ରାଜନୈତିକ ଦଳର କେତେଜଣ ବ୍ୟକ୍ତି ଉପସ୍ଥିତ ଥିବାରୁ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଭାଇଚାରା ଓ ପରମ୍ପରାର ନିଦର୍ଶନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପୂଜା ଉତ୍ସବର ରାଜନୀତିକରଣ ନ କରିବାକୁ ଅଧିକାଂଶ ପୂଜା ପ୍ରତିଷ୍ଠାନର କାର୍ଯ୍ୟକର୍ତ୍ତା ଅନୁରୋଧ କରିଛନ୍ତି।
ଏ ନେଇ ମିନାବଜାର ପ୍ରତିଷ୍ଠାନ ସଭାପତି କୁହନ୍ତି, ବୈଠକରେ ୩୮ ପୂଜା ପ୍ରତିଷ୍ଠାନର ସଭାପତି, ସମ୍ପାଦକ ଯୋଗଦେବା କଥା। ବାହାର ଲୋକ ପଶିବାରୁ ବିବାଦ ବଢ଼ିଥିଲା। ପୁନର୍ବାର ବୈଠକ ଡକାଯାଇ ଶାନ୍ତିଶୃଙ୍ଖଳାର ସହ ସଭାପତି ଚୟନ କରାଯିବ। ସମ୍ପାଦକ ପୀତବାସ ସାହୁ କୁହନ୍ତି, ରାଜନୀତିକରଣକୁ ନେଇ ଏଭଳି ହେଲା। ଏଭଳି ଘଟଣା ପରିତାପର ବିଷୟ। ଗ୍ରହଣୀୟ ନୁହେଁ। ମିଳିତ ବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା କୁହନ୍ତି, ପୂର୍ବରୁ କେବେ ଏଭଳି ହୋଇ ନ ଥିଲା। ଚଳିତ ବର୍ଷ ବିବାଦ ଘଟି ବୈଠକ ବାତିଲ ହେବା ଯୋଗୁ ପରମ୍ପରା ଭଙ୍ଗ ହୋଇଛି। ଏହା ଦୁଃଖର ବିଷୟ। ୨-୩ ଦିନ ମଧ୍ୟରେ ଏକ ବୈଠକ ଡକାଯିବ। ଏଥିରେ କେବଳ ୩୮ ପୂଜା ପ୍ରତିଷ୍ଠାନର ସଭାପତି ଓ ସମ୍ପାଦକମାନେ ଯୋଗଦେବେ। ଏଥିରେ ସଭାପତି ଚୟନ କରାଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବୈଠକରେ ସମରେନ୍ଦ୍ର ନନ୍ଦ, ସୁଧାଂଶୁ ଦଳେଇ, ଦୀପକ ପ୍ରସାଦ ପଟ୍ଟନାୟକ, ନବକିଶୋର ଗୁରୁ, ସୁରେନ୍ଦ୍ର ମିଶ୍ର, ବିନୋଦ ମହାନ୍ତି, ସଚ୍ଚିଦାନନ୍ଦ ସାହୁ, ମହମ୍ମଦ ସାଗିର, ଚକ୍ରଧର ନାୟକଙ୍କ ସମେତ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri