ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ବ୍ରାଜିଲ ମଡେଲ୍‌ଙ୍କ ମୃତ୍ୟୁ

କିଭ୍‌,୭।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ଅନେକ ସାଧାରଣ ଲୋକଙ୍କ ଠାରୁ ସେନା ଏବଂ ଜଣାଶୁଣା ବ୍ୟକ୍ତି ସାମିଲ ଅଛନ୍ତି। ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ୟୁକ୍ରେନ ସେନାରେ ଯୋଗ ଦେଇଥିବା ୟୁକ୍ରେନର ଶାର୍ପ ଶୁଟର ତଥା ବ୍ରାଜିଲ ମଡେଲ୍‌ ଥାଲିତା ଡୋ’ଙ୍କର ମୃତ୍ୟୁ ହୋଇଛି। ଥାଲିତାଙ୍କ ସମ୍ପର୍କୀୟମାନେ ଏହି ଖବରକୁ ନିଶ୍ଚିତ କରିଛନ୍ତି।
ଜୁନ ୩୦ରେ, ରୁଷିଆ ୟୁକ୍ରେନର ଖାର୍କିଭରେ ରକେଟ ଆକ୍ରମଣ କରିଥିଲା। ରୁଷିଆ ପକ୍ଷରୁ ରକେଟ ଷ୍ଟ୍ରାଇକ ଯୋଗୁ ଥାଲିତାଙ୍କ ମୃତ୍ୟୁ ଘଟିଛି। ଏହାସହ ତାଙ୍କ ସାଥୀ ଡଗଲାସ ବର୍ଜିଓଙ୍କର ମଧ୍ୟ ଏହି ରକେଟ ଆକ୍ରମଣରେ ପ୍ରାଣ ହରାଇଥିଲେ।
ଥାଲିତା ଡୋ ବ୍ରାଜିଲର ବାସିନ୍ଦା ଥିଲେ। ମଡେଲିଂରେ କ୍ୟାରିୟର କରିବା ପରେ ସେ ଆଇନ ଅଧ୍ୟୟନ କରିଥିଲେ। ସେ ଆଇଏସଆଇଏସ ବିରୋଧରେ ଲଢେଇ କରିବାକୁ କୁର୍ଦ୍ଦିଶ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ମୃତ୍ୟୁର ତିନି ସପ୍ତାହ ପୂର୍ବରୁ ସେ ଯୁଦ୍ଧ ପାଇଁ ୟୁକ୍ରେନରେ ପହଞ୍ଚିଥିଲେ ଏବଂ ପରେ ତାଙ୍କୁ ଖାର୍କିଭକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଇଟି ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ରହିଛି…

କଟକ,୩ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କ କୃତକାର୍ଯ୍ୟ ହାର ୬୪.୪୮%…

ଡିଜିପି ଚୟନ ପ୍ରସଙ୍ଗରେ ସମୟ ଲୋଡ଼ିଲେ ସରକାର

ଭୁବନେଶ୍ୱର, ୩।୯(ସୁନିତ୍‌ ମିଶ୍ର): ରାଜ୍ୟର ଡିଜିପି ଚୟନ ପ୍ରସଙ୍ଗକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ…

ପ୍ରତି ଜିଲାରେ ନିଯୁକ୍ତ ହେବେ ୫ ‘ଶକ୍ତି ଅପା’

ଭୁବନେଶ୍ୱର,୩ା୯(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ…

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri