Posted inଖେଳ

ପରାଜୟ ସତ୍ତ୍ୱେ ନକଆଉଟରେ ବ୍ରାଜିଲ

ଦୋହା,୩।୧୨,(ପି.ଟି.): ଆଉ ଏକ ବିପର୍ଯ୍ୟୟ ସହିତ ଶେଷ ହୋଇଛି ଫିଫା ବିଶ୍ୱକପ ୨୦୨୨ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌। ଏଥିସହିତ ଚୂଡାନ୍ତ ହୋଇଛି ରାଉଣ୍ଡ ଅଫ୍‌ ୧୬ର ଦଳ ତାଲିକା। ତେବେ ଚଳିତ ବିଶ୍ୱକପରେ ଆଉ ଏକ ଟପ୍‌ ଟିମ୍‌ ମାଟି କାମୁଡିଛି। ଗ୍ରୁପ୍‌ ଜିରେ ବ୍ରାଜିଲକୁ ୧-୦ରେ ହରାଇ ଚଳିତ ସଂସ୍କରଣର ଅଷ୍ଟମ ବିପର୍ଯ୍ୟୟ ସୃଷ୍ଟି କରିଛି କାମେରୁନ୍‌। ହାରିଥିଲେ ହେଁ ଗ୍ରୁପ୍‌ ଟପ୍ପର ଭାବରେ ବ୍ରାଜିଲ ନକ୍‌ଆଉଟରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ଦଳ ଭାବରେ ସ୍ବିଜରଲାଣ୍ଡ ରାଉଣ୍ଡ ଅଫ୍‌ ୧୬ରେ ସ୍ଥାନ ସୁରକ୍ଷିତ କରିଛି। ୩୨ ଦଳ ୮ ଗ୍ରୁପରେ ଲଢେଇ କରିବା ପରେ ପ୍ରଥମ ପର୍ଯ୍ୟାୟରେ ହିଁ ୧୬ ଦଳ ବିଦାୟ ନେଇଛନ୍ତି।
ବିପର୍ଯ୍ୟୟ ସୃଷ୍ଟି କଲା କାମେରୁନ୍‌
ଲୁସେଲ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଭିନସେଣ୍ଟ ଆବୁବକରଙ୍କ ଐତିହାସିକ ଗୋଲ ବଳରେ ବ୍ରାଜିଲକୁ ପରାସ୍ତ କରିଛି କାମେରୁନ୍‌। ଷ୍ଟପେଜ ଟାଇମରେ ୯୦+୨ ମିନିଟରେ ଆବୁବକର ଏହି ଗୋଲ ସ୍କୋର କରିଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ ଗୋଲଶୂନ୍ୟ ରହିବା ପରେ ସେ ଏହି ଗୋଲଟି ଦେଇଥିଲେ। ବ୍ରାଜିଲ ୬୫ % ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ କାମେରୁନ୍‌ ଗୋଲକିପର ଡେଭିସ୍‌ ଇପାସୀ ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ରାଜିଲର ଅନ୍ୟୁନ ୬ ପ୍ରୟାସକୁ ସେ ନିଷ୍ଫଳ କରି ଦେଇଥିଲେ।
ଜିତିଲା ସ୍ବିଜରଲାଣ୍ଡ
ଷ୍ଟାଡିୟମ ୯୭୪ରେ ଖେଳା ଯାଇଥିବା ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳକୁ ନକ୍‌ ଆଉଟ ପାଇଁ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା। ପ୍ରଥମ ମିନିଟରେ ହିଁ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ସର୍ବିୟା ଗୋଲପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଗୋଲରକ୍ଷକ ଭାଞ୍ଜା ମିଲାନୋଭିକ୍‌ ସାଭିକ ଦୁଇଟି ପ୍ରୟାସକୁ ରୋକି ଦଇଥିଲେ। ୨୦ତମ ମିନିଟରେ ଜେର୍ଦାନ୍‌ ଶାକାରି ପ୍ରଥମ ଗୋଲ ସ୍କୋର କରିଥିଲେ। ସର୍ବିୟା ପକ୍ଷରୁ ୨୬ ତମ ମିନିଟରେ ଆଲେକଜାଣ୍ଡର ମିତ୍ରୋଭିକ୍‌ ଗୋଲଟିକୁ ପରିଶୋଧ କରିଥିଲେ। ୩୫ ତମ ମିନିଟରେ ଦୁସାନ ଭ୍ଲାହୋଭିକ୍‌ଙ୍କ ଗୋଲ ବଳରେ ସର୍ବିୟା ୨-୧ରେ ଆଗୁଆ ରହିଥିଲା। ମାତ୍ର ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ସ୍ବିସ୍‌ ତାରକା ବ୍ରିଲ ଏମ୍ବୋଲୋ ଗୋଲ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପ୍ରଥମାର୍ଦ୍ଧ ୨-୨ରେ ରହିବା ପରେ ମ୍ୟାଚର ୪୮ତମ ମିନିଟରେ ରେମୋ ଫ୍ରୁଏଲରଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri