Categories: ଖେଳ

ବ୍ରାଜିଲ, କଲମ୍ବିଆର ପ୍ରଥମ ବିଜୟ

ସାଓପାଲୋ, ୧୧ା୧୦ (ଏପି)-ଓ୍ବାଲର୍‌ଡକପ୍‌ ଫୁଟ୍‌ବଲ କ୍ୱାଲିଫାୟର୍ସ ଓପନିଂ ରାଉଣ୍ଡରେ ବ୍ରାଜିଲ ଓ କଲମ୍ବିଆ ସେମାନଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। କୋଭିଡ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଯୋଗୁ ବିନା ଦର୍ଶକରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସାଓପାଲୋଠାରେ ବର୍ଷା ମଧ୍ୟରେ ଖେଳାଯାଇଥିବା ବଲିଭିଆ ବିପକ୍ଷ ମ୍ୟାଚରେ ବ୍ରାଜିଲ ୫-୦ ଗୋଲରେ ସହଜ ବିଜୟ ହାସଲ କରିଥିଲା। ବାରାଙ୍କ୍ବିଲାଠାରେ ଖେଳାଯାଇଥିବା ମ୍ୟାଚ୍‌ରେ କଲମ୍ବିଆ ୩-୦ ଗୋଲରେ ଜିତିଥିଲା। ଏହି ତିନୋଟି ଯାକ ଗୋଲ ପ୍ରଥମାର୍ଦ୍ଧ ଖେଳରେ ସ୍କୋର ହୋଇଥିଲା। ପ୍ରଥମ ରାଉଣ୍ଡ ପରେ ବ୍ରାଜିଲ, କଲମ୍ବିଆ, ଉରୁଗୁଏ ଓ ଆର୍ଜେଣ୍ଟିନା ପ୍ରତ୍ୟେକ ୩ ପଏଣ୍ଟ ଲେଖାଏ ଅର୍ଜନ କରି ଅଗ୍ରଣୀ ରହିଛନ୍ତି। ପେରୁ ଓ ପାରାଗୁଏ ଗୋଟିଏ ଲେଖାଏ ପଏଣ୍ଟ ପାଇଛନ୍ତି। ଇକ୍ୱେଡର, ଚିଲି, ଭେନେଜୁଏଲା ଏବଂ ବଲିଭିଆ ଗୋଟିଏ ହେଲେ ପଏଣ୍ଟ ହାସଲ କରିବାରେ ସମର୍ଥ ହୋଇପାରି ନାହାନ୍ତି। ଦ୍ୱିତୀୟ ରାଉଣ୍ଡରେ ସମସ୍ତ ୫ଟି ଯାକ ମ୍ୟାଚ ମଙ୍ଗଳବାର ଖେଳାଯିବ। ମ୍ୟାଚ୍‌ଗୁଡ଼ିକ ପେରୁ ଓ ବ୍ରାଜିଲ, ବଲିଭିଆ ଓ ଆର୍ଜେଣ୍ଟିନା, ଚିଲି ଓ କଲମ୍ବିଆ, ଇକ୍ୱେଡର ଓ ଉରୁଗୁଏ ଏବଂ ଭେନେଜୁଏଲା ଓ ପାରାଗୁଏ ମଧ୍ୟରେ ଖେଳାଯିବ।

Share