Categories: ଖେଳ

ବ୍ରାଭୋ ଇନ୍‌, ହୋପ୍‌ ଆଉଟ୍‌

ସେଣ୍ଟଜନ୍ସ (ଆଣ୍ଟିଗୁଆ), ୧୮ା୧୦ (ଏପି)-ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ ଓ ଶିମରନ ହେଟମେର ଏବଂ ଅଲରାଉଣ୍ଡର କିମୋ ପଲ୍‌ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଶାଇ ହୋପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ୨୦୧୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡୁନେଡିନ୍‌ଠାରେ ବ୍ରାଭୋ ତାଙ୍କର ସର୍ବୋଚ୍ଚ ଟେଷ୍ଟ ସ୍କୋର ୨୧୮ ରନ ସଂଗ୍ରହ କରିଥିଲେ। ହୋପ୍‌ଙ୍କର ୩୪ ଟେଷ୍ଟ ଅଭିଜ୍ଞତା ରହିଛି। ୨୦୧୭ ଡିସେମ୍ବରରୁ ତାଙ୍କର ଆଭରେଜ ୧୯.୪୮ ରହିଥିଲା। ୨୦୧୯ ଫେବୃୟାରୀରୁ ତାଙ୍କର ଆଭରେଜ ୧୪.୪୫ ରହିଛି। ତାଙ୍କ କ୍ୟାରିୟର ଟେଷ୍ଟ ଆଭରେଜ ୨୬.୨୭ ରହିଛି। ଦଳ ସହିତ ୬ଜଣ ରିଜର୍ଭ ଖେଳାଳି ନ୍ୟୁଜିଲାଣ୍ଡ ଯିବେ। ଟ୍ରେନିଂ କ୍ୟାମ୍ପ, କ୍ୱାରାଣ୍ଟାଇନ ପିରିୟଡ ବ୍ୟତୀତ ଇଞ୍ଜୁରି ଖେଳାଳିଙ୍କ ସ୍ଥାନରେ ସେମାନଙ୍କୁ ବ୍ୟବହାର କରାଯାଇପାରେ। ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏଥିପାଇଁ ୨୦୧୮ପରଠାରୁ ଉଇକେଟକିପର ଆନ୍ଦ୍ରେ ଫ୍ଲେଚରଙ୍କୁ ପ୍ରଥମ ଥର ଦଳରେ ନିଆଯାଇଛି। ନିକଟରେ ଅନୁଷ୍ଠିତ କ୍ୟାରିବିୟନ ପ୍ରିମିୟର ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଅଲରାଉଣ୍ଡର କାଇଲ ମିଲ୍ସଙ୍କୁ ଦଳରେ ସ୍ଥାନ ମିଳିଛି। ମହାମାରୀ ଜନିତ କ୍ୱାରାଣ୍ଟାଇନ୍‌ ଏବଂ ଅନ୍ୟାନ୍ୟ କଟକଣା ପାଇଁ ଆନ୍ଦ୍ରେ ରସେଲ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଲେଣ୍ଡଲ ସିମନ୍ସ ଏବଂ ଏଭିନ୍‌ ଲିଓ୍ବିସ୍‌ ଟୁର୍‌ରେ ସାମିଲ ନ ହେବା ଲାଗି ସ୍ଥିର କରିଛନ୍ତି। ଟି୨୦ ସିରିଜ ନଭେମ୍ବର ୨୭ରେ ଅକ୍‌ଲାଣ୍ଡରେ ଆରମ୍ଭ ହେବ। ପରେ ଅନ୍ୟ ଦୁଇଟି ମ୍ୟାଚ ନଭେମ୍ବର ୨୯ ଏବଂ ୩୦ରେ ମାଉଣ୍ଟ ମାଉନ୍‌ଗାନୁଇଠାରେ ଖେଳାଯିବ। ଟେଷ୍ଟ ମ୍ୟାଚ ଦୁଇଟି ଯଥାକ୍ରମେ ହାମିଲଟନର ସେଡନ ପାର୍କ (ଡିସେମ୍ବର ୩ରୁ ୭) ଏବଂ ଓ୍ବେଲିଂଟନର ବେସିନ ରିଜର୍ଭଠାରେ ଖେଳାଯିବ।
ଓ୍ବେଷ୍ଟ ଇଣ୍ଡିଜ ଟେଷ୍ଟ ଦଳ: ଜାସନ ହୋଲ୍‌ଡର (ଅଧିନାୟକ), ଜର୍ମେନ ବ୍ଲାକ୍‌ଉଡ୍‌, କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌, ଡାରେନ ବ୍ରାଭୋ, ଶାମରା ବ୍ରୁକ୍ସ, ଜନ୍‌ କ୍ୟାମ୍ପବେଲ୍‌, ରୋଷ୍ଟନ ଚେଜ୍‌, ରକିମ୍‌ କର୍ନଓ୍ବାଲ୍‌, ଶେନ୍‌ ଡାରଓ୍ବିଚ୍‌, ଶାନନ ଗାବ୍ରିଏଲ୍‌. ଶିମରନ ହେଟମେର, ଚେମାର ହୋଲ୍ଡର, ଅଲ୍‌ଜାରି ଯୋଶେଫ୍‌, କିମୋ ପଲ୍‌, କିମର ରୋଚ୍‌।
ଟି୨୦ ଦଳ: କିରନ ପୋଲାର୍ଡ (ଅଧିନାୟକ), ଫାବିଏନ୍‌ ଆଲେନ୍‌, ଡ୍ବେନ ବ୍ରାଭୋ, ଶେଲଡନ କଟ୍ରେଲ, ଆନ୍ଦ୍ରେ ଫ୍ଲେଚର, ଶମିରନ ହେଟମେର, ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ରୋଭମ୍ୟାନ ପାଓ୍ବେଲ୍‌, ନିକୋଲାସ ପୁରନ, ଓଶାନେ ଥୋମାସ, ହେଡେନ ଓ୍ବାଲ୍ସ ଜୁନିୟର, କେସରିକ୍‌ ଓ୍ବିଲିୟମ୍ସ।

Share