Posted inଫୁରସତ

ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…

ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ ପୁଷ୍କରର ଗୋଓ୍ବାଲିଆ ଗାଁର ବାସିନ୍ଦା ୧୧ ବର୍ଷୀୟା ଜାହ୍ନବୀ ଭଟ୍ଟଙ୍କ କଥା କହୁଛୁ। ଜାହ୍ନବୀ ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରିଛନ୍ତି। ସେ ସାପ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ନିଜର ବନ୍ଧୁ ବୋଲି ମାନିଥାଏ। ସାପ ଧରିବା ସମୟରେ, ସେ ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଯେ ସେମାନେ ଆଘାତ ନ ପାଆନ୍ତି।

ସାପକୁ ବନ୍ଧୁ ବୋଲି ଭାବନ୍ତି
ଜାହ୍ନବୀ କହିଛନ୍ତି, ସେ ସବୁବେଳେ ହାତରେ ସାପ ଧରିଥାନ୍ତି, କିନ୍ତୁ ବିଷାକ୍ତ ସାପ ଧରିବା ପାଇଁ ସମସ୍ତ ସୁରକ୍ଷା ଉପକରଣ ସାଙ୍ଗରେ ବହନ କରନ୍ତି। ସେ ବନ୍ଦୀ ଅବସ୍ଥାରେ କୌଣସି ପ୍ରାଣୀକୁ ଦେଖି ପାରନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ମୁକ୍ତ ଭାବରେ ରହିବା ପାଇଁ ପୁଷ୍କରର ନାଗ ପର୍ବତରେ ଛାଡ଼ି ଦିଅନ୍ତି। ଜାହ୍ନବୀ ଆହୁରି କୁହନ୍ତି ଯେ, ଯେତେବେଳେ ଗାଁର କୌଣସି ସ୍ଥାନରେ ସାପ ଦେଖାଯାଆନ୍ତି ଏବଂ ତାଙ୍କ ବାପା ସେହି ସମୟରେ ସେଠାରେ ଉପସ୍ଥିତ ନଥାନ୍ତି, ଲୋକମାନେ ଜାହ୍ନବୀଙ୍କୁ ଡାକିଥାନ୍ତି। ସେ ନିର୍ଭୀକ ଭାବରେ ସାପକୁ ଧରି ଜଙ୍ଗଲରେ ଛାଡ଼ିଦିଅନ୍ତି। ଜାହ୍ନବୀ କୁହନ୍ତି ଯେ, ଯଦି ତୁମେ ସାପମାନଙ୍କୁ କ୍ଷତି ନ କର, ତେବେ ସେମାନେ ତୁମର କ୍ଷତି କରିବେ ନାହିଁ। ସେମାନେ କେବଳ ନିଜକୁ ସୁରକ୍ଷା ଦିଅନ୍ତି।

ବାପାଙ୍କଠାରୁ ପାଇଛନ୍ତି ପ୍ରେରଣା
ଜାହ୍ନବୀ କହିଛନ୍ତି, ସେ ୪ ବର୍ଷ ଧରି ବିଷାକ୍ତ ସାପ ଧରି ଆସୁଛନ୍ତି। ସେ ତାଙ୍କ ବାପାଙ୍କଠାରୁ ସାପ ଧରିବାର କଳା ଶିଖିଥିଲେ। ତାଙ୍କ ବାପା ସୁଖଦେବ ଭଟ୍ଟ ଦୀର୍ଘ ସମୟ ଧରି ବିଷାକ୍ତ ସାପ ଧରି ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କାମ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ, ସେ ତାଙ୍କ ପାଠପଢ଼ା ସହିତ ଏହି କାମ ଜାରି ରଖିବାକୁ ଚାହାନ୍ତି। ତାଙ୍କର ପଶୁମାନଙ୍କ ପ୍ରତି ବହୁତ ପ୍ରେମ। ଏପର୍ଯ୍ୟନ୍ତ ସେ ୩୫୦ରୁ ଅଧିକ ବିଷାକ୍ତ ସାପ ଧରି ସାରିଲେଣି। ଜାହ୍ନବୀଙ୍କ ଏପରି ସାହସ ଦେଖି ଲୋକେ ଅଞ୍ଚଳର ଲୋକେ ତାଙ୍କୁ ନାଗିନ୍‌ ଗର୍ଲ ବୋଲି ଡାକୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ପ୍ରଥମଥର କେବେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ: ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ୧୯୪୭ ମସିହାରେ ଭାରତରୁ ଅଲଗା ହେବା ପରେ ପାକିସ୍ତାନ ଏକ ନୂତନ ଦେଶ ହୋଇଥିଲା। ସେବେଠାରୁ, ଉଭୟ ଦେଶ ପରସ୍ପରର ଶତ୍ରୁ ହୋଇ ରହିଛନ୍ତି।...

ଭାରତରେ ତିଆରି ହୋଇଛି ବିନା ସିମେଣ୍ଟରେ ଦୁନିଆର ପ୍ରଥମ ବିଳାସପୂର୍ଣ୍ଣ ମହଲ, ଜାଣିଲେ…

ଘର, ବାଣିଜି୍ୟକ କୋଠା ଏବଂ ଉଚ୍ଚ କୋଠା ନିର୍ମାଣ ପାଇଁ ଏକ ବିଶେଷ ତଥା ଦୃଢ଼ କଂକ୍ରିଟର ଆବଶ୍ୟକ। ଯାହା ଇଟା, ପଥର, ବଜୁରି, ବାଲି,...

୬ ବର୍ଷ କାମ ନ କରି ମିଳିଲା ୩୬ ଲକ୍ଷ ଟଙ୍କା ଦରମା

ମାଡ୍ରିଡ୍‌: ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନ ଥାଏ। ସେହିପରି...

୩୦ ହଜାର ଟଙ୍କା ଅଧିକ ଦରମାରେ ଆସି ପଶ୍ଚାତାପ କଲେ କର୍ମଚାରୀ, ସୋସିଆଲ ମିଡିଆରେ କହିଲେ ମୁଁ ବରବାଦ ହୋଇଗଲି

ଅଧିକାଂଶ ଟେକ୍‌ ପ୍ରଫେଶନାଲ ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରେ କାମ କରନ୍ତି ଏବଂ ମାସିକ ମୋଟା ଅଙ୍କର ଦରମା ବି ପାଆନ୍ତି। ବେଙ୍ଗାଲୁରୁ ଏହି ଟେକ୍‌...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

Pakistan Richest Person: ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣନ୍ତୁ, ସାରା ବିଶ୍ୱରେ ବିଛାଇଛନ୍ତି କମ୍ପାନୀ

ଇସଲାମାବାଦ୍‌,୨୦।୩: ଗରିବ ପାକିସ୍ତାନୀଙ୍କ ଅବସ୍ଥା ବିଷୟରେ ସାରା ବିଶ୍ୱ ଜାଣେ। ପଡ଼ୋଶୀ ଦେଶର ଋଣ ପ୍ରତି ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହୁଏ। ଏହା ଉପରେ, ୧୯୯୭...

ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ଖସିଯିବ ମାଟି, ମାଲିକ କୁହନ୍ତି…

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ମାଟି ଖସିଯିବ। ତେବେ...

ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri