Posted inଫୁରସତ

ସାହସୀ ଝିଅ: ବିନା ଭୟରେ ଧରନ୍ତି ବିଷାକ୍ତ ସାପ, ଏପର୍ଯ୍ୟନ୍ତ ଧରି ସାରିଲେଣି…

ଜୟପୁର,୧୯ା୨: ରାଜସ୍ଥାନର ପୁଷ୍କରରେ ଜଣେ ସାହସୀ ଝିଅ ଅଛନ୍ତି, ଯିଏ ସାପକୁ ଭୟ କରନ୍ତି ନାହିଁ ବରଂ ସାପମାନଙ୍କ ସହ ଆରାମରେ ଖେଳିପାରନ୍ତି। ସାଧାରଣ ଲୋକମାନେ ବିଷାକ୍ତ ସାପ ଦେଖି ଦୌଡ଼ି ପଳାଉଥିବାବେଳେ, ଏହି ଝିଅଟି ସେଗୁଡ଼ିକୁ ହାତରେ ଧରନ୍ତି। ଆମେ ପୁଷ୍କରର ଗୋଓ୍ବାଲିଆ ଗାଁର ବାସିନ୍ଦା ୧୧ ବର୍ଷୀୟା ଜାହ୍ନବୀ ଭଟ୍ଟଙ୍କ କଥା କହୁଛୁ। ଜାହ୍ନବୀ ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରିଛନ୍ତି। ସେ ସାପ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ନିଜର ବନ୍ଧୁ ବୋଲି ମାନିଥାଏ। ସାପ ଧରିବା ସମୟରେ, ସେ ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଯେ ସେମାନେ ଆଘାତ ନ ପାଆନ୍ତି।

ସାପକୁ ବନ୍ଧୁ ବୋଲି ଭାବନ୍ତି
ଜାହ୍ନବୀ କହିଛନ୍ତି, ସେ ସବୁବେଳେ ହାତରେ ସାପ ଧରିଥାନ୍ତି, କିନ୍ତୁ ବିଷାକ୍ତ ସାପ ଧରିବା ପାଇଁ ସମସ୍ତ ସୁରକ୍ଷା ଉପକରଣ ସାଙ୍ଗରେ ବହନ କରନ୍ତି। ସେ ବନ୍ଦୀ ଅବସ୍ଥାରେ କୌଣସି ପ୍ରାଣୀକୁ ଦେଖି ପାରନ୍ତି ନାହିଁ। ତେଣୁ ସେ ସେମାନଙ୍କୁ ମୁକ୍ତ ଭାବରେ ରହିବା ପାଇଁ ପୁଷ୍କରର ନାଗ ପର୍ବତରେ ଛାଡ଼ି ଦିଅନ୍ତି। ଜାହ୍ନବୀ ଆହୁରି କୁହନ୍ତି ଯେ, ଯେତେବେଳେ ଗାଁର କୌଣସି ସ୍ଥାନରେ ସାପ ଦେଖାଯାଆନ୍ତି ଏବଂ ତାଙ୍କ ବାପା ସେହି ସମୟରେ ସେଠାରେ ଉପସ୍ଥିତ ନଥାନ୍ତି, ଲୋକମାନେ ଜାହ୍ନବୀଙ୍କୁ ଡାକିଥାନ୍ତି। ସେ ନିର୍ଭୀକ ଭାବରେ ସାପକୁ ଧରି ଜଙ୍ଗଲରେ ଛାଡ଼ିଦିଅନ୍ତି। ଜାହ୍ନବୀ କୁହନ୍ତି ଯେ, ଯଦି ତୁମେ ସାପମାନଙ୍କୁ କ୍ଷତି ନ କର, ତେବେ ସେମାନେ ତୁମର କ୍ଷତି କରିବେ ନାହିଁ। ସେମାନେ କେବଳ ନିଜକୁ ସୁରକ୍ଷା ଦିଅନ୍ତି।

ବାପାଙ୍କଠାରୁ ପାଇଛନ୍ତି ପ୍ରେରଣା
ଜାହ୍ନବୀ କହିଛନ୍ତି, ସେ ୪ ବର୍ଷ ଧରି ବିଷାକ୍ତ ସାପ ଧରି ଆସୁଛନ୍ତି। ସେ ତାଙ୍କ ବାପାଙ୍କଠାରୁ ସାପ ଧରିବାର କଳା ଶିଖିଥିଲେ। ତାଙ୍କ ବାପା ସୁଖଦେବ ଭଟ୍ଟ ଦୀର୍ଘ ସମୟ ଧରି ବିଷାକ୍ତ ସାପ ଧରି ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ କାମ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ, ସେ ତାଙ୍କ ପାଠପଢ଼ା ସହିତ ଏହି କାମ ଜାରି ରଖିବାକୁ ଚାହାନ୍ତି। ତାଙ୍କର ପଶୁମାନଙ୍କ ପ୍ରତି ବହୁତ ପ୍ରେମ। ଏପର୍ଯ୍ୟନ୍ତ ସେ ୩୫୦ରୁ ଅଧିକ ବିଷାକ୍ତ ସାପ ଧରି ସାରିଲେଣି। ଜାହ୍ନବୀଙ୍କ ଏପରି ସାହସ ଦେଖି ଲୋକେ ଅଞ୍ଚଳର ଲୋକେ ତାଙ୍କୁ ନାଗିନ୍‌ ଗର୍ଲ ବୋଲି ଡାକୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri