Posted inଖେଳ

ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆର ବ୍ରିସବେନଠାରେ ଖଳାଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ଉଇକେଟରେ ଜିତି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଋଷଭ ପନ୍ତ ଓ ଶୁବମନ ଗିଲ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦଳର ସିନିୟର ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରାଙ୍କ ଯୋଗଦାନ ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଚିରାଚରିତ ଷ୍ଟାଇଲରେ ସେ ଧୀମା ବ୍ୟାଟିଂ କରିଥିଲେ । ହେଲେ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର।

୩୨ ବର୍ଷୀୟ ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ମିଚେଲ ଷ୍ଟାର୍କ, ପାଟ କୁମିନ୍ସ ଓ ଜୋସ ହାଜେଲଉଡ୍‌ ଆପଣେଇଥିଲେ ଶର୍ଟ ବଲ ଷ୍ଟାଟେଜି। ଏଥିଯୋଗୁ ବାରମ୍ବାର ଆଘାତ ପାଇଥିଲେ ଡାହାଣହାତୀ ସ୍ବୌରାଷ୍ଟ୍ର ବ୍ୟାଟ୍ସମ୍ୟାନ। ଏପରି କି ୩ ଥର ଟିମ୍‌ ଇଣ୍ଡିଆର ଫିଜିଓଙ୍କୁ ତାଙ୍କ ପାଇଁ ପଡ଼ିଆ ମଧ୍ୟକୁ ଆସିବାକୁ ପଡ଼ିଥିଲା। ହେଲମେଟ୍‌ର ଭାଇଜର ଭାଙ୍ଗିବାଠୁ ଆରମ୍ଭ କରି ହାତରେ ଆଘାତ ପାଇଥିଲେ ପୂଜାରା। ଯନ୍ତ୍ରଣାରେ ଛଟପଟ ହେଉଥିବା ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ସେ ଧୈର୍ଯ୍ୟହରା ହୋଇ ନ ଥିଲେ। ଅନ୍ତିମ ସେସନରେ ପୂଜାରା ୨୧୧ ବଲର ସମ୍ମୁଖୀନ ହୋଇ ୫୬ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ଚତୁର୍ଥ ଉଇକେଟ ପାଇଁ ଋଷଭ ପନ୍ତଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୬୧ ରନ୍‌ ଯୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri