Posted inଖେଳ

ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆର ବ୍ରିସବେନଠାରେ ଖଳାଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ଉଇକେଟରେ ଜିତି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଋଷଭ ପନ୍ତ ଓ ଶୁବମନ ଗିଲ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦଳର ସିନିୟର ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରାଙ୍କ ଯୋଗଦାନ ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଚିରାଚରିତ ଷ୍ଟାଇଲରେ ସେ ଧୀମା ବ୍ୟାଟିଂ କରିଥିଲେ । ହେଲେ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର।

୩୨ ବର୍ଷୀୟ ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ମିଚେଲ ଷ୍ଟାର୍କ, ପାଟ କୁମିନ୍ସ ଓ ଜୋସ ହାଜେଲଉଡ୍‌ ଆପଣେଇଥିଲେ ଶର୍ଟ ବଲ ଷ୍ଟାଟେଜି। ଏଥିଯୋଗୁ ବାରମ୍ବାର ଆଘାତ ପାଇଥିଲେ ଡାହାଣହାତୀ ସ୍ବୌରାଷ୍ଟ୍ର ବ୍ୟାଟ୍ସମ୍ୟାନ। ଏପରି କି ୩ ଥର ଟିମ୍‌ ଇଣ୍ଡିଆର ଫିଜିଓଙ୍କୁ ତାଙ୍କ ପାଇଁ ପଡ଼ିଆ ମଧ୍ୟକୁ ଆସିବାକୁ ପଡ଼ିଥିଲା। ହେଲମେଟ୍‌ର ଭାଇଜର ଭାଙ୍ଗିବାଠୁ ଆରମ୍ଭ କରି ହାତରେ ଆଘାତ ପାଇଥିଲେ ପୂଜାରା। ଯନ୍ତ୍ରଣାରେ ଛଟପଟ ହେଉଥିବା ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ସେ ଧୈର୍ଯ୍ୟହରା ହୋଇ ନ ଥିଲେ। ଅନ୍ତିମ ସେସନରେ ପୂଜାରା ୨୧୧ ବଲର ସମ୍ମୁଖୀନ ହୋଇ ୫୬ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ଚତୁର୍ଥ ଉଇକେଟ ପାଇଁ ଋଷଭ ପନ୍ତଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୬୧ ରନ୍‌ ଯୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରବଳ ରାଗିଗଲେ କୋହଲି: କଲେ ଭଙ୍ଗାରୁଜା

ଚେନ୍ନାଇ,୧୫।୪: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ...

ଜୋତା କିଣିବାକୁ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ଆଣିଲେ ସଫଳତା

ଲଡରହିଲ,୪।୮:ବିଶ୍ୱକପ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ଖେଳି ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ...

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ...

ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍‌ ହାରିସ ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍‌ର...

୪୦୦ ମିଟରରେ ଜୟନ୍ତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା...

ଉଦ୍‌ଘାଟନୀ ଦିବସରେ ମୁମ୍ବାଇ-ଚେନ୍ନାଇ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୨(ପି.ଟି.)- ଗତ ସଂସ୍କରଣର ଫାଇନାଲ ଭଳି ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ୍‌ ଚେନ୍ନାଇ ସୁପର...

ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ପଟିଆଲାସ୍ଥିତ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ୍‌ଆଇଏସ୍‌)ର କ୍ୟାଟରିଂ ମ୍ୟାନେଜର କରୋନା ସଂକ୍ରମିତ ହୋଇଛନ୍ତି। ଛୁଟିରୁ ଫେରିବା ପରେ ଲକ୍ଷ୍ନୌଠାରେ ସେ ନିୟମାନୁସାରେ...

କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ...

Ten Cric Info
Advertisement


Archives

Model This Week

Why Dharitri