Posted inଖେଳ

୪ ବର୍ଷ ତଳେ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ଛକା ବର୍ଷା

କଟକ,୧୯।୧: ଠିକ୍‌ ୪ ବର୍ଷ ତଳେ ଅର୍ଥାଥ ୨୦୧୭ ଜାନୁୟାରୀ ୧୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଛକା ବର୍ଷା। ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିବାରାତ୍ର ମ୍ୟାଚ୍‌ ଖେଳାଯାଉଥାଏ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫ ଓଭରରେ ହିଁ ୩ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପରିସ୍ଥିତି ସମ୍ଭାଳି ଥିଲେ ଦୁଇ ଭେଟେରାନ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂ। ଦୁହେଁ ଚତୁର୍ଥ ଉଇକେଟ ପାଇଁ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୨୫୬ ରନ୍‌। ଧୋନୀ (୧୩୪) ଓ ଯୁବି (୧୫୦) ଶତକୀୟ ଇନିଂସ ଖେଳିଥିଲେ। ଏହା ଥିଲା ଯୁବିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସର୍ବଶ୍ରେଷ୍ଠ ଇନିଂସ। ଟିମ୍‌ ଇଣ୍ଡିଆ ୫୦ ଓଭରିଆ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ଛିଡ଼ା କରିଥିଲା ୩୮୨ ରନ୍‌ର ଟାର୍ଗେଟ। ଜବାବରେ ଅଧିନାୟକ ଇଆନ ମୋର୍ଗାନ (୧୦୨)ଙ୍କ ଶତକ ସହାୟତାରେ ଶେଷ ପର୍ଯ୍ୟନ୍ତ ଖେଳିଥିବା ଇଂଲଣ୍ଡ ୮ ଉଇକେଟ ହରାଇ ୩୬୬ ରନ୍‌ ହିଁ କରିପାରି ଥିଲା। ପୂରା ମ୍ୟାଚ୍‌ରେ ଦୁଇ ଦଳର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍‌ରୁ ବାହାରିଥିଲା ୧୯ଟି ଛକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା: ମ୍ୟାଚ୍‌ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି

ଆଡିଲେଡ୍‌,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍‌...

ଇଟାଲିଆନ ଓପନ୍‌: ସ୍ବିଟେକ ଚାମ୍ପିୟନ

ରୋମ,୧୭।୫: ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଫ୍ରେଞ୍ଚ ଓପନ୍‌ ଚାମ୍ପିୟନ...

ରେଷ୍ଟୁରାଣ୍ଟର ମାଲିକାଣୀ ଏହି କ୍ରିକେଟରଙ୍କ ସ୍ତ୍ରୀ

ଟିମ ଇଣ୍ଡିଆର ଷ୍ଟାର ଉଇକେଟ କିପର ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ରୋମି ତାଙ୍କ ନାମ ଦେବାରତୀ ସାହା...

ଧୋନୀଙ୍କୁ ମୋଇନଙ୍କ ପ୍ରଶଂସା

ଚେନ୍ନାଇ,୧।୪(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ଅଲ ରାଉଣ୍ଡର ମୋଇନ ଅଲି। ଦଳରେ ଖେଳାଳିଙ୍କ ପ୍ରଦର୍ଶନ...

ଭୁବନେଶ୍ୱର ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଘାଟିକିଆ କଳିଙ୍ଗ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଅନୁଷ୍ଠିତ ୩୪ତମ ଭୁବନେଶ୍‌ବର ଓପନ ଚେସ୍‌ରେ...

କରୋନା ପ୍ରକୋପ: ଅଷ୍ଟ୍ରେଲିଆ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସକୁ ସ୍ଥାନାନ୍ତରିତ

ସିଡ୍‌ନୀ, ୧୮ା୧୧ (ପି.ଟି.)-ସାଉଥ ଅଷ୍ଟ୍ରେଲିଆରେ କରୋନା ଭାଇରସ ବ୍ୟାପିବାରେ ଲାଗିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌...

ଏନ୍‌ସିଏର ଉନ୍ନତି ଲାଗି ଡ୍ରାଭିଡଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩୧।୧୦(ପି.ଟି.)- ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ଉନ୍ନତି ପାଇଁ ନବ ନିଯୁକ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତତ୍ପରତା ଦେଖାଇଛନ୍ତି।...

Ten Cric Info
Advertisement


Archives

Model This Week

Why Dharitri