Posted inଖେଳ

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ହାରିବା ପରେ କିଛି ଏଭଳି କହିଛନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଆହତ ସମସ୍ୟା ଯୋଗୁ ବହୁ ସିନିୟର ଖେଳାଳି ସିରିଜ୍‌ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସିରିଜ୍‌କୁ ୨-୧ ବ୍ୟବଧାନରେ ହାତେଇଛି।

ଏହା ଅବିଶ୍ୱସନୀୟ ଟେଷ୍ଟ ସିରିଜ୍‌ ଥିଲା। ସର୍ବଦା ଶେଷରେ ଜଣେ ବିଜେତା ହୋଇଥାଏ। ଆଜିର ବିଜେତା ଟେଷ୍ଟ କ୍ରିକେଟ। ଭାରତୀୟ ଦଳଠୁ ମିଳିଥିବା ପରାଜୟ ଆମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାଧିବ। ସେମାନେ ଚମତ୍କାର ଖେଳିଲେ। ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ୪୦ ରନ୍‌ ମଧ୍ୟରେ ଅଲଆଉଟ୍‌ କରିବା ପରେ ଆମେ ମ୍ୟାଚ୍‌କୁ ୩ ଦିନରେ ଜିତି ନେଇଥିଲୁ। ଏହା ପରେ ସିରିଜ୍‌ ଫେରି ବାଜିମାରିବା ଅବିଶ୍ୱସନୀୟ କଥା। ଭାରତୀୟ ଖେଳାଳିଙ୍କୁ ଏଥି ନେଇ ଶ୍ରେୟ ଦେବାକୁ ପଡ଼ିବ। କିନ୍ତୁ ଆମକୁ ମ୍ୟାଚ୍‌ରୁ ଏକ ଶିକ୍ଷା ମିଳିଲା, କଦାପି ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ। ଦେଢ଼ ଶହ କୋଟି ଲୋକଙ୍କ ଦେଶର ସିନିୟର ଦଳରେ ଖେଳିବା ସହଜ ନୁହେଁ ବୋଲି ଲାଙ୍ଗର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଲିଂ ପରେ ବ୍ୟାଟିଂରେ କରାମତି ଦେଖାଇଲେ ଅଶ୍ୱିନ

ଚେନ୍ନାଇ, ୧୫।୨ : ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ପରେ ବ୍ୟାଟିଂରେ ନିଜ କରାମତି ଦେଖାଇଛନ୍ତି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ...

ପୂର୍ବତନ ଅଲରାଉଣ୍ଡର ନାଦକର୍ନୀଙ୍କ ପରଲୋକ

ମୁମ୍ବାଇ, ୧୮ା୧ (ପି.ଟି.)-ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ନୀଙ୍କ ଶୁକ୍ରବାର ପରଲୋକ ଘଟିଛି। ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ରେକର୍ଡ କ୍ରମାଗତ ୨୧ ଓଭର...

ଏକଦା ଜୋତା କିଣିବାକୁ ପଇସା ନ ଥିଲା; ଖାଲି ପାଦରେ କରୁଥିଲେ ବୋଲିଂ; ଏବେ ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି…

କରାଚି, ୩୦।୬: ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌) ୨୦୨୧ରେ ସର୍ବାଧିକ ଉଇକେଟ ନେଇ ଚମକିଛନ୍ତି ବୋଲର ଶାହାନଓ୍ବାଜ ଡାହାନି। ସେ ଦଳକୁ ଜିତାଇବାରେ...

୧୬ କୋଟି ଟଙ୍କାରେ କିଣିଥିଲା ରାଜସ୍ଥାନ; ଚାରୋଟି ଶର୍ଟ ଖେଳି ମ୍ୟାଚ୍‌ କଲେ ଶେଷ, ପୁରୁଣା ଟିମ୍‌ଠାରୁ…

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ଟିମ୍‌ ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ପରାଜିତ ହୋଇଥିବା ବେଳେ ଅନ୍ୟପକ୍ଷେ ଦଳର କିଛି ଖେଳାଳି ଭାରତରେ ଚାଲିଥିବା...

ଆସନ୍ତା ୨ ମାସ ପାଇଁ ପଡ଼ିଆକୁ ଓହ୍ଲାଇବେ ନାହିଁ ପାଣ୍ଡ୍ୟା!

ନୂଆଦିଲ୍ଲୀ,୨୧।୧୨: ୨୦୨୧ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଦୌ ଭଲ ନ ଥିଲା। ସେ ପ୍ରଥମେ ଆଇପିଏଲ ୨୦୨୧ରେ ବିଫଳ ହୋଇଥିଲେ। ତା’ପରେ ଟି -୨୦...

ପ୍ରଥମ ଟି୨୦ରେ ପାକିସ୍ତାନ ବିଜୟୀ

ରାଓ୍ବଲପିଣ୍ଡି: ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୬ ଉଇକେଟରେ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ...

ପୂଜା, ବିକାଶଙ୍କୁ ଅଲିମ୍ପିକ ଯୋଗ୍ୟତା

ଅମ୍ମନ (ଜୋର୍ଡାନ), ୮।୩ (ପି.ଟି.)- ଦୁଇ ଭାରତୀୟ ବକ୍ସର ପୂଜାରାଣୀ (୭୫ କିଗ୍ରା) ଓ ବିକାଶ କ୍ରିଷ୍ଣନ (୬୯ କିଗ୍ରା) ଚଳିତ ବର୍ଷ ଅନୁଷ୍ଠିତ ହେବାକୁ...

ଟିମ ବୈଠକରେ ଉଠିଥିଲା କୃଷକ ଆନ୍ଦୋଳନ ପ୍ରସଙ୍ଗ: କୋହଲି

ଚେନ୍ନାଇ, ୪ା୨- ନୂଆ ଚାଷୀ ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଭାରତୀୟ ଦଳ ବୈଠକରେ ଆଲୋଚନା ହୋଇଥିଲା। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ...

Advertisement


Archives

Model This Week