ଭାଙ୍ଗିଲା ଶାଖା କେନାଲ

ଭୁବନ, ୨୧ା୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ଧଳପଡ଼ା ଗ୍ରାମ ନିକଟରେ ନବନିର୍ମିତ ରେଙ୍ଗାଳି ମୁଖ୍ୟକେନାଲର ଡିଷ୍ଟ୍ରିବ୍ୟୁଟାରୀ କେନାଲ ମଙ୍ଗଳବାର ଭାଙ୍ଗିଯାଇଛି। ଏଥିରେ ବହୁ ଚାଷୀଙ୍କ ଧାନତଳି ଭାସିଯିବା ସହ ଜମିରେ ମାଟି ମାଡ଼ିଯାଇଛି। ୪ଦିନ ତଳେ ପରୀକ୍ଷାମୂଳକ ଭାବେ ଉଦ୍‌ଘାଟିତ ହୋଇଥିବା ଏହି କେନାଲରେ ଘାଇ ସୃଷ୍ଟି ହେବା ନିର୍ମାଣର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନ ବ୍ଲକର ଚାଷୀଙ୍କ ବହୁ ପ୍ରତୀକ୍ଷିତ ରେଙ୍ଗାଳି ବାମ କେନାଲ ଜାଇକା ସେଚପ୍ରକଳ୍ପ ଗତ ୧୫ ତାରିଖରେ ପରୀକ୍ଷାମୂଳକ ଭାବେ ଶୁଭାରମ୍ଭ ହୋଇଥିଲା। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ କେନାଲ ପାର୍ଶ୍ୱବର୍ତ୍ତୀ ଖରିଫ ଚାଷ କରାଯାଇଥିବା ୫,୮୪୭ ହେକ୍ଟର ଜମିକୁ ପାଣି ମାଡ଼ିବ। ଏଥିପାଇଁ ଗୋଟିଏ ଶାଖା କେନାଲ, ୩ଟି ଡିଷ୍ଟ୍ରିବ୍ୟୁଟାରୀ, ୬୩ଟି ମାଇନର ଏବଂ ସବ୍‌ମାଇନର କେନାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଦ୍ୱାରା ୨୦୨୧ ଖରିଫ ଋତୁରେ ୪୩ ଗ୍ରାମର ଚାଷୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ଉଦ୍‌ଘାଟନର ୪ଦିନ ପରେ ଧଳପଡ଼ା ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ଘାଇ ସୃଷ୍ଟି ହୋଇଛି।
ପ୍ରକଳ୍ପ ଶୁଭାରମ୍ଭ ସତ୍ତ୍ୱେ ଅନଳ, ମଝିପାଳ, ଦର୍ଜନୀ, ଯୋରାଗାଡିଆ ଓ କୁନିନ୍ଦା ପଞ୍ଚାୟତର କୁମୁରୁସିଙ୍ଗା, କେନ୍ଦୁପଡ଼ା, ରେନନ୍ଦାପାଟଣା, କୁନିନ୍ଦା ଅଞ୍ଚଳର ଚାଷଜମିକୁ ଡିଷ୍ଟ୍ରିବ୍ୟୁଟର କେନାଲ ପାଣି ପହଞ୍ଚୁ ନ ଥିଲା। ଏ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ପାଣି ଛଡ଼ାଯାଇଥିଲା। ହେଲେ ଅଧିକ ପାଣି ଛଡ଼ାଯିବାରୁ କେନାଲରେ ଘାଇ ସୃଷ୍ଟି ହେବା ସହ ଚାଷ ଜମିରେ ମାଟି ମାଡ଼ିଯାଇଛି। ଜଳସ୍ରୋତରେ ଧାନ ତଳି ଭାସିଯାଇଥିବା କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଦୀପକ ରଞ୍ଜନ ବେହେରା କୁହନ୍ତି, ନବନିର୍ମିତ କେନାଲ ହୁଡ଼ାରେ ନୂଆମାଟି ପକାଯାଇଥିଲା। ଅଧିକ ପାଣି ଆସିବାରୁ ଘାଟି ସୃଷ୍ଟି ହୋଇଛି। ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri