ଭାଙ୍ଗିଲା ଶାଖା କେନାଲ

ଭୁବନ, ୨୧ା୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ଧଳପଡ଼ା ଗ୍ରାମ ନିକଟରେ ନବନିର୍ମିତ ରେଙ୍ଗାଳି ମୁଖ୍ୟକେନାଲର ଡିଷ୍ଟ୍ରିବ୍ୟୁଟାରୀ କେନାଲ ମଙ୍ଗଳବାର ଭାଙ୍ଗିଯାଇଛି। ଏଥିରେ ବହୁ ଚାଷୀଙ୍କ ଧାନତଳି ଭାସିଯିବା ସହ ଜମିରେ ମାଟି ମାଡ଼ିଯାଇଛି। ୪ଦିନ ତଳେ ପରୀକ୍ଷାମୂଳକ ଭାବେ ଉଦ୍‌ଘାଟିତ ହୋଇଥିବା ଏହି କେନାଲରେ ଘାଇ ସୃଷ୍ଟି ହେବା ନିର୍ମାଣର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନ ବ୍ଲକର ଚାଷୀଙ୍କ ବହୁ ପ୍ରତୀକ୍ଷିତ ରେଙ୍ଗାଳି ବାମ କେନାଲ ଜାଇକା ସେଚପ୍ରକଳ୍ପ ଗତ ୧୫ ତାରିଖରେ ପରୀକ୍ଷାମୂଳକ ଭାବେ ଶୁଭାରମ୍ଭ ହୋଇଥିଲା। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ କେନାଲ ପାର୍ଶ୍ୱବର୍ତ୍ତୀ ଖରିଫ ଚାଷ କରାଯାଇଥିବା ୫,୮୪୭ ହେକ୍ଟର ଜମିକୁ ପାଣି ମାଡ଼ିବ। ଏଥିପାଇଁ ଗୋଟିଏ ଶାଖା କେନାଲ, ୩ଟି ଡିଷ୍ଟ୍ରିବ୍ୟୁଟାରୀ, ୬୩ଟି ମାଇନର ଏବଂ ସବ୍‌ମାଇନର କେନାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଦ୍ୱାରା ୨୦୨୧ ଖରିଫ ଋତୁରେ ୪୩ ଗ୍ରାମର ଚାଷୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ଉଦ୍‌ଘାଟନର ୪ଦିନ ପରେ ଧଳପଡ଼ା ଡିଷ୍ଟ୍ରିବ୍ୟୁଟାରୀ କେନାଲରେ ଘାଇ ସୃଷ୍ଟି ହୋଇଛି।
ପ୍ରକଳ୍ପ ଶୁଭାରମ୍ଭ ସତ୍ତ୍ୱେ ଅନଳ, ମଝିପାଳ, ଦର୍ଜନୀ, ଯୋରାଗାଡିଆ ଓ କୁନିନ୍ଦା ପଞ୍ଚାୟତର କୁମୁରୁସିଙ୍ଗା, କେନ୍ଦୁପଡ଼ା, ରେନନ୍ଦାପାଟଣା, କୁନିନ୍ଦା ଅଞ୍ଚଳର ଚାଷଜମିକୁ ଡିଷ୍ଟ୍ରିବ୍ୟୁଟର କେନାଲ ପାଣି ପହଞ୍ଚୁ ନ ଥିଲା। ଏ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ପାଣି ଛଡ଼ାଯାଇଥିଲା। ହେଲେ ଅଧିକ ପାଣି ଛଡ଼ାଯିବାରୁ କେନାଲରେ ଘାଇ ସୃଷ୍ଟି ହେବା ସହ ଚାଷ ଜମିରେ ମାଟି ମାଡ଼ିଯାଇଛି। ଜଳସ୍ରୋତରେ ଧାନ ତଳି ଭାସିଯାଇଥିବା କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଦୀପକ ରଞ୍ଜନ ବେହେରା କୁହନ୍ତି, ନବନିର୍ମିତ କେନାଲ ହୁଡ଼ାରେ ନୂଆମାଟି ପକାଯାଇଥିଲା। ଅଧିକ ପାଣି ଆସିବାରୁ ଘାଟି ସୃଷ୍ଟି ହୋଇଛି। ତୁରନ୍ତ ଏହାକୁ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri