ଆଜି ବ୍ରଜରାଜନଗର ଉପନିର୍ବାଚନ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ମଙ୍ଗଳବାର ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ୨,୧୪, ୮୭୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି। ସମୁଦାୟ ୨୭୯ ବୁଥ୍‌ରେ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏଥର ଉପନିର୍ବାଚନ ଲାଗି ଅଧିକ ୨୨ଟି ବୁଥ୍‌ କରାଯାଇଛି। ୩୦ଟିକୁ ମଡେଲ ଏବଂ ୫ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ଏଥର ଉପନିର୍ବାଚନରେ ପୂର୍ବତନ ବିଧାୟକ ତଥା ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଭାଜପା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ବରିଷ୍ଠ ନେତା କିଶୋର ପଟେଲଙ୍କୁ ଟିକେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri