ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍‌ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି। ମଣିଷ କେତେ ଚିନି ଖାଏ ଏବଂ ମିଠା ସ୍ବାଦଯୁକ୍ତ ଖାଦ୍ୟ ପ୍ରତି କିଭଳି ଲାଳସା ରହିଥାଏ ସେସବୁ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କେତେକ ବ୍ୟକ୍ତି ବାରମ୍ବାର ମିଠା ଖାଇବାକୁ ପସନ୍ଦ କରନ୍ତି। ମାତ୍ର ଅତ୍ୟଧିକ ମିଠା ଖାଇବା ଦ୍ୱାରା ମେଦବହୁଳତା ଏବଂ ଟାଇପ-୨ ଡାଇବେଟିସ୍‌ ପରି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି କାର୍ଭର ମେଡ଼ିସିନ୍‌ କଲେଜର ସ୍ନାୟୁ ବିଜ୍ଞାନ ଏବଂ ଫାର୍ମାକୋଲୋଜିର ସହଯୋଗୀ ପ୍ରଫେସର ମାଥ୍ୟୁ ପୋଥଫ୍‌ କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଗବେଷଣାରେ ଫାଇବ୍ରୋବ୍ଲାଷ୍ଟ ଗ୍ରୋଥ୍‌ ଫ୍ୟାକ୍ଟର-୨୧(ଏଫ୍‌ଜିଏଫ୍‌-୨୧) ହରମୋନ୍‌ର କାର୍ଯ୍ୟ ପ୍ରଣାଳୀ ଉପରେ ବିସ୍ତୃତ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏହି ହରମୋନ୍‌ ଶରୀରର ଶକ୍ତି ସନ୍ତୁଳନ, ଓଜନ ନିୟନ୍ତ୍ରଣ ଏବଂ ଇନସୁଲିନ କ୍ଷରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ହରମୋନ ମସ୍ତିଷ୍କରେ କାର୍ଯ୍ୟ କରିଥାଏ। ଏହା ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟ ଖାଇବାର ଇଛାକୁ ନିୟନ୍ତ୍ରିତ କରେ ବୋଲି ଡେନମାର୍କର କୋପେନହେଗେନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଥ୍ୟୁ ଗିଲମ୍‌ ସୂଚନା ଦେଇଛନ୍ତି। ପୂର୍ବରୁ ପୋଥଫ ଏବଂ ତାଙ୍କ ସହକର୍ମୀମାନେ ଗବେଷଣା କରି ଜାଣିପାରିଥିଲେ ଯେ, ମିଠା ଖାଦ୍ୟର ମାତ୍ରା ବୃଦ୍ଧି ଯୋଗୁ ଲିଭରରେ ଏଫ୍‌ଜିଏଫ୍‌-୨୧ ତିଆରି ହୋଇଥାଏ। ଏସମ୍ପର୍କରେ ସେଲ ମେଟାବୋଲିଜିମ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଫ୍‌ଜିଏଫ୍‌-୨୧ ମସ୍ତିଷ୍କରେ ଗ୍ଲୁଟାମାଟେରଜିକ ନ୍ୟୁରନଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ମଣିଷ ମନରେ ମିଠା ଓ ସ୍ବାଦଯୁକ୍ତ ଖାଦ୍ୟର ଲାଳସା କମ୍‌ ଅବା ବେଶୀ ହୋଇଥାଏ। ସେହିପରି ଭେଣ୍ଟ୍ରୋମେଡିଆଲ ହାଇପୋଥାଲାମସରେ ଏହି ନିର୍ଦ୍ଦିଷ୍ଟ ନ୍ୟୁରନକୁ ଏଫ୍‌ଜିଏଫ୍‌-୨୧ ପ୍ରଭାବିତ କରିଥାଏ। ଫଳରେ ମିଠାରେ ଥିବା ଗ୍ଲୁକୋଜ ପ୍ରତି ନ୍ୟୁରନ ଗୁଡ଼ିକର ସମ୍ବେଦନଶୀଳତା ନିୟନ୍ତ୍ରିତ ହୋଇଥାଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri