Posted inଫୁରସତ

ପୋଲିଓରୁ ଡିପ୍‌ଥେରିଆ ଯାଏ…

ନୂଆଦିଲ୍ଲୀ: ଏକ ଅଦୃଶ୍ୟ ଭୂତାଣୁ ପ୍ରକୋପରେ ଥରହର ହେଉଛି ପୃଥିବୀ। କରୋନା ଭ୍ୟାକ୍ସିନ ବାହାର କରିବା ଲାଗି ସବୁ ଦେଶ ଉଦ୍ୟମ ଜାରି ରଖିଥିବାବେଳେ ଏଯାଏ କାହାରିକୁ ଶତ ପ୍ରତିଶତ ସଫଳତା ମିଳିନାହିଁ। ଏପରି ସଂକ୍ରାମକ ରୋଗର ପ୍ରତିଷେଧକ ବାହାର କରିବା ସହଜ କଥା ନୁହେଁ, ଏଥିପାଇଁ ଅନେକ ବର୍ଷ ବି ଲାଗିଯାଇପାରେ। ‘ଇବୋଲା’ର ଭ୍ୟାକ୍ସିନ ବାହାର କରିବାକୁ ପାଖାପାଖି ୧୪ ବର୍ଷ ଲାଗି ଯାଇଥିଲା। ଥରେ ପ୍ରତିଷେଧକ ବାହାରିଯିବା ପରେ ରୋଗ ଆପେ ଆପେ ନିୟନ୍ତ୍ରଣକୁ ଆସିଯାଏ ଏବଂ ଏହି ରୋଗର ଭୟାବହତା ଧୀରେ ଧୀରେ ମାନସପଟରୁ ଗାଏବ ହୋଇଯାଏ।
ପୋଲିଓ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ପରମାଣୁ ବୋମାଠାରୁ ଅଧିକ ଭୟ ସୃଷ୍ଟି କରିଥିଲା ‘ପୋଲିଓ’। ୧୯୫୦ ବେଳକୁ ପୋଲିଓ ପ୍ରାଦୁର୍ଭାବରେ ଥରହର ହେଉଥିଲେ ଆମେରିକୀୟ। ଫିଲାଡେଲ୍‌ଫିଆର ଭ୍ୟାକ୍ସିନ ସେଣ୍ଟରର ବୈଜ୍ଞାନିକ ପଲ୍‌ ଏ. ଓଫିଟ୍‌ ନିଜ ପୁସ୍ତକ ‘ଦି କଲ୍‌ଚର ଇନ୍‌ସିଡେଣ୍ଟ’ରେ ଏ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରିଛନ୍ତି। ୧୯୫୨ରେ ପିଟର୍ସବର୍ଗର ବୈଜ୍ଞାନିକ ‘ଜୋନାସ ସାଲ୍କ’ଙ୍କ ଦ୍ୱାରା ପୋଲିଓ ଟିକାର ଉଦ୍ଭାବନ କରାଯାଇଥିଲା। ଏହାପରେ ଆମେରିକା ଧୀରେ ଧୀରେ ପୋଲିଓ ମୁକ୍ତ ହୋଇଥିଲା। ତେବେ ପଡ଼ୋଶୀ ପାକିସ୍ତାନରେ ଏବେ ବି ପୋଲିଓ ଭୟ ଲାଗି ରହିଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)।
ଟିଟାନସ୍‌: ଦୁର୍ଘଟଣାରେ କ୍ଷତ ସୃଷ୍ଟି ହେଲେ ବା ଆଘାତ ଲାଗିଲେ ୨୪ ଘଣ୍ଟା ମଧ୍ୟରେ ଟିଟାନସ ଇଞ୍ଜେକ୍ସନ ନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ବିଶେଷଜ୍ଞମାନଙ୍କ କହିବା କଥା, କ୍ଷତ ହେଉ କି ନ ହେଉ ପ୍ରତି ୧୦ ବର୍ଷରେ ଜଣକୁ ଏହି ପ୍ରତିଷେଧକ ନେବା ନିହାତି ଆବଶ୍ୟକ। ପ୍ରତିଷେଧକ ବାହାରିବା ଆଗରୁ ଟିଟାନସ୍‌ ଏକ ପ୍ରାଣଘାତୀ ରୋଗ ଭାବେ ବିବେଚିତ ହେଉଥିଲା। ଏବେ ଶିଶୁ ଜନ୍ମ ହେବା ପରେ ଟିଟାନସ୍‌ ଟିକା ଦିଆଯାଉଛି। ଯେଉଁଥିରେ ଡିପ୍‌ଥେରିଆ ଏବଂ ସଂକ୍ରମଣଜନିତ କାଶ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁଛି।
ଚିକେନପକ୍ସ: ଊନବିଂଶ ଶତାବ୍ଦୀ ଶେଷ ଆଡ଼କୁ ଚିକେନପକ୍ସକୁ ସବୁଠାରୁ ଭୟାନକ ସଂକ୍ରାମକ ରୋଗ ବୋଲି ବିଚାର କରାଯାଉଥିଲା। ବର୍ତ୍ତମାନ ସମୟରେ ମଧ୍ୟ ଏଥିରେ ଅନେକେ ଆକ୍ରାନ୍ତ ହେଉଛନ୍ତି, ହେଲେ ଏହା ରୋଗର ଦୁର୍ବଳ ରୂପ। ଏଥିରେ ସଂକ୍ରମିତ ହେଉଥିବା ରୋଗୀଙ୍କ ମଧ୍ୟରୁ ହାରାହାରି ୩୦% ମୃତ୍ୟୁମୁଖରେ ପଡୁଥିଲେ। ୧୯୭୬ରେ ଇଂଲିଶ ଚିକିତ୍ସକ ଏଡ୍‌ବର୍ଡ ଜେନର ଏହି ମାରାତ୍ମକ ବ୍ୟାଧିର ଟିକା ଆବିଷ୍କାର କରିଥିଲେ। ଏହାପରେ ଏହି ସଂକ୍ରାମକ ରୋଗ ଉପରେ ଅଙ୍କୁଶ ଲାଗିପାରିଛି। ତେବେ ଏହାପୂର୍ବରୁ ଦୀର୍ଘ ୨୦୦ ବର୍ଷ ଧରି ଚିକେନପକ୍ସ ଲକ୍ଷାଧିକ ମୁଣ୍ଡ ନେଇସାରିଥିଲା।
ଏନ୍‌ଫ୍ଲୁଏଞ୍ଜା: ଶ୍ୱଶନତନ୍ତ୍ର ସହିତ ଜଡ଼ିତ ଏକ ଭୟଙ୍କର ରୋଗ ହେଉଛି ଏନ୍‌ଫ୍ଲୁଏଞ୍ଜା। ଏହାକୁ ସ୍ପାନିଶ ଫ୍ଲୁ ମଧ୍ୟ କୁହାଯାଏ। ୧୯୧୮ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ରୋଗରେ ପଡ଼ି କୋଟିକୋଟି ସୈନିକଙ୍କ ମୃତ୍ୟୁ ଘଟିଥିଲା। ତେବେ ପ୍ରଥମ ବିଶ୍ୱଯୁଦ୍ଧର ଦୀର୍ଘ ବର୍ଷ ପରେ ଏହାର ଟିକା ବାହାରିଥିଲା। ଏବେ ବି ଫ୍ଲୁ’ ପୃଥିବୀରୁ ସମ୍ପୂର୍ଣ୍ଣ ବିଲୋପ ହୋଇନାହିଁ। ହେଲେ ଟିକା ଯୋଗୁ ରୋଗର ମାରକ କ୍ଷମତା ଯଥେଷ୍ଟ କମିଯାଇଛି।
ହେପାଟାଇଟସ୍‌: ପ୍ରତିଷେଧକ ବାହାରିବା ପୂର୍ବରୁ ପ୍ରତିବର୍ଷ ହେପାଟାଇଟସ୍‌-ବିରେ ଆକ୍ରାନ୍ତ ହୋଇ ବାର୍ଷିକ ୭ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା। ବିଶେଷ କରି ନବଜାତକ ଏବଂ ପ୍ରସୂତିଙ୍କ ନିକଟରେ ଏଥିରେ ଆକ୍ରାନ୍ତ ହେବା ଆଶଙ୍କା ବେଶି। ତେଣୁ ଶିଶୁ ଜନ୍ମ ହେବା ପରେ ପରେ ଏହି ଟିକା ଦିଆଯାଇଥାଏ। ସେହିପରି ୨୦୧୪ରେ ପଶ୍ଚିମ ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ୧୧ହଜାରରୁ ଊର୍ଦ୍ଧ୍ୱ ଜୀବନ ନେଇଥିଲା। ଏହାକୁ ମଧ୍ୟ ଟିକା ମାଧ୍ୟମରେ ହିଁ ରୋକାଯାଇପାରିଥିଲା।
ଡିପ୍‌ଥେରିଆ: ‘କୋରାଇନ୍‌ ବ୍ୟାକ୍ଟିରିୟମ ଡିପ୍‌ଥିରି’ ନାମକ ବ୍ୟାକ୍ଟେରିଆ ‘ଡିପ୍‌ଥେରିଆ’ ପାଇଁ ଦାୟୀ। ୨ରୁ ୧୦ ବର୍ଷର ଶିଶୁଙ୍କ ପାଇଁ ଏହି ରୋଗ ଘାତକ ହୋଇପାରେ। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଗଳା ଓ ନାକ ଆଭ୍ୟନ୍ତରରେ ଏକ ସୂକ୍ଷ୍ମ ଝିଲ୍ଲି ତିଆରି ହୋଇଯାଏ। ଏହାଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜେ। ରୋଗ ବଢ଼ିବା ସହ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯାଏ। ଏଥିରୁ ସୁରକ୍ଷା ଲାଗି ପିଲାମାନଙ୍କୁ ‘ଟିପିଟି’ ଟିକା ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?