Posted inଫୁରସତ

ପୋଲିଓରୁ ଡିପ୍‌ଥେରିଆ ଯାଏ…

ନୂଆଦିଲ୍ଲୀ: ଏକ ଅଦୃଶ୍ୟ ଭୂତାଣୁ ପ୍ରକୋପରେ ଥରହର ହେଉଛି ପୃଥିବୀ। କରୋନା ଭ୍ୟାକ୍ସିନ ବାହାର କରିବା ଲାଗି ସବୁ ଦେଶ ଉଦ୍ୟମ ଜାରି ରଖିଥିବାବେଳେ ଏଯାଏ କାହାରିକୁ ଶତ ପ୍ରତିଶତ ସଫଳତା ମିଳିନାହିଁ। ଏପରି ସଂକ୍ରାମକ ରୋଗର ପ୍ରତିଷେଧକ ବାହାର କରିବା ସହଜ କଥା ନୁହେଁ, ଏଥିପାଇଁ ଅନେକ ବର୍ଷ ବି ଲାଗିଯାଇପାରେ। ‘ଇବୋଲା’ର ଭ୍ୟାକ୍ସିନ ବାହାର କରିବାକୁ ପାଖାପାଖି ୧୪ ବର୍ଷ ଲାଗି ଯାଇଥିଲା। ଥରେ ପ୍ରତିଷେଧକ ବାହାରିଯିବା ପରେ ରୋଗ ଆପେ ଆପେ ନିୟନ୍ତ୍ରଣକୁ ଆସିଯାଏ ଏବଂ ଏହି ରୋଗର ଭୟାବହତା ଧୀରେ ଧୀରେ ମାନସପଟରୁ ଗାଏବ ହୋଇଯାଏ।
ପୋଲିଓ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ପରମାଣୁ ବୋମାଠାରୁ ଅଧିକ ଭୟ ସୃଷ୍ଟି କରିଥିଲା ‘ପୋଲିଓ’। ୧୯୫୦ ବେଳକୁ ପୋଲିଓ ପ୍ରାଦୁର୍ଭାବରେ ଥରହର ହେଉଥିଲେ ଆମେରିକୀୟ। ଫିଲାଡେଲ୍‌ଫିଆର ଭ୍ୟାକ୍ସିନ ସେଣ୍ଟରର ବୈଜ୍ଞାନିକ ପଲ୍‌ ଏ. ଓଫିଟ୍‌ ନିଜ ପୁସ୍ତକ ‘ଦି କଲ୍‌ଚର ଇନ୍‌ସିଡେଣ୍ଟ’ରେ ଏ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରିଛନ୍ତି। ୧୯୫୨ରେ ପିଟର୍ସବର୍ଗର ବୈଜ୍ଞାନିକ ‘ଜୋନାସ ସାଲ୍କ’ଙ୍କ ଦ୍ୱାରା ପୋଲିଓ ଟିକାର ଉଦ୍ଭାବନ କରାଯାଇଥିଲା। ଏହାପରେ ଆମେରିକା ଧୀରେ ଧୀରେ ପୋଲିଓ ମୁକ୍ତ ହୋଇଥିଲା। ତେବେ ପଡ଼ୋଶୀ ପାକିସ୍ତାନରେ ଏବେ ବି ପୋଲିଓ ଭୟ ଲାଗି ରହିଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)।
ଟିଟାନସ୍‌: ଦୁର୍ଘଟଣାରେ କ୍ଷତ ସୃଷ୍ଟି ହେଲେ ବା ଆଘାତ ଲାଗିଲେ ୨୪ ଘଣ୍ଟା ମଧ୍ୟରେ ଟିଟାନସ ଇଞ୍ଜେକ୍ସନ ନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ବିଶେଷଜ୍ଞମାନଙ୍କ କହିବା କଥା, କ୍ଷତ ହେଉ କି ନ ହେଉ ପ୍ରତି ୧୦ ବର୍ଷରେ ଜଣକୁ ଏହି ପ୍ରତିଷେଧକ ନେବା ନିହାତି ଆବଶ୍ୟକ। ପ୍ରତିଷେଧକ ବାହାରିବା ଆଗରୁ ଟିଟାନସ୍‌ ଏକ ପ୍ରାଣଘାତୀ ରୋଗ ଭାବେ ବିବେଚିତ ହେଉଥିଲା। ଏବେ ଶିଶୁ ଜନ୍ମ ହେବା ପରେ ଟିଟାନସ୍‌ ଟିକା ଦିଆଯାଉଛି। ଯେଉଁଥିରେ ଡିପ୍‌ଥେରିଆ ଏବଂ ସଂକ୍ରମଣଜନିତ କାଶ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁଛି।
ଚିକେନପକ୍ସ: ଊନବିଂଶ ଶତାବ୍ଦୀ ଶେଷ ଆଡ଼କୁ ଚିକେନପକ୍ସକୁ ସବୁଠାରୁ ଭୟାନକ ସଂକ୍ରାମକ ରୋଗ ବୋଲି ବିଚାର କରାଯାଉଥିଲା। ବର୍ତ୍ତମାନ ସମୟରେ ମଧ୍ୟ ଏଥିରେ ଅନେକେ ଆକ୍ରାନ୍ତ ହେଉଛନ୍ତି, ହେଲେ ଏହା ରୋଗର ଦୁର୍ବଳ ରୂପ। ଏଥିରେ ସଂକ୍ରମିତ ହେଉଥିବା ରୋଗୀଙ୍କ ମଧ୍ୟରୁ ହାରାହାରି ୩୦% ମୃତ୍ୟୁମୁଖରେ ପଡୁଥିଲେ। ୧୯୭୬ରେ ଇଂଲିଶ ଚିକିତ୍ସକ ଏଡ୍‌ବର୍ଡ ଜେନର ଏହି ମାରାତ୍ମକ ବ୍ୟାଧିର ଟିକା ଆବିଷ୍କାର କରିଥିଲେ। ଏହାପରେ ଏହି ସଂକ୍ରାମକ ରୋଗ ଉପରେ ଅଙ୍କୁଶ ଲାଗିପାରିଛି। ତେବେ ଏହାପୂର୍ବରୁ ଦୀର୍ଘ ୨୦୦ ବର୍ଷ ଧରି ଚିକେନପକ୍ସ ଲକ୍ଷାଧିକ ମୁଣ୍ଡ ନେଇସାରିଥିଲା।
ଏନ୍‌ଫ୍ଲୁଏଞ୍ଜା: ଶ୍ୱଶନତନ୍ତ୍ର ସହିତ ଜଡ଼ିତ ଏକ ଭୟଙ୍କର ରୋଗ ହେଉଛି ଏନ୍‌ଫ୍ଲୁଏଞ୍ଜା। ଏହାକୁ ସ୍ପାନିଶ ଫ୍ଲୁ ମଧ୍ୟ କୁହାଯାଏ। ୧୯୧୮ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ରୋଗରେ ପଡ଼ି କୋଟିକୋଟି ସୈନିକଙ୍କ ମୃତ୍ୟୁ ଘଟିଥିଲା। ତେବେ ପ୍ରଥମ ବିଶ୍ୱଯୁଦ୍ଧର ଦୀର୍ଘ ବର୍ଷ ପରେ ଏହାର ଟିକା ବାହାରିଥିଲା। ଏବେ ବି ଫ୍ଲୁ’ ପୃଥିବୀରୁ ସମ୍ପୂର୍ଣ୍ଣ ବିଲୋପ ହୋଇନାହିଁ। ହେଲେ ଟିକା ଯୋଗୁ ରୋଗର ମାରକ କ୍ଷମତା ଯଥେଷ୍ଟ କମିଯାଇଛି।
ହେପାଟାଇଟସ୍‌: ପ୍ରତିଷେଧକ ବାହାରିବା ପୂର୍ବରୁ ପ୍ରତିବର୍ଷ ହେପାଟାଇଟସ୍‌-ବିରେ ଆକ୍ରାନ୍ତ ହୋଇ ବାର୍ଷିକ ୭ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା। ବିଶେଷ କରି ନବଜାତକ ଏବଂ ପ୍ରସୂତିଙ୍କ ନିକଟରେ ଏଥିରେ ଆକ୍ରାନ୍ତ ହେବା ଆଶଙ୍କା ବେଶି। ତେଣୁ ଶିଶୁ ଜନ୍ମ ହେବା ପରେ ପରେ ଏହି ଟିକା ଦିଆଯାଇଥାଏ। ସେହିପରି ୨୦୧୪ରେ ପଶ୍ଚିମ ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ୧୧ହଜାରରୁ ଊର୍ଦ୍ଧ୍ୱ ଜୀବନ ନେଇଥିଲା। ଏହାକୁ ମଧ୍ୟ ଟିକା ମାଧ୍ୟମରେ ହିଁ ରୋକାଯାଇପାରିଥିଲା।
ଡିପ୍‌ଥେରିଆ: ‘କୋରାଇନ୍‌ ବ୍ୟାକ୍ଟିରିୟମ ଡିପ୍‌ଥିରି’ ନାମକ ବ୍ୟାକ୍ଟେରିଆ ‘ଡିପ୍‌ଥେରିଆ’ ପାଇଁ ଦାୟୀ। ୨ରୁ ୧୦ ବର୍ଷର ଶିଶୁଙ୍କ ପାଇଁ ଏହି ରୋଗ ଘାତକ ହୋଇପାରେ। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଗଳା ଓ ନାକ ଆଭ୍ୟନ୍ତରରେ ଏକ ସୂକ୍ଷ୍ମ ଝିଲ୍ଲି ତିଆରି ହୋଇଯାଏ। ଏହାଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜେ। ରୋଗ ବଢ଼ିବା ସହ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯାଏ। ଏଥିରୁ ସୁରକ୍ଷା ଲାଗି ପିଲାମାନଙ୍କୁ ‘ଟିପିଟି’ ଟିକା ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri