ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ କମଳ ଫୁଲ ଫୁଟିଥିଲା। ଡିଏଫଓ ଆଚାର୍ଯ୍ୟ ଫୁଲ ତୋଳି ମନ୍ଦିରରେ ଦେଇଛନ୍ତି।

ସେହିଭଳି ବାହାଡ଼ାପଦରର ମୋତିଲାଲ ବିଶୋଇଙ୍କ ଘରେ ଗୋଟିଏ ଗଛରେ ୯ଟି ବ୍ରହ୍ମକମଳ ଫୁଲ ଫୁଟିଛି। ଆଧ୍ୟାତ୍ମିକ ବିଶ୍ୱାସ ଅନୁଯାୟୀ ବ୍ରହ୍ମକମଳ ଫୁଲ ଫୁଟିଲେ ଖରାପ ଆତ୍ମାର ବିନାଶ ଘଟିବା ସହ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ।

ବ୍ରହ୍ମକମଳ ଫୁଲ ହେଉଛି ଏକ ଅବିସ୍ମରଣୀୟ ପ୍ରଜାତିର ଫୁଲ। ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଜ୍ଞାନର ଦେବୀ ସରସ୍ବତୀ ବ୍ରହ୍ମକମଳ ଫୁଲରେ ବିରାଜମାନ କରନ୍ତି । ଧଳା ରଙ୍ଗର ଉକ୍ତ ଫୁଲ ବିରଳ ଓ ଦୁର୍ଲଭ । ଉକ୍ତ ଫୁଲ ଭଗବାନ ଶିବଙ୍କୁ ଅର୍ପଣ କଲେ ଆଶୀର୍ବାଦ ମିଳିଥାଏ। ବ୍ରହ୍ମକମଳ ହେଉଛି ଏକ ଦୁର୍ଲଭ ପୌରାଣିକ ଫୁଲ ଗଛ । ଉକ୍ତ ଫୁଲ ସୂର୍ଯ୍ୟାସ୍ତ ପରେ ଫୁଟିଥାଏ ।

ପୂର୍ଣ୍ଣ ପ୍ରସ୍ଫୁଟିତ ହେବାକୁ ଏହା ପ୍ରାୟ ଦୁଇ ଘଣ୍ଟା ଲାଗିଥାଏ। ଫୁଲର ବ୍ୟାସ ପାଖାପାଖି ୮ ଇଞ୍ଚ ହେବ । ରାତିସାରା ଏହାର ପାଖୁଡା ଖୋଲା ରହିଥାଏ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁଯାୟୀ ଏହାର ନାମକରଣ ହୋଇଛି। ବର୍ଷର ଏହି ସମୟରେ ବ୍ରହ୍ମକମଳ ଫୁଟିଥାଏ । ବ୍ରହ୍ମକମଳ ଫୁଲ ଅନେକ ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି...

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri