Odisha Elections 2024

ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ

ବ୍ରହ୍ମପୁର,୯ା୫(ସୁବାସ ଚନ୍ଦ୍ର ପାଢ଼ୀ)ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଇଞ୍ଜିନିୟରିଂ ଛାତ୍ର ରୁତୁନ କୁମାର ଦାଶ(୨୨), ଆକାଶ ନାୟକ (୨୬), ଜୁମନ ଗୌଡ଼ (୧୯), ଫାର୍ମାସୀ ଛାତ୍ର ରୁଦ୍ର ଜେନା (୨୧) ଓ ବିସିଏ ଛାତ୍ର ଅଭିଳାଷ ପୋଲାଇ(୨୧)। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ କେତେଜଣ ଫେରାର୍‌ ଅଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ପୀଡ଼ିତା ଜଣଙ୍କ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଆର୍ଥିକ ସହାୟତା ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଚିଠି କରାଯିବ ବୋଲି ପୋଲିସ କହିଛି।
ଡିଆଇଜି ସୂଚନା ଦେଇଛନ୍ତି ଯେ, ଗତ ୩ ତାରିଖ ସାରେ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଭେଟିବା ପରେ ହିଲ୍‌ପାଟଣାରେ ବାପାଙ୍କୁ ଅପେକ୍ଷା କରିଥିଲେ। ସହପାଠୀ ତଥା ଅଭିଯୁକ୍ତ ରୁତୁନ ସେଠାରେ ପହଞ୍ଚି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଘରକୁ ଡାକିଥିଲେ। ଛାତ୍ରୀ ଜଣଙ୍କ ତାଙ୍କ ସହ ଯାଇ ସେଠାରେ ପହଞ୍ଚିବା ପରେ ତାହା ଏକ ବ୍ୟାଚଲର ରୁମ୍‌ ବୋଲି ଜାଣିପାରିଥିଲେ। ଉକ୍ତ ଘରେ ଅନ୍ୟ କେତେଜଣ ଯୁବକ ମଧ୍ୟ ଥିଲେ। ଘରେ କେହି ମହିଳା ନ ଥିଲେ ମଧ୍ୟ ରୁତୁନ କିଛି ମୃଦୁପାନୀୟ ଦେବାକୁ ମିଛରେ ମା’ଙ୍କୁ ଡାକିଥିଲେ। ପରେ ସେ ଛାତ୍ରୀଙ୍କୁ ନିଶାଯୁକ୍ତ ମୃଦୁପାନୀୟ ପିଇବାକୁ ଦେଇଥିଲେ। ଏହାପରେ ଛାତ୍ରୀ ଜଣଙ୍କ କିଛି ଜାଣିପାରି ନ ଥିଲେ। ଏହାର ସୁଯୋଗ ନେଇ ୭ରୁ ୮ଜଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ମଧ୍ୟ ପ୍ରତିବାଦ କରିବାକୁ ପୀଡ଼ିତା ସକ୍ଷମ ନ ଥିଲେ। ସେ ସମୟରେ ତାଙ୍କ ବାପା ମଧ୍ୟ ଫୋନ୍‌ କରୁଥିଲେ, ହେଲେ କେହି ଫୋନ କଲ ଉଠାଉ ନ ଥିଲେ। ରାତି ପ୍ରାୟ ୧୦ଟାରେ ପୀଡ଼ିତାଙ୍କୁ ଯୁବକମାନେ ଘଟଣା ସମ୍ପର୍କରେ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇ ବିଜିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଛାଡି ଦେଇଥିଲେ। ପୀଡ଼ିତା ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଗତ ୫ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ। ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ଏହାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ଜେରା କରିଥିଲେ। ଏ ନେଇ ନଂ. ୨୪୦/୨୪ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ

ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ...

ରାଇକିଆରେ ଚାଲିଛି ମତଦାନ

ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି।...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଅବଧିର ୫ ବର୍ଷ ପରେ ବି ସରୁନି ବିଜୁ ସେତୁ କାମ

ବ୍ରହ୍ମବରଦା,୨୦ା୫(ଯଯାତି କେଶରୀ ବେହେରା): ବ୍ରହ୍ମବରଦା-ଝାଲପଡ଼ା ବିଜୁ ସେତୁ କାମ ଅବଧିର ୫ ବର୍ଷ ପରେ ସରି ପାରୁନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା...

ଭୋଟରଙ୍କ ଅଗ୍ରାଧିକାର ସ୍ଥାନୀୟ ସମସ୍ୟା

ଯାଜପୁର,୨୦ା୫(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳିର ଭୋଟରମାନେ ଏବେ ନିଜ ଅଞ୍ଚଳର ସମସ୍ୟାକୁ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳିଛି।...

ଅବାଧରେ ଚାଲିଛି ବାଲି,ମାଟି ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୨୦ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଏହି ସୁଯୋଗରେ ଅନେକ କୋଟି ଟଙ୍କାର ଖଣିଜ ସମ୍ପଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri