ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ

ବ୍ରହ୍ମପୁର,୯ା୫(ସୁବାସ ଚନ୍ଦ୍ର ପାଢ଼ୀ)ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଇଞ୍ଜିନିୟରିଂ ଛାତ୍ର ରୁତୁନ କୁମାର ଦାଶ(୨୨), ଆକାଶ ନାୟକ (୨୬), ଜୁମନ ଗୌଡ଼ (୧୯), ଫାର୍ମାସୀ ଛାତ୍ର ରୁଦ୍ର ଜେନା (୨୧) ଓ ବିସିଏ ଛାତ୍ର ଅଭିଳାଷ ପୋଲାଇ(୨୧)। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ କେତେଜଣ ଫେରାର୍‌ ଅଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରେ ଥିବା ଡିଆଇଜି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ପୀଡ଼ିତା ଜଣଙ୍କ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଆର୍ଥିକ ସହାୟତା ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଚିଠି କରାଯିବ ବୋଲି ପୋଲିସ କହିଛି।
ଡିଆଇଜି ସୂଚନା ଦେଇଛନ୍ତି ଯେ, ଗତ ୩ ତାରିଖ ସାରେ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଭେଟିବା ପରେ ହିଲ୍‌ପାଟଣାରେ ବାପାଙ୍କୁ ଅପେକ୍ଷା କରିଥିଲେ। ସହପାଠୀ ତଥା ଅଭିଯୁକ୍ତ ରୁତୁନ ସେଠାରେ ପହଞ୍ଚି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ତାଙ୍କ ଘରକୁ ଡାକିଥିଲେ। ଛାତ୍ରୀ ଜଣଙ୍କ ତାଙ୍କ ସହ ଯାଇ ସେଠାରେ ପହଞ୍ଚିବା ପରେ ତାହା ଏକ ବ୍ୟାଚଲର ରୁମ୍‌ ବୋଲି ଜାଣିପାରିଥିଲେ। ଉକ୍ତ ଘରେ ଅନ୍ୟ କେତେଜଣ ଯୁବକ ମଧ୍ୟ ଥିଲେ। ଘରେ କେହି ମହିଳା ନ ଥିଲେ ମଧ୍ୟ ରୁତୁନ କିଛି ମୃଦୁପାନୀୟ ଦେବାକୁ ମିଛରେ ମା’ଙ୍କୁ ଡାକିଥିଲେ। ପରେ ସେ ଛାତ୍ରୀଙ୍କୁ ନିଶାଯୁକ୍ତ ମୃଦୁପାନୀୟ ପିଇବାକୁ ଦେଇଥିଲେ। ଏହାପରେ ଛାତ୍ରୀ ଜଣଙ୍କ କିଛି ଜାଣିପାରି ନ ଥିଲେ। ଏହାର ସୁଯୋଗ ନେଇ ୭ରୁ ୮ଜଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ମଧ୍ୟ ପ୍ରତିବାଦ କରିବାକୁ ପୀଡ଼ିତା ସକ୍ଷମ ନ ଥିଲେ। ସେ ସମୟରେ ତାଙ୍କ ବାପା ମଧ୍ୟ ଫୋନ୍‌ କରୁଥିଲେ, ହେଲେ କେହି ଫୋନ କଲ ଉଠାଉ ନ ଥିଲେ। ରାତି ପ୍ରାୟ ୧୦ଟାରେ ପୀଡ଼ିତାଙ୍କୁ ଯୁବକମାନେ ଘଟଣା ସମ୍ପର୍କରେ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇ ବିଜିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ଛାଡି ଦେଇଥିଲେ। ପୀଡ଼ିତା ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ଗତ ୫ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ। ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ଏହାର ତଦନ୍ତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ଜେରା କରିଥିଲେ। ଏ ନେଇ ନଂ. ୨୪୦/୨୪ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri