ଖାକିରେ ବଢ଼ୁଛି କଳାଦାଗ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଲୋକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ରହ୍ମପୁର ପୋଲିସର ନିର୍ମଳ ଓ ସ୍ବଚ୍ଛ ଭାବମୂର୍ତ୍ତି ଦିନକୁ ଦିନ ମଳିନ ହେବାକୁ ଲାଗିଛି। ବିଭିନ୍ନ କାରଣ ଯୋଗୁ ପୋଲିସ ଏବେ ସାଧାରଣରେ ସମାଲୋଚନାର ଶିକାର ହେଉଛି। ବ୍ରହ୍ମପୁର ପୋଲିସ ନିଜ କର୍ମଚାରୀଙ୍କ କଳା କାରନାମା ଯୋଗୁ ଅଯଥା ବଦନାମ ମୁଣ୍ଡାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏପଟେ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ. ଏଭଳି ଅବହେଳା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କର୍ମଚାରୀଙ୍କ ବିରୋଧରେ ହେଉଥିବା ଅଭିଯୋଗର ତଦନ୍ତ କରି ପ୍ରମାଣ ମିଳିବା ପରେ ତ୍ୱରିତ ପଦକ୍ଷେପ ନେଇଛନ୍ତି।
ଏକ ଠକେଇ ମାମଲାରେ ତଦନ୍ତ ପାଇଁ ବୈଦ୍ୟନାଥପୁର ପୋଲିସ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା। ରିମାଣ୍ଡ ଅବଧି ସରିବା ପରେ ରବିବାର ତାଙ୍କୁ କୋର୍ଟ ଚାଲାଣ କରିଥିଲା। ସେଠାରେ ଥିବା ସିଏସଆଇ କୋର୍ଟରେ କାର୍ଯ୍ୟରତ କନଷ୍ଟେବଲ ରବି ରେଡ୍ଡୀ କର୍ତ୍ତବ୍ୟରେ ଅବହେଳା କରି ନିଜ ଜାଗା ଛାଡ଼ି ବାଲି ଅଭିଯୁକ୍ତ କୃପାସିନ୍ଧୁଙ୍କ ସହ ସମ୍ପର୍କ ରଖିଥିବା ଜଣାପଡିଥିଲା। ଏସ୍‌ପି ଏହାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଉକ୍ତ ବାଲି ମାଫିଆଙ୍କ କଳା ସାମ୍ରାଜ୍ୟରେ ରବିଙ୍କ କ’ଣ ସବୁ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ଗତ ୫ମାସ ପୂର୍ବରୁ ପାତ୍ରପୁର ସିଏସଆଇ କୋର୍ଟରେ କାମ କରୁଥିବା ଜଣେ କନଷ୍ଟେବଲଙ୍କୁ ମଧ୍ୟ ଏସ୍‌ପି ନିଲମ୍ବନ କରିଥିବାର ନଜିର ରହିଛି। ଅନ୍ୟପଟେ କିନ୍ତୁ କିଛି ନିର୍ଦ୍ଦିିଷ୍ଟ କାରଣରୁ ବିଭିନ୍ନ ସମୟରେ ବ୍ରହ୍ମପୁର ପୋଲିସ ସମାଲୋଚନାର ଶିକାର ହେଉଛି। ୨ବର୍ଷ ପୂର୍ବରୁ ଟଙ୍କା ଲୋଭରେ ପଡ଼ି କେତେଜଣ କର୍ମଚାରୀ ଖାକିର ଦୁର୍ବ୍ୟବହାର କରିଥିଲେ। ୪ ଜଣ କନଷ୍ଟେବଲ୍‌ ଜଣେ ଗୁଟଖା ବେପାରୀଙ୍କ ଠାରୁ ବଟି ନେଇଥିଲେ। ପୋଲିସ ବିରୋଧରେ ଏଭଳି ଏକ ସଙ୍ଗୀନ ଅଭିଯୋଗକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। କିନ୍ତୁ କେହି କିଛି ପାଟି ଫିଟାଇ ସ୍ପଷ୍ଟ କରି ନ ଥିଲେ। ତତ୍କାଳୀନ ବ୍ରହ୍ମପୁର ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୋଗରେ ସତ୍ୟତା ଥିବାରୁ ସମ୍ପୃକ୍ତ ୪ଜଣଙ୍କୁ ନିଲମ୍ବନ କରିଥିଲେ। ସେହିପରି ଟ୍ରାଫିକ୍‌ ଥାନାର ଜଣେ କନଷ୍ଟେବଲ୍‌ କୋଭିଡ୍‌ ନିୟମ ଉଲ୍ଲଂଘନ ବେଳେ ଜରିମାନା ଆଦାୟ ପାଇଁ ରହିଥିବା ରସିଦ୍‌ ବହି ଜାଲ୍‌ କରି ଧରାପଡ଼ିଥିଲେ। ସେହି ଘଟଣାରେ ମଧ୍ୟ ବ୍ରହ୍ମପୁର ଏସ୍‌ପି ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ସମ୍ପୃକ୍ତ କନଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଥିଲେ। ଦିଗପହଣ୍ଡି ଥାନାର ଜଣେ କନେଷ୍ଟବଲଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏସପିଙ୍କ ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ କନେଷ୍ଟବଲଙ୍କୁ ନିଲମ୍ବନ କରିଥିଲେ। ଗତ ବଷ ମଧ୍ୟ ଜଣେ ଟ୍ରାଫିକ୍‌ ଏଏସ୍‌ଆଇ ଚାଲାଣ କାଟି ଚାଳକଙ୍କୁ ରସିଦ୍‌ ନ ଦେଇ ନିଲମ୍ବନ ହୋଇଥିବା ବେଳେ ଲାଞ୍ଚ ମାଗିବା ଅଭିଯୋଗରେ ଜଣେ ଏଏସ୍‌ଆଇଙ୍କୁ ମୋ’ ସରକାର ଆଇନ ଅନୁସାରେ ଡିଆଇଜି ନିଲମ୍ବନ କରିଥିଲେ। ଏବେ ପୋଲିସ ବିଭାଗରେ ମୋ’ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ୫-ଟି ଅଧିକ ଗୁରୁତ୍ୱ ଦିଆଯାଉଛି। ତଥାପି କେତେଜଣ ସ୍ବାର୍ଥପର କର୍ମଚାରୀଙ୍କୁ ୫-ଟି ଛାଟ କାଟୁ କରୁନାହିଁ। ଏଣୁ ବିଭାଗରେ ସ୍ବଚ୍ଛତା ଫେରାଇ ଆଣିବା ଦିଗରେ ବରିଷ୍ଠ ଅଧିକାରୀମାନେ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri