Posted inରାଜ୍ୟ

ବ୍ରହ୍ମପୁର ପୌର ପରିଷଦରୁ ମହାନଗର ନିଗମ

ବ୍ରିଟିଶ ଶାସନରେ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍‌ସି ଅଧିନ ଥିଲା। ୧୮୬୭ରେ ଗଠନ ହୋଇଥିଲା ବ୍ରହ୍ମପୁର ପୌର ପରିଷଦ। ୨୦୦୯ରେ ରାଜ୍ୟ ସରକାର ଏହି ପୌର ପରିଷଦକୁ ମ୍ୟୁନିସିପାଲ କର୍ପୋରେଶନ (ମହାନଗର ନିଗମ) ଘୋଷଣା କଲେ। ୨୦୧୭ ଅଗଷ୍ଟ ୩୧ ଅର୍ଥାତ୍‌ ସ୍ବାୟତ୍ତ ଶାସନ ଦିବସରେ ଅନୁଷ୍ଠିତ ହୋଇଥିଲା ୧୫୦ ବର୍ଷ ପୂର୍ତ୍ତି ପାଳନ ମହୋତ୍ସବ। ତେବେ କର୍ପୋରେଶନ ଗଠନର ୧୪ ବର୍ଷ ପୂରିଛି ଏବଂ ପୌର ପରିଷଦ ନାମ ବଦଳି ମହାନଗର ନିଗମ ହୋଇଛି।
ପୌର ପରିଷଦ ଗଠନ ଆରମ୍ଭରୁ ସହରର ୨୭ ୱାର୍ଡ ଥିଲା। ୨୦୦୮ ନିର୍ବାଚନ ବେଳେ ୱାର୍ଡସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା। ଅପରପକ୍ଷରେ ୧୯୯୭ ପୌର ନିର୍ବାଚନ ଯାଏ ପରିଷଦ କଂଗ୍ରେସ ଦଖଲରେ ଥିଲା। ୨୦୦୩ ନିର୍ବାଚନରେ ବିଜେଡି ଦଖଲକୁ ଆସିଥିଲା ପୌର ଶାସନ। ସେତେବେଳେ ନଗରପାଳ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶତାଧିକ ବର୍ଷ ପରେ ବ୍ରହ୍ମପୁର ସର୍ବପ୍ରଥମ ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୦୮ ନିର୍ବାଚନରେ ମଧ୍ୟ ବିଜେଡି ସଂଖ୍ୟା ଗରିଷ୍ଠ ହେବାରୁ ଶିବ ଶଙ୍କର ଦାସ ନଗରପାଳ ହୋଇଥିଲେ। ମାତ୍ର ୩ ମାସ ପରେ କର୍ପୋରେଶନ ମାନ୍ୟତା ମିଳିବାରୁ ନଗରପାଳ ମେୟର ଓ ନିର୍ବାଚିତ କାଉନସିଲରମାନେ କର୍ପୋରେଟର ବନିଗଲେ। ତେବେ ୨୦୧୩ରେ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂଖ୍ୟା ୪୦ ଏବଂ ୨୦୨୨ ପୌର ନିର୍ବାଚନବେଳେ ୱାର୍ଡ ସଂଖ୍ୟା ୪୨ ହୋଇଛି। ମହାନଗର ନିଗମ ହେବା ପରେ ପ୍ରଚୁର ସରକାରୀ ଅନୁଦାନ ମିଳୁଛି। ଅବଶ୍ୟ ଠିକଣା ଭାବରେ ଅନୁଦାନ ବିନିଯୋଗର ବିଏମ୍‌ସି ବିଫଳ ହୋଇଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ (ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ) ଭଳି କେତେକ ବଡ଼ ଯୋଜନା ଦରଖଣ୍ଡିଆ ହୋଇ ରହିଛି। ବର୍ତ୍ତମାନର ନିର୍ବାଚିତ ମେୟରଙ୍କ ସମେତ କର୍ପୋରେଟରଙ୍କ ମଧ୍ୟରେ ସଂଖ୍ୟାଧିକ ଉଚ୍ଚଶିକ୍ଷିତ ଓ କର୍ମପ୍ରବଣ। ତେଣୁ ଏହି ୫ ବର୍ଷରେ ଆଖିଦୃଶିଆ ବିକାଶ ହେବା ନେଇ ମହାନଗରବାସୀ ଆଶାବାଦୀ ହୋଇଛନ୍ତି।
-ନରସିଂହ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri