ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କଲା ପ୍ରେମିକ, ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ନିଶ୍ଚିନ୍ତକୋଇଲି,୯।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସାମାଜିକ ଗଣ ମାଧ୍ୟମରେ ପ୍ରଘଟ କରିବା ଘଟଣାକୁ ନେଇ ପ୍ରେମିକା ମାନସିକ ସ୍ତରରେ ଆଘାତ ପାଇ ଶେଷରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି।

ଏହି ଘଟଣାରେ ଭଦ୍ରେଶ୍ୱର ଥାନା ପୋଲିସ ପ୍ରତାରକ ପ୍ରେମିକକୁ ଗିରଫ କରିଛି। ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରେଶ୍ୱର ଥାନା ପୋଡାମରାଇ ଗ୍ରାମର ବିଷ୍ଣୁ ଚରଣ ସେଠୀଙ୍କ ଝିଅ ଇନ୍ଦୁମତୀ ସେଠୀ(୨୩) ସ୍ଥାନୀୟ ଅଂଚଳରେ ଥିବା ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ସମୟରେ ଇନ୍ଦୁମତୀ ସ୍ଥାନୀୟ ନାହାଙ୍ଗ ପଞ୍ଚାୟତ ଡିହିଗୋପ ଗ୍ରାମର ଅଜୟ ସେଠୀଙ୍କ ପୁତ୍ର ଅନିଲ କୁମାର ସେଠୀ(୨୮) ଙ୍କୁ ଭଲ ପାଉଥିଲେ। ଏପରିକି ଦୁଇଜଣ ବହୁବାର ବିଭିନ୍ନ ସ୍ଥାନରେ ସାଥିହୋଇ ମିଳାମିଶା କରିଥିଲେ।

ଏହି ସମୟରେ ପ୍ରେମିକାର ସରଳତାର ସୁଯୋଗ ନେଇ ପ୍ରେମିକ ଅନିଲ ତାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ମୋବାଇଲ ଯୋଗେ ଉତ୍ତୋଳନ କରି ରଖିଥିଲେ। ଏପରିକି ଅନିଲ ବିଭିନ୍ନ ସମୟରେ ପ୍ରେମିକାକୁ ବ୍ଲାକ ମେଲ କରି ଆସୁଥିଲେ। ତାର କଥାରେ ରାଜି ନହେଲେ ପାଖରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେବେ ବୋଲି ଧମକ ଚମକ ଦେଇ ଭୟଭୀତ କରି ଆସୁଥିଲେ। ଫଳରେ ପ୍ରେମିକା ବାଧ୍ୟ ହୋଇ ପ୍ରେମିକର ସମସ୍ତ କଥାରେ ରାଜି ହୋଇଯାଉଥିଲେ।

ତେବେ ପରିସ୍ଥିତି ଅଣାୟତ ହେବାରୁ ଦୁହିଁଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଶେଷରେ ପ୍ରେମିକାର ପରିବାର ଜଗତସିଂହପୁର ଜିଲା ପାରାଦ୍ୱୀପ ଠାରେ ରହୁଥିବା ତାଙ୍କ ଭାଇଙ୍କ ନିକଟରେ ଯୁବତୀକୁ ଛାଡିଥିଲେ। ଏହି ସମୟରେ ପ୍ରେମିକ ପ୍ରତିହିଂସା ପରାୟଣ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫାଟୋକୁ ଭାଇରାଲ କରିଦେଇଥିଲେ।

ଏହି ଘଟଣା ପ୍ରଚାରିତ ହେବାକ୍ଷଣି ପ୍ରେମିକା ମାନସିକ ସ୍ତରରେ ଆଘାତ ପାଇ ପାରାଦ୍ୱୀପରେ ତାର ଭାଇଙ୍କ ବାସଭବନରେ ଆତ୍ମହତ୍ୟା କରିଦେଇଛନ୍ତି। ପାରାଦ୍ୱୀପ ପୋଲିସ ଯୁବତୀର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏସମ୍ପର୍କରେ ଯୁବତୀର ମାଆ କୁନି ସେଠୀ ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତି କରି ଭଦ୍ରେଶ୍ୱର ଥାନା ପୋଲିସ କେସ ନଂ ୪/୨୦୨୫ ରେ ଏକ ମାମଲା ରୁଜୁ କରିଛି। ପୋଲିସ ଅଭିଯୁକ୍ତ ପ୍ରେମିକ ଅନିଲକୁ ଗିରଫ କରି ତଦନ୍ତ ଜାରି ରଖିଥିବାର ପୋଲିସ ସୂତ୍ରରୁ ପ୍ରକାଶ।ପୋଲିସର ପଦସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ...

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମିଳିବ ୫ଲକ୍ଷ ଟଙ୍କା…

ଭୁବନେଶ୍ୱର,୨୧।୧: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ...

ପାଚକ,ପାଚିକା ମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧.୧୨ ଲକ୍ଷ କର୍ମଚାରୀ

ଭୁବନେଶ୍ୱର, ୨୧ା୧: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ନବଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା ସାଂଘାତିକ କଥା, ନବ ଜୀବିତ ଥିଲେ…

ଭୁବନେଶ୍ୱର,୨୧।୧: ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ଏବେ ଜୋର ଧରିଛି। ବର୍ତ୍ତମାନ ନବଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମିଳିଛି।...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଫେବୃଆରୀ ୧୩ରୁ ବଜେଟ ଅଧିବେଶନ

ଭୁବନେଶ୍ୱର, ୨୧।୧: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri