Categories: ଖେଳ

ବକ୍ସିଂ ଡେ’ ଟେଷ୍ଟ: ଦୈନିକ ୩୦,୦୦୦ଦର୍ଶକଙ୍କୁ ଅନୁମତି

ମେଲବୋର୍ନ, ୧୧ା୧୨ (ପି.ଟି.)-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଆଇକନିକ ବକ୍ସିଂ ଡେ’ ଟେଷ୍ଟକୁ ଷ୍ଟାଡିୟମରେ ଦୈନିକ ୩୦,୦୦୦ ଦର୍ଶକ ଉପଭୋଗ କରିପାରିବେ। କୋଭିଡ୍‌ ଯୋଗୁ ଭିକ୍ଟୋରିଆ ପ୍ରଦେଶ ସରକାର ଦର୍ଶକଙ୍କ ସଂଖ୍ୟା ଉପରେ ଯେଉଁ କଟକଣା ଜାରି କରିଥିଲେ, ସେଥିରେ କୋହଳ କରିବାରୁ ଏହା ସମ୍ଭବ ହୋଇପାରିଛି। ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳିବାର କାର୍ଯ୍ୟକ୍ରମ ରହିଛି। କଟକଣା ଯୋଗୁ ପୂର୍ବରୁ ଦୈନିକ ମୋଟ ଆସନ କ୍ଷମତାର ୨୫ ପ୍ରତିଶତ ଅର୍ଥାତ୍‌ ୨୫,୦୦୦ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ମାତ୍ର ଗତ ୪୦ ଦନି ହେଲା ନୂଆ କୋଭିଡ୍‌ ପଜିଟିଭ ଦେଖା ଦେଇ ନ ଥିବାରୁ ଦର୍ଶକ ସଂଖ୍ୟା ୩୦,୦୦୦କୁ ବୃ୍‌ଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଦୁଇ ଦେଶ ମଧ୍ୟରେ ବହୁ ପ୍ରତୀକ୍ଷିତ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଆରମ୍ଭ ହେବ।

Share