ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତିଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ ଘଟଣାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ବାଉନ୍‌ସର ଗ୍ୟାଙ୍ଗର ୧୯ ଜଣଙ୍କୁ ଗିରଫ କରିଛି। ହେଲେ ଏହି ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନା ଏବେବି ଫେରାର ଅଛନ୍ତି। ତେବେ ରାଘବ ଝାରପଡ଼ାସ୍ଥିତ ସରକାରୀ ଜମିରେ ଘର କରି ଭଡ଼ା ବାବଦକୁ ପାଉଥିବା ଲକ୍ଷାଧିକ ଟଙ୍କାରେ ଆପରାଧିକ କାର୍ଯ୍ୟକଳାପ ଚଳାଉଥିବା ଜଣାପଡ଼ିବା ପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯିଏ ଅନ୍ୟ ଦୋକାନ ଓ ଘର ଭାଙ୍ଗୁଥିଲେ ଏବେ ତାଙ୍କ ଘର ମାଟିରେ ମିଶିଛି। ବୁଧବାର ବିଏମ୍‌ସି ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ସହାୟତାରେ ପୋଲିସ ରାଘବଙ୍କ ୪୦ଟି ଘର ସମେତ ମୋଟ ୯୩ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଦେଇଛି। ମଧ୍ୟାହ୍ନରେ ଲକ୍ଷ୍ମୀସାଗର ଥାନା ନିକଟ ଛକରୁ କେନାଲ ରୋଡ୍‌ ପର୍ଯ୍ୟନ୍ତ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଜବରଦଖଲ ଉଚ୍ଛେଦ କରିଥିବାବେଳେ ୧୨ ପ୍ଲାଟୁନ ଫୋର୍ସ ସହ ୫୩ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ଜେସିବି ଦ୍ୱାରା ଘର ଓ ଦୋକାନ ଉଚ୍ଛେଦ କରାଯାଉଥିବାବେଳେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ଘରେ ରହୁଥିବା ଲୋକେ ପ୍ରବଳ ଖରାରେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ଏପରିକି ନୋଟିସ୍‌ ଦିଆ ନ ଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ସେମାନେ ଅଭିଯୋଗ କରିଥିଲେ।
ଉଚ୍ଛେଦବେଳେ ଆପରାଧିକ ଯୋଜନା ଭଣ୍ଡୁର
ସବୁଠୁ ବଡ଼ କଥା ହେଉଛି, ଏହି ଜବରଦଖଲ ଉଚ୍ଛେଦବେଳେ ଆପରାଧିକ ଯୋଜନା ପାଇଁ ବୈଠକ ହେଉଥିବା ସ୍ଥାନ ମଧ୍ୟ ପୋଲିସ ନଜରକୁ ଆସିଥିଲା। ଉକ୍ତ ସ୍ଥାନରେ ସୋଫା ପଡ଼ିଥିବାବେଳେ ଭୋଜି ପାଇଁ ରୋଷେଇ ସରଞ୍ଜାମ ମଧ୍ୟ ଥିଲା। ଏପରିକି ପୋଲିସ ନଜରରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଉକ୍ତ ସ୍ଥାନକୁ ଯିବା ପାଇଁ ଏକ ଛୋଟିଆ ଗଳି ରାସ୍ତା ମଧ୍ୟ କରାଯାଇଥିଲା। ଏସବୁ ଜଣାପଡ଼ିବା ପରେ ପୋଲିସ ଉକ୍ତ ସ୍ଥାନକୁ ମଧ୍ୟ ଜେସିବି ଦ୍ୱାରା ମାଟିରେ ମିଶାଇ ଦେଇଛି। ରାଘବ ପରିବାର ସହ ସେଠାରୁ କିଛି ଦୂରରେ ବିଳାସମୟ ଘରେ ରହୁଥିବାବେଳେ ଦୀର୍ଘବର୍ଷ ହେଲା ବସ୍ତି ଅଞ୍ଚଳରୁ ପାଉଥିବା ଉକ୍ତ ଭଡ଼ା ଟଙ୍କାରେ ଗ୍ୟାଙ୍ଗ୍‌ ଗଢ଼ି ସହରରେ ରାଜ୍‌ କରିବା ସହ ରୋଜଗାର ବଢ଼ାଇ ଚାଲିଥିଲେ। ଏଭଳି ପଦକ୍ଷେପ ଦ୍ୱାରା ତାଙ୍କ ରୋଜଗାର କମିବା ନେଇ ପୋଲିସ ଆଶା ରଖିଛି।
ଡିସିପି ପ୍ରକାଶ ଚନ୍ଦ୍ର ପାଲ ଏ ସମ୍ପର୍କରେ ଖବରଦାତା ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି ଜରିଆରେ ଲୋକମାନଙ୍କୁ ଘର ଛାଡ଼ିବାକୁ ନୋଟିସ୍‌ କରାଯାଇଥିଲା। ହେଲେ ସେମାନେ ନ ଯିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଫେରାର ରାଘବଙ୍କ ନାଁରେ ବହୁ ଆପରାଧିକ ମାମଲା ରହିଥିବାବେଳେ ତାଙ୍କୁ ଖୁବ୍‌ଶ୍ରୀଘ୍ର ଗିରଫ କରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି।
ଜମି ଅକ୍ତିଆର ପାଇଁ କୋଟିଏ ଟଙ୍କା ସୁପାରି ନେଇଥିଲେ ରାଘବ
ନୟାପଲ୍ଲୀ ଥାନା ନିକଟରେ ଥିବା ପ୍ଲଟ୍‌ ନଂ.୧୪୭୦ ବିବାଦୀୟ ଜମିରେ ସୁବାସ ଅଗ୍ରୱାଲ ଓ ସୁବାସ ସାମଲ ଘର ଭଡ଼ା ନେଇ ଦୋକାନ କରିଥିଲେ। ତେଣୁ ଏହି ବିବାଦୀୟ ଜମିକୁ ଅକ୍ତିଆର କରିବା ପାଇଁ ମାଲିକ ରଞ୍ଜିତଙ୍କଠାରୁ ରାଘବ ପ୍ରାୟ ୧ କୋଟି ଟଙ୍କା ସୁପାରି ନେଇଥିଲେ। ଗତ ୨୪ ତାରିଖ ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବାଉନ୍‌ସର ବସ୍‌, ଜେସିବି ଓ ବାଇକ୍‌ରେ ଆସି ହଠାତ୍‌ ଦୋକାନକୁ ଭାଙ୍ଗିଦେବା ସହ ବହୁ ଟଙ୍କାର ଜିନିଷ ଚୋରିକରି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ୨ଟି ମାମଲା ରୁଜୁକରି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri