ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତିଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌ ଘଟଣାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ବାଉନ୍‌ସର ଗ୍ୟାଙ୍ଗର ୧୯ ଜଣଙ୍କୁ ଗିରଫ କରିଛି। ହେଲେ ଏହି ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନା ଏବେବି ଫେରାର ଅଛନ୍ତି। ତେବେ ରାଘବ ଝାରପଡ଼ାସ୍ଥିତ ସରକାରୀ ଜମିରେ ଘର କରି ଭଡ଼ା ବାବଦକୁ ପାଉଥିବା ଲକ୍ଷାଧିକ ଟଙ୍କାରେ ଆପରାଧିକ କାର୍ଯ୍ୟକଳାପ ଚଳାଉଥିବା ଜଣାପଡ଼ିବା ପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯିଏ ଅନ୍ୟ ଦୋକାନ ଓ ଘର ଭାଙ୍ଗୁଥିଲେ ଏବେ ତାଙ୍କ ଘର ମାଟିରେ ମିଶିଛି। ବୁଧବାର ବିଏମ୍‌ସି ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ସହାୟତାରେ ପୋଲିସ ରାଘବଙ୍କ ୪୦ଟି ଘର ସମେତ ମୋଟ ୯୩ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଦେଇଛି। ମଧ୍ୟାହ୍ନରେ ଲକ୍ଷ୍ମୀସାଗର ଥାନା ନିକଟ ଛକରୁ କେନାଲ ରୋଡ୍‌ ପର୍ଯ୍ୟନ୍ତ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଜବରଦଖଲ ଉଚ୍ଛେଦ କରିଥିବାବେଳେ ୧୨ ପ୍ଲାଟୁନ ଫୋର୍ସ ସହ ୫୩ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ଜେସିବି ଦ୍ୱାରା ଘର ଓ ଦୋକାନ ଉଚ୍ଛେଦ କରାଯାଉଥିବାବେଳେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ଘରେ ରହୁଥିବା ଲୋକେ ପ୍ରବଳ ଖରାରେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ଏପରିକି ନୋଟିସ୍‌ ଦିଆ ନ ଯାଇ ଏଭଳି ପଦକ୍ଷେପ ନିଆଯାଇଥିବା ସେମାନେ ଅଭିଯୋଗ କରିଥିଲେ।
ଉଚ୍ଛେଦବେଳେ ଆପରାଧିକ ଯୋଜନା ଭଣ୍ଡୁର
ସବୁଠୁ ବଡ଼ କଥା ହେଉଛି, ଏହି ଜବରଦଖଲ ଉଚ୍ଛେଦବେଳେ ଆପରାଧିକ ଯୋଜନା ପାଇଁ ବୈଠକ ହେଉଥିବା ସ୍ଥାନ ମଧ୍ୟ ପୋଲିସ ନଜରକୁ ଆସିଥିଲା। ଉକ୍ତ ସ୍ଥାନରେ ସୋଫା ପଡ଼ିଥିବାବେଳେ ଭୋଜି ପାଇଁ ରୋଷେଇ ସରଞ୍ଜାମ ମଧ୍ୟ ଥିଲା। ଏପରିକି ପୋଲିସ ନଜରରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଉକ୍ତ ସ୍ଥାନକୁ ଯିବା ପାଇଁ ଏକ ଛୋଟିଆ ଗଳି ରାସ୍ତା ମଧ୍ୟ କରାଯାଇଥିଲା। ଏସବୁ ଜଣାପଡ଼ିବା ପରେ ପୋଲିସ ଉକ୍ତ ସ୍ଥାନକୁ ମଧ୍ୟ ଜେସିବି ଦ୍ୱାରା ମାଟିରେ ମିଶାଇ ଦେଇଛି। ରାଘବ ପରିବାର ସହ ସେଠାରୁ କିଛି ଦୂରରେ ବିଳାସମୟ ଘରେ ରହୁଥିବାବେଳେ ଦୀର୍ଘବର୍ଷ ହେଲା ବସ୍ତି ଅଞ୍ଚଳରୁ ପାଉଥିବା ଉକ୍ତ ଭଡ଼ା ଟଙ୍କାରେ ଗ୍ୟାଙ୍ଗ୍‌ ଗଢ଼ି ସହରରେ ରାଜ୍‌ କରିବା ସହ ରୋଜଗାର ବଢ଼ାଇ ଚାଲିଥିଲେ। ଏଭଳି ପଦକ୍ଷେପ ଦ୍ୱାରା ତାଙ୍କ ରୋଜଗାର କମିବା ନେଇ ପୋଲିସ ଆଶା ରଖିଛି।
ଡିସିପି ପ୍ରକାଶ ଚନ୍ଦ୍ର ପାଲ ଏ ସମ୍ପର୍କରେ ଖବରଦାତା ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି ଜରିଆରେ ଲୋକମାନଙ୍କୁ ଘର ଛାଡ଼ିବାକୁ ନୋଟିସ୍‌ କରାଯାଇଥିଲା। ହେଲେ ସେମାନେ ନ ଯିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଫେରାର ରାଘବଙ୍କ ନାଁରେ ବହୁ ଆପରାଧିକ ମାମଲା ରହିଥିବାବେଳେ ତାଙ୍କୁ ଖୁବ୍‌ଶ୍ରୀଘ୍ର ଗିରଫ କରିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି।
ଜମି ଅକ୍ତିଆର ପାଇଁ କୋଟିଏ ଟଙ୍କା ସୁପାରି ନେଇଥିଲେ ରାଘବ
ନୟାପଲ୍ଲୀ ଥାନା ନିକଟରେ ଥିବା ପ୍ଲଟ୍‌ ନଂ.୧୪୭୦ ବିବାଦୀୟ ଜମିରେ ସୁବାସ ଅଗ୍ରୱାଲ ଓ ସୁବାସ ସାମଲ ଘର ଭଡ଼ା ନେଇ ଦୋକାନ କରିଥିଲେ। ତେଣୁ ଏହି ବିବାଦୀୟ ଜମିକୁ ଅକ୍ତିଆର କରିବା ପାଇଁ ମାଲିକ ରଞ୍ଜିତଙ୍କଠାରୁ ରାଘବ ପ୍ରାୟ ୧ କୋଟି ଟଙ୍କା ସୁପାରି ନେଇଥିଲେ। ଗତ ୨୪ ତାରିଖ ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବାଉନ୍‌ସର ବସ୍‌, ଜେସିବି ଓ ବାଇକ୍‌ରେ ଆସି ହଠାତ୍‌ ଦୋକାନକୁ ଭାଙ୍ଗିଦେବା ସହ ବହୁ ଟଙ୍କାର ଜିନିଷ ଚୋରିକରି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ୨ଟି ମାମଲା ରୁଜୁକରି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri