ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବ ଜେନା ଗିରଫ

ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱରରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତି ଅଧରେ ଜେସିବି ଲଗାଇ ଦୋକାନ ଭାଙ୍ଗି ଲୁଟ୍‌ ଘଟଣାରେ ଫେରାର ଥିବା ବାଉନ୍‌ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନା ଦେଢ଼ମାସ ପରେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ରାଘବ ଓରଫ ବିଶ୍ୱନାଥ ଜେନା (୫୦) ଓ ତାଙ୍କ ସହଯୋଗୀ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ସୌମ୍ୟରଞ୍ଜନ ରାଣାସିଂ (୩୦)ଙ୍କୁ ବାଙ୍କୀରୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ପରେ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ୧୯ଜଣ ଗିରଫ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ସୁପାରି ଦେଇଥିବା ରଞ୍ଜିତ ଦାସପୁରିଆଙ୍କୁ ମଧ୍ୟ ଗିରଫ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି।
ନୟାପଲ୍ଲୀ ଥାନା ନିକଟରେ ଥିବା ବିବାଦୀୟ ପ୍ଲଟ୍‌ ନଂ.୧୪୭୦ରେ ଥିବା ଘରକୁ ସୁବାସ ଅଗ୍ରୱାଲ ଓ ସୁବାସ ସାମଲ ଭଡ଼ା ନେଇ ଦୋକାନ କରିଥିଲେ। ଏହି ବିବାଦୀୟ ଜମିକୁ ଅକ୍ତିଆର କରିବା ପାଇଁ ମାଲିକ ରଞ୍ଜିତ ଦାସପୁରିଆ ୨ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ। ପରେ ଉକ୍ତ ୨ଜଣ ରାଘବଙ୍କ ସହଯୋଗ ଲୋଡ଼ିଥିଲେ। ରାଘବ ଏଥିପାଇଁ ୨୦ ଲକ୍ଷ ଟଙ୍କା ଦାବି କରି ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ନେଇଥିବା ବେଳେ ବାକି ଟଙ୍କା କାମ ହେବା ପରେ ନେବେ ବୋଲି କଥା ଛିଡ଼ିଥିଲା। ଗତ ମାର୍ଚ୍ଚ ୨୪ ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବାଉନ୍‌ସର ବସ୍‌, ଜେସିବି ଓ ବାଇକ୍‌ରେ ଆସି ହଠାତ ଦୋକାନକୁ ଭାଙ୍ଗିଦେବା ସହ ବହୁ ଟଙ୍କାର ଜିନିଷ ଚୋରିକରି ନେଇଥିଲେ। ଏ ନେଇ ଏତଲା ପରେ ପୋଲିସ ୪ଟି ମାମଲା ରୁଜୁ କରି ତଦନ୍ତ କରିଥିଲା। ରାଘବ ଝାରପଡ଼ାସ୍ଥିତ ସରକାରୀ ଜମିରେ ଘର କରି ଭଡ଼ା ବାବଦକୁ ପାଉଥିବା ଲକ୍ଷାଧିକ ଟଙ୍କାରେ ଆପରାଧିକ କାର୍ଯ୍ୟକଳାପ ଚଳାଉଥିବା ଜଣାପଡ଼ିବା ପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଏମ୍‌ସି ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଓ ପୋଲିସ ଏପ୍ରିଲ ୧୨ରେ ରାଘବଙ୍କ ୪୦ଟି ଘର ସମେତ ସେଠାରେ ଜବରଦଖଲରେ ଗଢ଼ି ଉଠିଥିବା ମୋଟ ୯୩ଟି ଘର ଭାଙ୍ଗି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri