ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବ ଜେନା ଗିରଫ

ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱରରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତି ଅଧରେ ଜେସିବି ଲଗାଇ ଦୋକାନ ଭାଙ୍ଗି ଲୁଟ୍‌ ଘଟଣାରେ ଫେରାର ଥିବା ବାଉନ୍‌ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନା ଦେଢ଼ମାସ ପରେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ରାଘବ ଓରଫ ବିଶ୍ୱନାଥ ଜେନା (୫୦) ଓ ତାଙ୍କ ସହଯୋଗୀ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ସୌମ୍ୟରଞ୍ଜନ ରାଣାସିଂ (୩୦)ଙ୍କୁ ବାଙ୍କୀରୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ପରେ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ୧୯ଜଣ ଗିରଫ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ସୁପାରି ଦେଇଥିବା ରଞ୍ଜିତ ଦାସପୁରିଆଙ୍କୁ ମଧ୍ୟ ଗିରଫ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି।
ନୟାପଲ୍ଲୀ ଥାନା ନିକଟରେ ଥିବା ବିବାଦୀୟ ପ୍ଲଟ୍‌ ନଂ.୧୪୭୦ରେ ଥିବା ଘରକୁ ସୁବାସ ଅଗ୍ରୱାଲ ଓ ସୁବାସ ସାମଲ ଭଡ଼ା ନେଇ ଦୋକାନ କରିଥିଲେ। ଏହି ବିବାଦୀୟ ଜମିକୁ ଅକ୍ତିଆର କରିବା ପାଇଁ ମାଲିକ ରଞ୍ଜିତ ଦାସପୁରିଆ ୨ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ। ପରେ ଉକ୍ତ ୨ଜଣ ରାଘବଙ୍କ ସହଯୋଗ ଲୋଡ଼ିଥିଲେ। ରାଘବ ଏଥିପାଇଁ ୨୦ ଲକ୍ଷ ଟଙ୍କା ଦାବି କରି ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ନେଇଥିବା ବେଳେ ବାକି ଟଙ୍କା କାମ ହେବା ପରେ ନେବେ ବୋଲି କଥା ଛିଡ଼ିଥିଲା। ଗତ ମାର୍ଚ୍ଚ ୨୪ ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବାଉନ୍‌ସର ବସ୍‌, ଜେସିବି ଓ ବାଇକ୍‌ରେ ଆସି ହଠାତ ଦୋକାନକୁ ଭାଙ୍ଗିଦେବା ସହ ବହୁ ଟଙ୍କାର ଜିନିଷ ଚୋରିକରି ନେଇଥିଲେ। ଏ ନେଇ ଏତଲା ପରେ ପୋଲିସ ୪ଟି ମାମଲା ରୁଜୁ କରି ତଦନ୍ତ କରିଥିଲା। ରାଘବ ଝାରପଡ଼ାସ୍ଥିତ ସରକାରୀ ଜମିରେ ଘର କରି ଭଡ଼ା ବାବଦକୁ ପାଉଥିବା ଲକ୍ଷାଧିକ ଟଙ୍କାରେ ଆପରାଧିକ କାର୍ଯ୍ୟକଳାପ ଚଳାଉଥିବା ଜଣାପଡ଼ିବା ପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଏମ୍‌ସି ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଓ ପୋଲିସ ଏପ୍ରିଲ ୧୨ରେ ରାଘବଙ୍କ ୪୦ଟି ଘର ସମେତ ସେଠାରେ ଜବରଦଖଲରେ ଗଢ଼ି ଉଠିଥିବା ମୋଟ ୯୩ଟି ଘର ଭାଙ୍ଗି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri