ପରୀକୁ ନ୍ୟାୟ ବିରୋଧୀଙ୍କ ଦାବି

ଭୁବନେଶ୍ୱର,୨୭।୧୧(ବ୍ୟୁରୋ):ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ଜିଦ୍‌ରେ ବିରୋଧୀ ଅଟଳ। ବୁଧବାର ପରୀ ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଶାନ୍ତ ପଡ଼ିନାହାନ୍ତି ବିରୋଧୀ। ଫଳସ୍ବରୂପ ଗୁରୁବାର ଦିନତମାମ ବିଧାନସଭା ଚାଲିପାରି ନ ଥିଲା। କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଉଭୟ ବିରୋଧୀ ଭାଜପା ଓ କଂଗ୍ରେସ ପ୍ରବଳ ହଟ୍ଟଗୋଳ କରିଥିଲେ। ବିରୋଧୀଙ୍କ ହୋହଲ୍ଲା, ନାରାବାଜି ଓ ପ୍ଲାକାର୍ଡ ପ୍ରଦର୍ଶନ ଯୋଗୁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନରେ ଏ ପ୍ରସଙ୍ଗରେ ମନ୍ତ୍ରୀ ସାହୁ ନିଜର ବ୍ୟକ୍ତିଗତ ସ୍ପଷ୍ଟୀକରଣ ରଖିବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ତାଙ୍କ ଇସ୍ତଫା ଜିଦ୍‌ରୁ ଓହରି ନ ଥିଲେ। ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।
ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଭାଜପା ଓ କଂଗ୍ରେସ ବିଧାୟକମାନେ ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବିକରି ନାରାବାଜି କରିଥିଲେ। ଭାଜପା ବିଧାୟକମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ହଟ୍ଟଗୋଳ କରିଥିବାବେଳେ କଂଗ୍ରେସ ବିଧାୟକମାନେ ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ। ଗୃହର ମଧ୍ୟଭାଗକୁ ଯାଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ୍‌ ଆଗରେ ଲାଗିଥିବା କୋଭିଡ୍‌ ସୁରକ୍ଷା କାଚକୁ ବାଡ଼େଇଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସଦସ୍ୟମାନେ ଶାନ୍ତ ପଡ଼ି ନ ଥିଲେ। ଫଳରେ ଉପବାଚସ୍ପତି ଗୃହକୁ ପ୍ରଥମେ ୧୦ଟା ୩୪ରୁ ୨୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ୧୦ଟା ୫୪ରୁ ପୁନଃ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇ ପୁଣିଥରେ ନାରାବାଜି କରିଥିଲେ। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ୧୦ଟା ୫୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ଅତିରିକ୍ତ ବଜେଟକୁ ନେଇ ଆଲୋଚନା ହେବାକୁ ଥିବାବେଳେ ପୁଣିଥରେ ସମାନ ସ୍ଥିତି ଉପୁଜିଥିଲା। ହଟ୍ଟଗୋଳ ଜାରି ରହିବାରୁ ୧୫ ମିନିଟ୍‌ ଲେଖାଏ ଦୁଇଥର ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ହୋହଲ୍ଲା ଭିତରେ ବାଚସ୍ପତି ପାତ୍ର ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ ସମ୍ପର୍କରେ ଘୋଷଣା କରିବା ସହ ମନ୍ତ୍ରୀ ସାହୁଙ୍କୁ ବ୍ୟକ୍ତିଗତ ସ୍ପଷ୍ଟୀକରଣ ରଖିବାକୁ କହିଥିଲେ। ତେବେ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ବି ବିରୋଧୀ ଦଳ ସଦସ୍ୟମାନେ ଇସ୍ତଫା ଦାବି ଜିଦ୍‌ରେ ଅଟଳ ରହିଥିଲେ। ନାରାବାଜି କରିବା ସହ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri