ଉଭୟ ଡୋଜ୍‌ ବି କରୋନାରୁ ସୁରକ୍ଷା ଦେବାରେ ବିଫଳ, ଲାସେଣ୍ଟ୍‌ ରିପୋର୍ଟ…

ଲଣ୍ଡନ/ନୂଆଦିଲ୍ଲୀ,୩୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୀପାବଳି ପୂର୍ବରୁ ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଯେଉଁମାନେ କରୋନା ଭ୍ୟାକ୍ସିନର ଉଭୟ ଡୋଜ ନେଇଛନ୍ତି ସେମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ।

ମେଡିକାଲ ଜର୍ଣ୍ଣାଲ ଦ ଲାସେଣ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି, ସେମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଏପରି ଲୋକମାନଙ୍କ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ୩୮ ପ୍ରତିଶତ ବୃଦ୍ଧିପାଇଥାଏ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି , ଯଦି ପରିବାରର ପ୍ରତ୍ୟେକ ସଦସ୍ୟ କରୋନା ଟିକା ଗ୍ରହଣ କରନ୍ତି, ତେବେ ପରସ୍ପରଠାରୁ ସଂକ୍ରମଣ ହେବାର ଆଶଙ୍କା ୩୮ ରୁ ୨୫ ପ୍ରତିଶତକୁ କମିଯାଏ।

ଉଭୟ ଡୋଜ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି ବୋଲି ଏଥିରେ ଦର୍ଶାଯାଇଛି। ସେପ୍ଟେମ୍ବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଲଣ୍ଡନ ଏବଂ ବୋଲ୍ଟନରେ ୪୪୦ ପରିବାର ସଦସ୍ୟଙ୍କ ପିସିଆର୍‌ ପରୀକ୍ଷା କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଥିଲା, ଯେଉଁମାନେ ଉଭୟ ଡୋଜ କରୋନା ଟିକା ନେଇଛନ୍ତି ସେମାନଙ୍କ ସଂକ୍ରମିତ ହେବାର ଆଶଙ୍କା ବହୁତ କମ, କିନ୍ତୁ ଏହା ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି।

ଅନୁସନ୍ଧାନ ସହ ଜଡିତ ଥିବା ଇମ୍ପେରିଆଲ କଲେଜ ଲଣ୍ଡନର ପ୍ରଫେସର ଅଜିତ ଲାଲୱାନି କହିଛନ୍ତି, ଟିକାର ଉଭୟ ଡୋଜ ନେଇଥିବା ଲୋକେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏଭଳି ପରିସ୍ଥିତିରେ, ଯେପର୍ଯ୍ୟନ୍ତ ସମସ୍ତଙ୍କର ଟିକାକରଣ ନ କରାଯାଇଛି, ସେ ପର୍ଯ୍ୟନ୍ତ କରୋନା ବିପଦ ରହିବାର ଆଶଙ୍କା ରହିଛି।

ଶୀତଦିନେ କରୋନା ସଂକ୍ରମଣର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅଧିକାଂଶ ଲୋକ ଶୀତ ଋତୁରେ ଘର ଭିତରେ ରୁହନ୍ତି। ଏଭଳି ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମଧ୍ୟରେ ପରସ୍ପରଠାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ କରୋନା ଟିକା ନେବା ଜରୁରୀ।

ଏହି ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ବିଶ୍ୱର ଏକ ବୃହତ ଜନସଂଖ୍ୟା ଟିକାଠାରୁ ଦୂରରେ ଅଛନ୍ତି। ଏପରିକି ଯେଉଁ ଦେଶରେ ମାଗଣା ଟିକା ଲଗାଯାଉଛି, ଲୋକମାନେ ଟିକା ନେବାକୁ ଆସୁନାହାଁନ୍ତି। କରୋନାର ବିପଦ ନିଶ୍ଚିତ ଭାବେ ହ୍ରାସ ପାଇଛି କିନ୍ତୁ ଏହା ଶେଷ ହୋଇନାହିଁ। ତେଣୁ ଯେଉଁମାନେ କରୋନାର ଉଭୟ ଡୋଜ ନେଇ ସାରିଛନ୍ତି ସେମାନେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଭଳି ଅନ୍ୟ ସତର୍କତା ଅବଲମ୍ବନ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ଯୋଜନା ଟଙ୍କା, ଗଞ୍ଜାମର ଏତିକି ଚାଷୀ ପାଇଲେ…

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ…

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ: ମୃତ୍ୟୁ ଘଟିଲେ ମିଳିବ…

ଭୁବନେଶ୍ୱର,୪।୯: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ: ମନ ମୋହିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

ଗଞ୍ଜାମ,୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ କୁନି ଶିଶୁମାନଙ୍କ ରାଧାକୃଷ୍ଣଙ୍କ ବେଶ…

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ନିର୍ଭର କରନ୍ତି। ମାଛ ଧରିଲେ ପରିବାର…

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri