Posted inଖେଳ

ବୋଟାସ୍‌ ଜିତିଲେ ରୁଷିଆନ୍‌ ଗ୍ରାଁ ପ୍ରି

ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୯ମ ଟାଇଟଲ। ଏହାପୂର୍ବରୁ ସେ ଅଷ୍ଟ୍ର୍ରିଆରେ ସିଜନର ପ୍ରଥମ ରେସ୍‌ ଜିତିଥିଲେ। ସୂଚନାଯୋଗ୍ୟ, ସୋଚିର ଏହି ଟ୍ରାକ୍‌ରେ ସେ ୨୦୧୭ରେ କ୍ୟାରିୟରର ପ୍ରଥମ ବିଜୟ ହାସଲ କରିଥିଲେ। ରେଡ୍‌ବୁଲ୍‌ର ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନଙ୍କ ଆଗରେ ମାକ୍ସ ଭର୍ଷ୍ଟାପେନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରାକ୍ଟିସ ଷ୍ଟାର୍ଟରେ ତ୍ରୁଟି ପୋଜିଶନ ପାଇଁ ହାମିଲଟନଙ୍କୁ ଦୁଇ ଥର ୫ ସେକେଣ୍ଡ ପେନାଲଟି ହେବାରୁ ସେ ତୃତୀୟ ସ୍ଥାନକୁ ଖସିଯାଇଥିଲେ। ଚାମ୍ପିୟନଶିପ୍‌ ଲିଡର ହାମିଲଟନ ସୋଚି ଅଟୋଡ୍ରମ୍‌ଠାରେ ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ। କ୍ୟାରିୟରର ୯୧ତମ ଫର୍ମୁଲା ଓ୍ବାନ ବିଜୟ ସହ ମାଇକେଲ ସୁମାକରଙ୍କ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ସେ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ଏଠାରେ ବିଜୟ ଦ୍ୱାରା ଡ୍ରାଇଭର ଚାମ୍ପିୟନଶିପ୍‌ ଲିଡର ବୋର୍ଡରେ ପ୍ରଥମ ସ୍ଥାନରେ ରହିଥିବା ହାମିଲଟନ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବୋଟାସଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୪୪କୁ ହ୍ରାସ ପାଇଛି। ତାଲିକାରେ ହାମିଲଟନ ୨୦୫ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ତାଙ୍କ ପଛକୁ ଯଥାକ୍ରମେ ବୋଟାସ (୧୬୧), ଭର୍ଷ୍ଟାପେନ(୧୨୮) ଓ ମ୍ୟାକଲରେନର ଲାଣ୍ଡୋ ନୋରିସ ରହିଛନ୍ତି। ନୋରିସ୍‌ ରବିବାର ରେସ୍‌ରେ ୧୫ତମ ସ୍ଥାନରେ ରହିଥିଲେ। ରେନଲ୍ଟର ଡାନିଏଲ ରିକାର୍ଡୋ ଏବଂ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ଙ୍କୁ ଯଥାକ୍ରମେ ପଛରେ ପକାଇ ରେସିଂ ପଏଣ୍ଟର ସର୍ଗିଓ ପେରେଜ ୪ର୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri