Categories: ଖେଳ

ବୋଟାସ ଦ୍ରୁତତମ

ପୋର୍ଟିମାଓ (ପର୍ତ୍ତୁଗାଲ୍‌), ୨୪ା୧୦ (ଏପି)-ପର୍ତ୍ତୁଗିଜ୍‌ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ଡ୍ରାଇଭର ଭାଲଟେରି ବୋଟାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ତାଙ୍କ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କଠାରୁ .୩୪ ସେକେଣ୍ଡ ଏବଂ ରେଡ୍‌ବୁଲ୍‌ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ଙ୍କଠାରୁ .୭୮ ଦ୍ରୁତତମ ରହିଥିଲେ। ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍‌ରେକ୍‌ ଚତୁର୍ଥ ହୋଇଥିଲେ। ସୂଚନାଯୋଗ୍ୟ, ଦୁଇସପ୍ତାହ ପୂର୍ବେ ଜର୍ମାନୀରେ ଅନୁଷ୍ଠିତ ଇଫେଲ୍‌ ଗ୍ରାଁ ପ୍ରିରେ ଫର୍ମୁଲା ଓ୍ବାନ୍‌ରେ ମାଇକେଲ ସୁମାକରଙ୍କ ୯୧ ବିଜୟ ରେକର୍ଡର ସମକକ୍ଷ ହୋଇଛନ୍ତି ହାମିଲଟନ୍‌। ଚାମ୍ପିୟନଶିପ୍‌ ଟେବୁଲ୍‌ର ପ୍ରଥମ ସ୍ଥାନରେ ତାଙ୍କ ସ୍ଥିତିକୁ ସେ ସୁଦୃଢ ରଖିଛନ୍ତି। ପୋର୍ଟିମାଓର ୪.୬୫ କିଲୋମିଟର (୨.୯ମାଇଲ) ବିଶିଷ୍ଟ ସର୍କିଟରେ ଓଭରଟେକ୍‌ କରିବା କଷ୍ଟକର। ଏଠାରେ ପୂର୍ବରୁ କେବଳ ୨୦୦୮ରେ ପ୍ରିି-ସିଜନ ଟେଷ୍ଟିଂ ହୋଇଥିଲା, କିନ୍ତୁ କେବେ ଫର୍ମୁଲା ଓ୍ବାନ ରେସ୍‌ ହୋଇ ନ ଥିଲା। କରୋନା ଭାଇରସ୍‌ଦ୍ୱାରା ବାଧାପ୍ରାପ୍ତ କ୍ୟାଲେଣ୍ଡରରେ ଗତ ମାସରେ ଟସ୍କାନ ଗ୍ରାଁ ପ୍ରି ପରେ ଏହା ଦ୍ୱିତୀୟ ନୂଆ ରେସ୍‌।

Share