ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍‌

ସାଲେମ,୧୯।୧: ଶୀତଋତୁ ସରିବାକୁ ଆସୁଥିଲେ ବି ଜାଡର ପଞ୍ଚା ଏବେ ବି ସାରା ବିଶ୍ୱକୁ ଜଡେଇ ଧରିଛି। ଏହାର ଅଧିକ ପ୍ରଭାବ ଯାତ୍ରୀ ଓ ଅଫିସ ଯିବାଆସିବା କରିବା ପାଇଁ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଥିବା କର୍ମଚାରୀଙ୍କ ଉପରେ ପଡୁଛି। ଯାତାୟତ ପାଇଁ ସେମାନଙ୍କୁ କଷ୍ଟ କରିବାକୁ ପଡିବା ସହ ସେମାନେ ଥଣ୍ଡାଜ୍ୱରରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଏହାରି ଭିତରେ ୟୁନାଇଟେଡ ଷ୍ଟେଟର ପୋର୍ଟଲ୍ୟାଣ୍ଡ ଓ ଓରଗନର ଜଣେ ମାଲିକଙ୍କ ଅଜବ କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବସ୍‌ ଜଣକୁ ନିଜ ଷ୍ଟୋରର କର୍ମଚାରୀଙ୍କୁ ଥଣ୍ଡାଜ୍ୱର ନ ହେବା ପାଇଁ ନିଜେ ଡ୍ରାଇଭର ସାଜି ଘରୁ ସେମାନଙ୍କୁ ପିକଅପ୍‌ କରିବା ସହ ଅଫିସରୁ ପୁଣି ଘରେ ନେଇ ଛାଡୁଛନ୍ତି।

ଓରଗନର ଗୋଟିଏ ଷ୍ଟୋରର କର୍ମଚାରୀ ଏନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ପ୍ରବଳ ଶୀତରେ କର୍ମଚାରୀ ଥଣ୍ଡାଜ୍ୱରରେ ପଡିଯିବାର ସମ୍ଭାବନା ରହିଛି କିମ୍ବା ବରଫ ଝଡରେ ରାସ୍ତାରେ ଫଶି ଯିବାର ସମ୍ଭାବନା ଥିବାରୁ ଆମ ବସ୍‌ କର୍ମଚାରୀଙ୍କ ଘର ଘର ବୁଲି ତାଙ୍କୁ ରିସିଭ କରିଥାନ୍ତି। ସେହିପରି କାମ ସରିବା ପରେ ବସ୍‌ ସବୁ କର୍ମଚାରୀଙ୍କୁ ଘରକୁ ମଧ୍ୟ ଛାଡିବାକୁ ଯାଇଥାନ୍ତି। ବସ୍‌ଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କ ପାଇଁ ମୋର ସମ୍ମାନ ଆହୁରି ବଢିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri