Posted inଖେଳ

ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍‌, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼

ବ୍ରିସବେନ୍‌,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ୭ ଉଇକେଟ ହରାଇ ୪୦୫ ରନ୍‌ ସଂଗ୍ରହ କରିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୩/୦ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ୭ ଉଇକେଟ ହରାଇ ୩୯୨ ରନ୍‌ ଯୋଡ଼ିବାରେ ସମର୍ଥ ହୋଇଥିଲା।

ଦ୍ୱିତୀୟ ଦିନର ଖେଳ ଆରମ୍ଭରୁ ଭାରତୀୟ ବୋଲର ପ୍ରଭାବୀ ବୋଲିଂ କରିଥିଲେ। ଯଶ୍‌ପ୍ରୀତ ବୁମ୍‌ରା ଉଭୟ ଓପନରଙ୍କୁ ଆଉଟ କରିଥିବା ବେଳେ ଅଷ୍ଟ୍ରେଲିଆ ୩୮ ରନ୍‌ରେ ୨ ଉଇକେଟ ହରାଇଥିଲା। ମାର୍ନସ ଲାବୁଶେନ୍‌ ୧୨ ରନ୍‌ କରିବା ସହିତ ତୃତୀୟ ଉଇକେଟରେ ଷ୍ଟିଭେନ୍‌ ସ୍ମିଥଙ୍କ ସହିତ ୩୭ ରନ୍‌ ଯୋଡ଼ିଥିଲେ। ଲାବୁଶେନଙ୍କୁ କୋହଲିଙ୍କ ହାତରେ କ୍ୟାଚ କରାଇ ନୀତୀଶ କୁମାର ରେଡ୍ଡୀ ଏହି ଯୋଡ଼ି ଭାଙ୍ଗିଥିଲେ। ୭୫ ରନ୍‌ରେ ତୃତୀୟ ଉଇକେଟର ପତନ ପରେ ୨୪୧ ରନ୍‌ ଯୋଡ଼ିଥିଲେ ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥ୍‌।

ଦ୍ୱିତୀୟ ଟେଷ୍ଟରେ ଶତକ ସହ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରହିଥିବା ହେଡ୍‌ ପୁଣି ଥରେ ଭାରତୀୟ ବୋଲରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। କାଉଣ୍ଟର ଆଟାକ କରି ଭାରତୀୟ ବୋଲରଙ୍କ ଲାଇନ୍‌ଲେନ୍ଥ ବିଗାଡ଼ି ଥିବା ବେଳେ ଫର୍ମକୁ ଫେରିଥିଲେ ଷ୍ଟିଭେନ୍‌ ସ୍ମିଥ୍‌। ଭାରତ ବିପକ୍ଷରେ କ୍ରମାଗତ ଶତକ ହାସଲ କରିଥିବା ହେଡ୍‌ ୧୬୦ ବଲ୍‌ ଖେଳି ୧୮ ଚୌକା ସହିତ ୧୫୨ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଫର୍ମକୁ ଫେରିଥିବା ସ୍ମିଥ୍‌ ୧୯୦ ବଲ୍‌ ଖେଳି ୧୨ ଚୌକା ସହ ୧୦୧ ରନ୍‌ କରିଥିଲେ।

ଦଳୀୟ ସ୍କୋର ୩୧୬ରେ ସ୍ମିଥଙ୍କୁ ଆଉଟ କରି ବୁମ୍‌ରା ଏହି ଭାଗୀଦାରି ଶେଷ କରିଥିଲେ। ପରବର୍ତ୍ତୀ ୧୧ ରନ୍‌ ମଧ୍ୟରେ ମିଚେଲ୍‌ ମାର୍ଶ(୫) ଓ ଟ୍ରାଭିସ୍‌ ହେଡ୍‌ଙ୍କୁ ଆଉଟ କରି ୫ ଉଇକେଟ ସଫଳତା ପୂରଣ କରିଥିଲେ ବୁମ୍‌ରା। ଟେଷ୍ଟ କ୍ରିକେଟରେ ଏହା ତାଙ୍କର ୧୨ତମ ୫ ଉଇକେଟ ସଫଳତା। ପରେ ଉଇକେଟକିପର ଆଲେକ୍ସ କେରୀ(୪୫*) ଓ ଅଧିନାୟକ ପ୍ୟାଟ୍‌ କୁମିନ୍ସ(୨୦) ଅଷ୍ଟମ ଉଇକେଟରେ ୫୮ ରନ୍‌ ଯୋଡ଼ିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଆଲେକ୍ସ କେରୀ ୪୫ ଓ ମିଚେଲ ଷ୍ଟାର୍କ ୭ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ଯଶ୍‌ପ୍ରୀତ ବୁମ୍‌ରା ୫, ନୀତୀଶ କୁମାର ରେଡ୍ଡୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri